ଦେଖନ୍ତୁ ଭିଡ଼ିଓ । ଓଃ କି ମାଡ଼ ! ମଝି ରାସ୍ତାରେ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ପିଟିଲେ ଯୁବତୀ, ଭିଡିଓ ଭାଇରାଲ….

ଯୁବତୀ ଙ୍କୁ ହଇରାଣ କରିବା ଏବଂ ତାଙ୍କ ସହ ଖରାପ୍ ବ୍ୟବହାର କରିବା ପଡ଼ିଲା ମହଙ୍ଗା। ଉତ୍ତମ ମଧ୍ୟମ ଖାଇବା ପରେ ସାବାଡ ହେଲେ କଂଗ୍ରେସ ର ଜଣେ ରାଜନେତା।ସେ ପୁଣି ଜିଲ୍ଲାର କଂଗ୍ରେସ ର ଜିଲ୍ଲା ସଭାପତି। ଦୀର୍ଘଦିନ ଧରି ତାଙ୍କର ବ୍ୟବହାର ଓ ଆଚରଣରେ ଅତିଷ୍ଟ ହୋଇ ଶେଷରେ ଯୁବତୀ ମାନଙ୍କ ଠାରୁ ରାସ୍ତା ମଝିରେ ଖାଇଲେ ନିସ୍ତୁକ ମାଡ।ଏହାପରେ ତାଙ୍କର ଏହି ଭଳି ବ୍ୟବହାର ର ଘଟଣା ଏବେ ସାମ୍ନା କୁ ଆସିଛି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଏଇ ଘଟଣା ଟି ଘଟିଛି ଉତ୍ତର ପ୍ରଦେଶର ଜାଲୌନରେ।ଏଠାରେ ଘଟିଥିବା ଏହି ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି।

ତେବେ ଏହି ଘଟଣା ପରେ ଯୁବତୀ ମାନଙ୍କ ଠାରୁ ନିସ୍ତୁକ ମାଡ଼ ଖାଇଛନ୍ତି ଏହି ନେତା ଜଣଙ୍କ ଏବଂ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଏହି ଘଟଣା ଏକ ନିନ୍ଦନୀୟ ଘଟଣା ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି କଂଗ୍ରେସର ଜିଲାଧ୍ୟକ୍ଷ, ଯାହାଙ୍କ ନାମ ହେଉଛି ଅନୁଜ ମିଶ୍ର।

ଏହି ବ୍ୟକ୍ତି ଜଣଙ୍କ ନାମରେ ଆସିଛି ମହିଳାଙ୍କୁ ଅସଦାଚରଣ କରିବାର ଅଭିଯୋଗ।ତେବେ ଏଥିରେ ଅତିଷ୍ଟ ହୋଇ ଯୁବତୀ ମାନେ ତାଙ୍କୁ ପାନେ ଦେଇଛନ୍ତି। ଯୁବତୀଙ୍କ କହିବା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ବହୁତ୍ ଦିନ ଧରି ଯୁବତୀ ଙ୍କୁ ହଇରାଣ କରୁଥିଲେ ଏବଂ ସେମାନଙ୍କ ପଛରେ ପଡ଼ିଥିଲେ।

ତେବେ ଏହି ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ର ଜାଲୌନର ଓରାଇ କୋଟବାଲୀ ଅଞ୍ଚଳରେ।ତେବେ ପୀଡ଼ିତା ଙ୍କ ଅଭିଯୋଗ ଏହା ରହିଛି ଯେ ଏହି ବ୍ୟକ୍ତି ଜଣଙ୍କ କେବଳ ତାଙ୍କୁ ହଇରାଣ କରୁ ନଥିଲେ ବରଂ ତାଙ୍କୁ ଖରାପ୍ ବ୍ୟବହାର ଦେଖାଇବା ସହିତ ଫୋନ୍ କରି ଖରାପ୍ ଭାଷା ରେ ଗାଳି ଗୁଲଜ କରୁଥିଲେ।

ଏହାପରେ ସେ ଆଇନ୍ ର ସାହାରା ନେଇଥିଲେ।ତେବେ ଯବୁତୀ ଜଣକ ପୋଲିସ୍‌ ନିକଟରେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ସେଥିରେ ତାଙ୍କୁ କିଛି ସୁଫଳ ମିଳି ନଥିଲା।ଏବଂ ଯେତେବେଳେ ଆଇନର ସାହାରା ନେଇ ସେ ଏହାର ସମାଧାନ ର ବାଟ ପାଇ ପାରିଲେ ନାହିଁ,ପରେ ସେ ଉତ୍ତରପ୍ରଦେଶ ର କଂଗ୍ରେସ ରାଜ୍ୟ ସଭାପତି କୁ ମଧ୍ୟ ଏ ବିଷୟରେ ଜଣାଇଥିଲେ।

ତା ପରେ ମଧ୍ୟ କୌଣସି ସମାଧାନ ନ ବାହାରିବା କାରଣରୁ ଏହାକୁ ନିଜ ହାତକୁ ନେଇଥିଲେ ଯୁବତୀ ଜଣଙ୍କ।ପରେ ଫଳ ସ୍ୱରୂପ ଏହି ଯୁବତୀ ଜଣଙ୍କ ଜିଲ୍ଲା ସଭାପତି ଅନୁଜ ଙ୍କ ଅସଦାଚରଣ ରେ ଅତିଷ୍ଠ ହୋଇ ଆଇନ୍ କୁ ନିଜ ହାତକୁ ନେଇ ତାଙ୍କୁ ସାବାଡ କରିବା ପାଇଁ ରାସ୍ତା ମଝିରେ ତାଙ୍କୁ ପିଟିଥିଲେ। ଯେଉଁ ଘଟଣା ପରେ ଏହି ନେତା ଜଣଙ୍କର ସବୁ ନିଶା ଉତୁରି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।