ପାର୍ଟିକୁ ଯିବା ପୂର୍ବରୁ ଲଗାନ୍ତୁ ଏହି ଫେସ୍ ପେକ୍ ଏବଂ ପାଆନ୍ତୁ ସୁନ୍ଦର୍ ଓ ଚମକଦାର୍ ତ୍ୱଚା ର ଚମକ – Ramdev Health Tips

ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। କିଭଳି ତ୍ୱଚ଼ା ରେ ଚମକ ଆସିବ ଏବଂ ତ୍ଵଚ଼ା ଉଜ୍ଜ୍ୱଳ ଦେଖାଯିବ ଏଥିପ୍ରତି ସେମାନେ ସଚେତନ ରହିଥାନ୍ତି। ନିଜର ସୁନ୍ଦରତା ନିଜର ବ୍ୟକ୍ତିତ୍ବ କୁ ବଢ଼ାଇଥାଏ।ତେଣୁ ଏଥିପାଇଁ ସମସ୍ତେ ସଚେତନ ରହିଥାନ୍ତି।ତେବେ ଆମେ ବହୁତ ସମୟରେ ଏକ ସୁନ୍ଦର ତ୍ୱଚା ପାଇବା ପାଇଁ ଇଚ୍ଛା କରିଥାଉ ଏବଂ ଅନେକ ପ୍ରକାରର ଯତ୍ନ ମଧ୍ୟ ନେଇଥାଉ। ଏଥିପାଇଁ ଆମେ ବଜାରରେ ଉପଲବ୍ଧ ଅନେକ ପ୍ରକାରର କ୍ରିମ ଏବଂ ଫେସ୍ ପ୍ୟାକ୍ ର ବ୍ୟବହାର ମଧ୍ୟ କରିଥାଉ।

ତେବେ ସେଗୁଡ଼ିକ ରାସାୟନିକ ତତ୍ତ୍ଵ ରେ ପ୍ରସ୍ତୁତ ହୋଇଥିବା କାରଣରୁ ଏହା ବେଳେବେଳେ ଆମ ଚେହେରା ରେ ପ୍ରତିକ୍ରିୟା ସ୍ୱରୂପ ଅନେକ ସମସ୍ୟା ସୃଷ୍ଟି କରିଥାଏ।

ତେଣୁ ବହୁତ ଜଣ ଏସବୁରୁ ରକ୍ଷା ପାଇବା ପାଇଁ ଏବଂ ଏକା ସୁନ୍ଦର କମୋଳ ତ୍ୱଚା ପାଇବା ପାଇଁ ଆୟୁର୍ବେଦିକ କ୍ରିମ ର ବ୍ୟବହାର ମଧ୍ୟ କରିଥାନ୍ତି।ତେବେ ଏହା ସତ ଯେ ସମସ୍ତ ପ୍ରକାରର କ୍ରିମ ସମସ୍ତଙ୍କୁ ସୁଟ୍ କରି ନଥାଏ। କିଛି ଏମିତି କ୍ରିମ ରହିଥାଏ ଯାହା ବହୁତ ସୁନ୍ଦର ପ୍ରଭାବ ପକାଏ ଅପରପକ୍ଷେ କିଛି ଏମିତି କ୍ରିମ ରହିଥାଏ ।

ଯାହା ଆପଣଙ୍କ ସ୍କିନ ସହିତ ଖାପ ଖାଇବା ପାଇଁ ସମୟ ନେଇଥାଏ ଏବଂ ବିଳମ୍ବରେ ଏହାର ପ୍ରଭାବ ପଡିଥାଏ।ତେବେ ଏହାରି ଭିତରେ ଆମେ ଦ୍ଵନ୍ଦ ରେ ରହିଥାଉ ଯେ କେଉଁ ଭଳି କ୍ରିମ ଆମେ ବ୍ୟବହାର କରିବା ଆଉ କଣ ଆମେ ବ୍ୟବହାର କରିବା ନାହିଁ ଏବଂ କେମିତି ଏକ ସୁନ୍ଦର୍ ଉଜ୍ଜ୍ୱଳ ଚେହେରା ପାଇ ପାରିବା।

ଏଥିପାଇଁ ଆମେ ଆପଣଙ୍କ ପାଇଁ ଆମେ ନେଇ ଆସିଛୁ ଫେୟାର୍ ଆଣ୍ଡ ଲଭଲି ର ଏକ ଫେସ୍ ପ୍ୟାକ, ଯାହା ଆପଣଙ୍କୁ ଏକ ସୁନ୍ଦର ଏବଂ ଗ୍ଲୋଇଂ ତ୍ବଚ଼ା ଅଳ୍ପ ସମୟ ମଧ୍ୟରେ ପ୍ରଦାନ କରିବ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ।

ଏଥିପାଇଁ ଆପଣଙ୍କୁ ଏକ ଚାମଚ ଫେୟାର୍ ଆଣ୍ଡ ଲଭଲି କ୍ରିମ ନେବାକୁ ପଡିବ ଏବଂ ଏଥିରେ ଦୁଇ ଚାମଚ ଲେମ୍ବୁ ରସ ମିଶାଇ ଭଲ ଭାବରେ ଗୋଳାଇ ଦେବାକୁ ପଡ଼ିବ।ଏହା ପ୍ରଥମେ ଫାଟି ବା ଆରମ୍ଭ କରିବ କିନ୍ତୁ ଭଲ ଭାବରେ ଗୋଳାଇ ଦେଲେ ଏହା ତରଳ କ୍ରିମ ଭଳି ହୋଇଯିବ।

ତାପରେ ଆପଣ ଏହାକୁ ମୁହଁରେ ଲଗାଇ ପାରିବେ ଗୋଲାକାର ଆକୃତି ରେ ଆଙ୍ଗୁଳି ସାହାଯ୍ୟରେ ଏବଂ ଏହାକୁ 5 ମିନିଟ୍ ପାଇଁ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ।5 ମିନିଟ୍ ପରେ ଏହାକୁ ଶୁଖିଲା ତାୱେଲ ରେ ଏହାକୁ ପ୍ରଥମେ ପୋଛି ଦିଅନ୍ତୁ ଏବଂ ପୁଣି 5 ମିନିଟ୍ ପରେ ଆପଣ ବ୍ୟବହାର କରୁଥିବା ଫେସ୍ ୱାଶ୍ ମାଧ୍ୟମରେ ଏହାକୁ ଧୋଇ ଦିଅନ୍ତୁ।ତାପରେ ଦେଖିବେ ଆପଣଙ୍କ ତ୍ୱଚା କେତେ ଗ୍ଲୋ କରିବ ଏବଂ ଚମକି ଉଠିବ।

ଏହାକୁ ଲଗେଇବା ପୂର୍ବରୁ ମୋସଚୁ ରାଇଜର ଲଗାଇବାକୁ ଭୁଲିବେ ନାହିଁ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।