ଆଶ୍ଚର୍ଯ୍ୟ ! ପାକିସ୍ତାନ ରେ ମାଟି ତଳୁ ବାହାରିଲା 1300 ବର୍ଷ ପୁରୁଣା ହିନ୍ଦୁ ମନ୍ଦିର, ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼……

ଭାରତୀୟ ଇତିହାସ ବିଷୟରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପୂର୍ବେ କେବଳ ହିନ୍ଦୁ ମାନେ ହିଁ ଆମ ଦେଶକୁ ଶାସନ କରୁଥିଲେ l ସେମାନେ ନିଜର କାର୍ଯ୍ୟ କାଳ ସମୟରେ ନିଜର ସ୍ମୃତି ରକ୍ଷା ପାଇ ଅନେକ ସ୍ଥାପନl କରିଥାନ୍ତି l ଆମ ଦେଶରେ ବହୁ ପ୍ରାଚୀନ କାଳରୁ ଆମର କଳା ଆଉ ସଂକୃତି ବହୁତ ସମୃଦ୍ଧ ଅଟେ l ତାହା ସବୁ ଆମର ପ୍ରାଚୀନ ମନ୍ଦିର ଗୁଡ଼ିକରୁ ପ୍ରମାଣ ମିଳି ଥାଏ l

ବହୁତ ପ୍ରାଚୀନ କାଳରୁ ଆମ ଦେଶରେ ରାଜା ମହାରାଜ ମାନେ ବନେଇ ଥିବା ମନ୍ଦିର ଗୁଡିକ ଧୀରେ ଧୀରେ ସେଗୁଡିକ ନଷ୍ଟ ହୋଇ ଯାଇଛି l

କେତେ ଗୁଡିଏ ମନ୍ଦିର ପ୍ରାକୃତିକ ବିପର୍ଯୟ ଦ୍ୱାରl ଧୀରେ ଧୀରେ ମାଟି ତଳେ ପୋତି ହୋଇ ଯାଇଛି l ଏହି ପୁରୁଣା ମନ୍ଦିର ମାନଙ୍କ ଭିତରୁ ଏକ ମନ୍ଦିର ବିଷୟରେ ପାକିସ୍ତାନ ରେ ଜଣା ପଡିଛି lପାକିସ୍ତାନ ର ସ୍ବାଜ ଜିଲ୍ଲାର ଏକ ମନ୍ଦିର ବିଷୟରେ ଜଣା ପଡିଛି l ଏହି ମନ୍ଦିର ବାହାରିବl ପୂର୍ବରୁ ଏହି ଜିଲ୍ଲାରେ ପତ୍ନତାତିକ ମାନେ ଆଗରୁ ମଧ୍ୟ ଏକ ପ୍ରାଚୀନ ଘରର ଠାବ କରିଛନ୍ତି l ଆହୁରି ମଧ୍ୟ ଏହି ଜିଲ୍ଲା ରେ ଅନେକ ଗୁଡିଏ ବହୁତ ପ୍ରାଚୀନ ମୂର୍ତ୍ତି ଆଦି ମିଳିଛି l ଏହି ଜିଲ୍ଲାରେ ଆଗରୁ ବହୁତ ହିନ୍ଦୁ ରାଜା ମାନେ ଶାସନ କରୁଥିଲେ ବୋଲି ଏହି ସବୁ ରୁ ଜଣା ପଡିଛି l

ବାହାରି ଥିବା ଏହି ମନ୍ଦିରରୁ ଅନେକ ତଥ୍ୟ ବିଷୟରେ ସୂଚନା ଦେଇଛନ୍ତି ଐତିହାସିକ ମାନେ l ବହୁତ ବରଷ ପୂର୍ବରୁ କାବୁଲ ରେ ତଥା ଆଫଗାନିସ୍ତାନ ଏବଂ ଉତ୍ତର ଭାରତରେ ହିନ୍ଦୁ ରାଜା ମାନେ ଶାସନ କରୁଥିଲେ l ଏହା ମଧ୍ୟ କୁହାଯାଇଛି ଧୀରେ ଧୀରେ ଏହି ସବୁ ଜାଗାରେ ହିନ୍ଦୁ ଶାସନ ଶେଷ ହୋଇ ଗଲା l

ଏହି ସବୁ ଜାଗାରେ ମୁସଲମାନ ଶାସନ ଚାଲିଲା ଏହା ଯୋଗୁଁ ହିନ୍ଦୁ ମନ୍ଦିର ଉପରେ ଧ୍ୟାନ ଦିୟା ଗଲା ନାହିଁ l ଏହି ସବୁ ଜାଗାରେ ଅନେକ ଗୁଡିଏ ମନ୍ଦିର ପୋତି ଯାଇଛି l ଏହି ସବୁ ଜାଗାରେ ଖନନ ହେବାରୁ ଏହି ବହୁତ ପ୍ରାଚୀନ ମନ୍ଦିର ଗୁଡ଼ିକ ମାଟି ତଳୁ ବାହାରୁଛି l ଏହି ମନ୍ଦିର ଗୁଡ଼ିକ ବାହାରିବl ଯୋଗୁଁ ଜଣା ପଡୁଛି ଆମର ପ୍ରାଚୀନ ସଭ୍ୟତା ର କଳା ସମୃଦ୍ଧି କେତେ ପ୍ରଭାବି ଥିଲା l

ପାକିସ୍ତାନ ର ସ୍ୱାଜ ଜିଲ୍ଲାରେ ବାହାରି ଥିବା ମନ୍ଦିର 1300 ବର୍ଷ ପୂର୍ବେ ନିର୍ମାଣ କରାଯାଇଛି ବୋଲି ଜଣା ପଡିଛି l ଏହି ମନ୍ଦିରକୁ ନିର୍ମାଣ ହୋଇ ଥିଲା ଗାନ୍ଧାର ରାଜା ଶାସନ ସମୟରେ l ଏହି ବଂଶ ଶାସନ କରୁଥିବା ସମୟରେ ଏହି ବିଷ୍ଣୁ ମନ୍ଦିର ଟି ବହୁତ ପ୍ରସିଦ୍ଧ ଥିଲା ବୋଲି ଐତିହାସିକ ମାନେ କହିଛନ୍ତି l ଏହି ମନ୍ଦିର ର ଉଦ୍ଧାର କାର୍ଯ୍ୟ ଚାଲିଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।