ଦେଖନ୍ତୁ ଅଦ୍ଭୁତ ଭିଡିଓ । ପିଲା ହେବା ପାଇଁ ମହିଳାଙ୍କ ଉପରେ କରୁଛନ୍ତି ଏମିତି, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

ଅନ୍ଧ ବିଶ୍ବାସ ର କରୁଣ ଚିତ୍ର । ଆଧୁନିକ ମଣିଷ କୁ ଉପହାସ କରୁଛି ଏହି ଭାଇରାଲ ଭିଡିଓ । ପୁତ୍ର ସନ୍ତାନ ପାଇଁ ଛତିଶଗଡ଼ ରେ ଦେଖିବାକୁ ମିଳିଛି ଏମିତି ଚିତ୍ର । ୨୦୦ ରୁ ଅଧିକ ମହିଳା ତଳେ ସୋଇଥିବା ବେଳେ ସେମାନଙ୍କ ଉପରେ ଚାଲି ଚାଲି ଯାଉଛନ୍ତି ପୂଜକ ଓ କିଛି ଲୋକ । ଏମିତି କଲେ ଦେବୀ ଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଉ ଫଳ ସ୍ୱରୂପ ମହିଳା ମାନେ ସନ୍ତାନ ପ୍ରାପ୍ତି କରି ଥାଆନ୍ତି ।

ତେବେ ଯଦି କାହାର ପିଲା ଛୁଆ ହେଉ ନାହିଁ ଓ ସେ କାଳିସି ପାଖକୁ ଜାଏ ଓ କାଳିସି ତା ଉପରେ ଚାଲି ଗଲେ ତାର ସନ୍ତାନ ପ୍ରାପ୍ତି ହେବ ତେବେ ଏହା ଗୋଟିଏ ସମ୍ପୂର୍ଣ ଅନ୍ଧ ବିଶ୍ବାସ କଥା ଓ ଅସମ୍ଭବ ଘଟଣା ।

ପିଲା ଛୁଆ ହେବା ପାଇଁ ଏହାର ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି। ଏଥି ପାଇଁ ସ୍ତ୍ରୀ ପୁରୁଷ ବିଭାଗ ର କ୍ଲିନିକ୍ ବିଭିନ୍ନ ଜାଗାରେ ରହିଛି । ଛତିଶଗଡ ରେ ବିଶେଷ କରି ପାଳନ କରାଯାଏ ବଡେଇ ମେଳା । ରଙ୍ଗ ରେଲ୍ ଦ୍ୟମ ନିକଟ ରେ ପୂଜା ପାଉଥିବା ଦେବୀ ଅଙ୍ଗରାମତି ଙ୍କୁ ଲେମ୍ବୁ ନଡ଼ିଆ ଦେଇ ଆରାଧନା କରି ଥାଆନ୍ତି ।

ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ କେଶ ମୁକୁଳା କରି ଭୂମି ଉପରେ ଶୋଇ ଥାଆନ୍ତି । ଆଉ ଦଶ ଜଣ ରୁ ଅଧିକ ପୂଜକ ମା ଙ୍କୁ ଆରାଧନା କରି ପୂଜା ପାଠ କରି ମହିଳା ଙ୍କ ଉପରେ ଚାଲି ଚାଲି ମନ୍ଦିର କୁ ଜାଏ ଯାଇ ଥାଆନ୍ତି । ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁସାରେ ଏହି ପର୍ବ ଟି ୧୨୦୦ ବର୍ଷ ଠାରୁ ଅଧିକ ଦିନ ଧରି ଏଠାରେ ଚାଲିଛି । ଏହି ପରମ୍ପରା କୁ ଏଠିକାର ଲୋକ ବହୁତ୍ ବିଶ୍ୱାସ କରନ୍ତି ।

ଏମିତିକି ମେଳା ରେ ଭାଗ ନେବା ପରେ ମହିଳା ମାନଙ୍କ ର ପୁତ୍ର ସନ୍ତାନ ହେବାର ସେ ଦାବି କରିଛନ୍ତି । ତେବେ ବିଶେଷଜ୍ଞ ମାନଙ୍କ ହିସାବ ରେ କାଲିଶି ଏକ ମାନସିକ ରୋଗୀ ।ଅନେକ ପ୍ରକାର ମାନସିକ ରୋଗ ରହିଛି ମସ୍ତିଷ୍କ ର ସ୍ନାୟୁ କୋଷ ର ବିକୃତ କାରଣ ରୁ ଆମେ ଯେହେତୁ ତାକୁ ବୁଝି ପାରୁନୁ ତାକୁ ଆମେ ଦେବା ଦେବୀ ଙ୍କ ନାମ ଦେଇ କାଳିସି ଲାଗିବା କହି ଥାଉ । ତେବେ ସୋସିଆଲ ମିଡ଼ିଆ ରେ ଏହି ବାଡେଇ ମେଳା ର ଦୃଶ୍ୟ ଭାଇରାଲ ହେବା ପରେ ଅନେକ ଲୋକ ଏଥିରେ ପତିକ୍ରୀୟା ଦେଇଛନ୍ତି ଯେ ଏହା ଏକ ଅନ୍ଧ ବିଶ୍ବାସ ଅଟେ ।

ସୋସିଆଲ ମିଡ଼ିଆ ର ଅଧିକାଂଶ ୟୁଜର ଏହାକୁ ଅନ୍ଧ ବିଶ୍ବାସ ବୋଲି ସମାଲୋଚନା କରିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।