ଏକା ସଙ୍ଗରେ ବାପା ମା’ କୁ ହରାଇ ଜେଜେ ମା କୋଳ ରେ ଗୁମୁରି କାନ୍ଦୁଛନ୍ତି ଦୁଇ କୁନି ପୁଅ, ଦେଖିଲେ ଆପଣଙ୍କ ହୃଦୟ ସହିବ ନାହିଁ….

କୁହାଯାଏ ବାପା ମା ଥିଲେ ସହଭରସା ଥାଏ । ପିଲା ଟି ମା କୋଳ ରେ ମୁଣ୍ଡ ରଖି ଶୋଇ ନିଜର ସବୁ ଦୁଃଖ ଭୁଲି ଯାଉଥିବା ବେଳେ ବାପା ର ହାତ ତାକୁ ସାହସ ଯୋଗାଇ ଥାଏ। ବାପା ମା ଛତ୍ର ଛାୟା ତଳେ ପିଲା ଟି ହସି ଖେଳି ବଡ ହୋଇଥାଏ ।ତେବେ ପିଲା ବେଳେ କେବଳ ସାହା ଭରଷା। ତେବେ ଖେଳିବା ବୁଲିବା ବୟସ ରେ ବାପା ଙ୍କ ମୁଁହ ରେ ନିଆଁ ଦେଇଛନ୍ତି ଦୁଇ ପୁଅ । ବାପା ମା ହାତ ଉଠି ଯାଇଛି ଏହି କୁନି କୁନି ପିଲା ମାନଙ୍କ ମୁଣ୍ଡରୁ।

ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା ଆସିଛି ଗଞ୍ଜାମ ଜିଲ୍ଲା ରୁ । ଦୁଇ ପିଲାଙ୍କୁ ଛାଡ଼ି ବାପା ମା ସବୁଦିନ ପାଇଁ ଆରପାରି କୁ ଚାଲି ଗଲେ ।

ଯେଉଁ ବୟସ ରେ ବାପା ମା ଙ୍କ ହାତ ଧରି ଚାଲିବା କଥା ସେହି ବୟସ ରେ ବାପା ମା ଙ୍କ ମୁହଁ ରେ ନିଆଁ ଦେଇଛନ୍ତି ଦୁଇ ଜଣ ପୁଅ । ଜଣଙ୍କ ବୟସ ୧୧ ତ ଆଉ ଜଣଙ୍କ ବୟସ ୧୪ ବର୍ଷ । ମରି ଯାଇଛି ଆଖିରେ ଥିବା ଅସୁମାରୀ ସ୍ବପ୍ନ । ଛାତି ରେ ଅନେକ ବେଦନା କୋହ ଚାପି ରଖିଛନ୍ତି । ସତରେ ଭଗବାନ ଏତେ ନିଷ୍ଠୁର ଏତେ ଛୋଟ ବୟସ ରୁ ପିଲା ମାନଙ୍କ ଠାରୁ ବାପା ମା କି ଛଡ଼ାଇ ନେଲେ ।

ତେବେ ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ଗାଁର କରଡାକଣା ସାହିରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଦୁଇ ଜଣ ପିଲାଙ୍କୁ ଛାଡ଼ି ଦେଇ ଆରପାରି କୁ ଚାଲି ଯାଇଛନ୍ତି ବାପା ମା । ତେବେ ସୂଚନା ଅନୁସାରେ ଗତ ୧୨ ତାରିଖ ଦିନ ସେଠାକାର ଜଣେ ସ୍ଥାନୀୟ ବାସିନ୍ଦା ନଦୀ ହୁଡ଼ା କୁ ଶୌଚ କରିବା ପାଇଁ ଯାଇ ଆଉ ଫେରି ନଥିଲେ। ତେବେ ସ୍ବାମୀ ର ଏମିତି ଅକାଳ ଅଚାନକ ମୃତ୍ୟୁ କୁ ସେହି ପାରି ନଥିଲେ ସ୍ତ୍ରୀ ଟୁକୁନୀ ଲେଙ୍କା ।

ସେ ମଧ୍ୟ ସ୍ବାମୀ ର ପଛେ ପଛେ ଆରପାରି କୁ ଚାଲି ଯାଇଥିଲେ ଆଉ ଛାଡ଼ି ଯାଇଥିଲେ ଦୁଇ ଜଣ ପୁତ୍ର କୁ । ଜଣଙ୍କୁ ୧୧ ବର୍ଷ ହୋଇ ଥିବା ବେଳେ ଆଉ ଜଣଙ୍କୁ ୧୪ ବର୍ଷ । ପରିବାର ରେ ଆଉ କେହି ନାହାନ୍ତି ନିଜର କହିବାକୁ ଗଲେ କେବଳ ବୁଢ଼ୀ ମା । ବର୍ତ୍ତମାନ ସେ ଖାଇବେ କଣ , ପଢ଼ିବେ କେମିତି ଓ ରହିବେ କେମିତି ସାହା ଭରଷା କହିବାକୁ ଗଲେ କେହି ନାହାନ୍ତି । ପିଲା ମାନଙ୍କ ଦୁଃଖ କହିଲେ ନସରେ ।

ତେବେ ସେମାନଙ୍କ କଥା କିଏ ବୁଝିବ , କିଏ ତାଙ୍କର ଯତ୍ନ ନେବ । ତେବେ ପିଲା ମାନଙ୍କ ର ଏମିତି ଦୁଃଖ ଦେଖି ସରକାର ଙ୍କ ତରଫରୁ କିଛି ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି। ତେବେ ଏହି ପ୍ରସଙ୍ଗ ରେ ସରପଞ୍ଚ ସଞ୍ଜୟ ରାଉତ କହିଛନ୍ତି ଯେ ପଞ୍ଚାୟତ ସ୍ତରରୁ ଯେତିକି ସୁବିଧା ପାଇଁ ସବୁ କିଛି ଯୋଗାଇ ଦିଆଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।