ଦେଖନ୍ତୁ ଭିଡ଼ିଓ । ଅମ୍ଲାନ – ଭୂମିକା ବିବାଦ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଅର୍ଚ୍ଚିତା ରାଗିକି ସୁଟିଂ ସେଟରେ କଲେ ଏମିତି……

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ । ଓଡ଼ିଶା ର ଘରେ ଘରେ ପରିଚିତ ଅଟନ୍ତି ଅର୍ଚ୍ଚିତା ନିଜର ଅଭିନୟ ର ଯାଦୁ ରେ ସମସ୍ତ ଙ୍କୁ ବାନ୍ଧି ରଖି ଥାଆନ୍ତି ।ସେ ଜଣେ ସଫଳ ଅଭିନେତ୍ରୀ ଭାବେ ଘରେ ଘରେ ପରିଚିତ। ତାଙ୍କର ଅଭିନୟ , ସ୍ମାଇଲ , ଷ୍ଟାଇଲ ପାଇଁ ସେ ଖୁବ୍ ପରିଚିତ ଅଟନ୍ତି । ତେବେ ଯଦି ଅର୍ଚ୍ଚିତା ସାହୁ ଙ୍କ ବିଷୟ ରେ କହିବା ତେବେ ସେ କେବଳ ଓଡ଼ିଶା ରେ ନୁହଁ ଓଡ଼ିଶା ବାହାରେ ମଧ୍ୟ ବେଶ୍ ଚର୍ଚ୍ଚିତ ଅଟନ୍ତି ।

ସେ ୨୦୧୩ ଫେମିନାଇନି ମିସ୍ ଇଣ୍ଡିଆ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ ଯାହା ଫଳରେ ନିଜ ନାମ ସହିତ ଓଡ଼ିଶା ର ନାମ କୁ ମଧ୍ୟ ବହୁତ୍ ଆଗକୁ ନେଇ ଥିଲେ ।

ତେବେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଖୁବ୍ କମ୍ ଫିଲ୍ମ୍ କରି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି କିନ୍ତୁ ଅର୍ଚ୍ଚିତା ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ନିଜ ସ୍ଥାନ କି ବଜାଇ ରଖିଛନ୍ତି । ପିଲା ବେଳ ରୁ ହିଁ ତାଙ୍କର ଏକ ଅଭିନେତ୍ରୀ ହେବାର ଇଚ୍ଛା ଥିଲା । ସେ ପିଲା ବେଳୁ ହିଁ ନିଜର ଅଭିନୟ ଯାଦୁ ରେ ସମସ୍ତ ଙ୍କୁ ବାନ୍ଧି ରଖିଛନ୍ତି । ତେବେ ଏମିତି ମଧ୍ୟ କୁହାଯାଏ ଯେ ଅର୍ଚ୍ଚିତା କୁ ଯେଉଁ ଚରିତ୍ର ର ପାଇଁ ଅଭିନୟ ଦେଲେ ମଧ୍ୟ ସେ ଏହାକୁ ଖୁବ୍ ଭଲ ଭାବରେ କରି ପାରନ୍ତି ।

ତେବେ ନିକଟ ରେ ତାଙ୍କର ଏକ ମୁଭି ଆସିଥିଲା “ଚାମ୍ପିଅନ” ଯାହାକି ସୁପର୍ ହିଟ୍ ହୋଇ ଥିଲା । ତେବେ ଆଜି ଆମେ ଅର୍ଚ୍ଚିତା ଙ୍କ ଚାମ୍ପିଅନ ମୁଭି ର ସୁଟିଂ ବିଷୟ ରେ କହିବା। ନିକଟ ରେ ସୋସିଆଲ ମିଡ଼ିଆ ରେ ବହୁତ୍ ଭାଇରାଲ ହୋଇ ଥିଲା ଅର୍ଚ୍ଚିତା ସାହୁ ସୁଟିଂ ସେଟ୍ ରେ ରାଗିଯାଇ ଚା ଢ଼ାଳି ଦେଇ ଥିଲେ ତେବେ ଆଜି ଆମେ ସେହି ପ୍ରସଙ୍ଗ ର ସତ୍ୟତା ବିଷୟ ରେ ଜାଣିବା ;

ତେବେ ଚାମ୍ପିଅନ ମୁଭି ରେ ପ୍ରଥମେ ସେ ଏକ ଗାଉଁଲି ଓ ସିଧା ସାଧା ଝିଅ ଭାବେ ନଜର ଆସିଛନ୍ତି ଯିଏକି ନିଜ ଗାଁ ରେ ହସି ଖେଳି ବଢ଼ି ବଡ଼ ହୋଇଛନ୍ତି ।ତେବେ ଏହି ମୁଭି ର ସୁଟିଂ ଟି ପାରଳାଖେମୁଣ୍ଡି ର ଏକ ଗାଁ ରେ ହୋଇ ଥିଲା। ଏହା ପରେ ସେ ଏକ ଯାତ୍ରା ପେଣ୍ଡାଲ ରେ ଆଇଟମ ଗୀତ ରେ ଦ୍ୟାଂସ କରିବାରେ ନଜର ଆସିଥିଲେ । ଶେଷରେ ସେ ଏକ ବକ୍ସର ଭାବେ ଫିଲ୍ମ୍ ରେ ନଜର ଆସିଛନ୍ତି ଯେଉଁଠି ସେ ଖୁବ୍ କଠିନ ପରିଶ୍ରମ କରି ଦେଶ ପାଇଁ ମେଡାଲ ହାସଲ କରିଛନ୍ତି ।

ତେବେ ଏହି ଚା ଢାଳିବା ସିନ ଟି ତାଙ୍କର ଏକ ମୁଭି ସିନ ଅଟେ ଯେଉଁଠି ସେ ରାଗି ଯାଇ ଏକ ଲୋକ ର ମୁଁହ କୁ ଚା ଢ଼ାଳି ଦେଇଛନ୍ତି । ତେବେ ଅର୍ଚ୍ଚିତା ଏହି ମୁଭି ରେ ତିନୋଟି ଚରିତ୍ର ର ଅଭିନୟ କରିଛନ୍ତି ଯାହାକୁ ସେ ଖୁବ୍ ଭଲ ଭାବରେ କରିଛନ୍ତି । ତାଙ୍କର ଏହି ଅଭିନୟ କୁ ଲୋକ ମାନେ ଖୁବ୍ ପସନ୍ଦ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।