ଦେଖନ୍ତୁ ଭିଡ଼ିଓ । ବହୁତ ଦିନ ପରେ ବର୍ଷା କଲେ ଏମିତି କିଛି ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ଦେଖନ୍ତୁ……

ଆପଣମାନେ ଜାଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ କେବଳ ଜଣେ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ନୁହନ୍ତି ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ୍ ପରୋପକାରୀ ଏବଂ ସ୍ବେଚ୍ଛାସେବୀ ନାରୀ ଅଟନ୍ତି। ତାଙ୍କର ଏକ ସଂଗଠନ ମଧ୍ୟ ଅସହାୟ ମାନଙ୍କ ପାଇଁ ରହିଛି। ଲୋକଙ୍କୁ ଅସୁବିଧା ସମୟରେ ସାହାଯ୍ୟ କରିବା ପାଇଁ ତାଙ୍କ ଅନୁଷ୍ଠାନ କାର୍ଯ୍ୟ କରିଥାଏ।

ତେବେ ଏହି କରୋନା ସଙ୍କଟରେ ସମସ୍ତେ ପ୍ରାୟ କିଛି ନା କିଛି ଆଶଙ୍କା ଭିତରେ ଅଛନ୍ତି । କଣ କରିବେ ନକରିବେ ସେ ନେଇ ଚିନ୍ତାରେ ଅଛନ୍ତି । ଏହି ସମୟରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସମ୍ମାନିତା ସଂଗଠନ ଜରିଆରେ ଲୋକଙ୍କ ନିକଟତର ହେଉଛନ୍ତି।

ସମାଜସେବୀ ଭାବରେ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ବେଶ୍ ପରିଚିତ ଅଟେ।କାରଣ ଏହିଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ତାଙ୍କର ଏକ ସଂଗଠନ ରହିଛି ଯାହାର ନାମ ହେଉଛି ସମ୍ମାନିତା। ତେବେ ନିଜର ସଂଗଠନ ସମ୍ମାନିତା ଜରିଆରେ ବିଭିନ୍ନ ସମୟରେ ଅସହାୟଙ୍କ ସହାୟତା କରି ଆସୁଥିବା ବର୍ଷା, କରନା ସଙ୍କଟ ସମୟରେ ମଧ୍ୟ ଅନେକ ଅସହାୟଙ୍କୁ ତାଙ୍କ ସାମର୍ଥ୍ୟ ଅନୁସାରେ ସହାୟତା ର ହାତ ବଢାଇଛନ୍ତି।

ନିକଟରେ ସେ କଟକ ସ୍ଥିତ ଏକ ଆଶ୍ରମ ସ୍କୁଲକୁ ଯାଇଥିଲେ ଏବଂ ସେଠାରେ ରହୁଥିବା କୁନି କୁନି ପିଲାଙ୍କୁ ଭେଟି ଛବିଳ ବର୍ଣ୍ଣବୋଧ ପୁସ୍ତକ, ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ ମଧ୍ୟ କରିଥିଲେ।ଯାହାର ଭିଡିଓ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ କରିଛନ୍ତି।

ବର୍ଷା ଏହିସବୁ ଜିନିଷ ପିଲାମାନଙ୍କୁ ସାହାଯ୍ୟ କରିବା ସହିତ ଏହାସହ ସେ ସେମାନଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ ତେବେ ନିଜ ସଂଗଠନର ସଦସ୍ୟଙ୍କ ସହ ମିଶି ସେ ଏହି ମହତ୍ କାମ କରି ଚାଲିଛନ୍ତି ।ତେବେ ଅସହାୟଙ୍କୁ ସହାୟତା କରିବା ଜଣେ ଭଲ ମଣିଷର କର୍ତ୍ତବ୍ୟ ଅଟେ ।

ବର୍ତ୍ତମାନର କରୋନା ସଂକଟ ସମୟରେ ସମସ୍ତେ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ଦରିଦ୍ର ଓ ଅସହାୟଙ୍କ ସହାୟତା କରିବାକୁ ବର୍ଷା ଆହ୍ଵାନ ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ଯେ ମୁଁ ସବୁବେଳେ ମୋର ସାମର୍ଥ୍ୟ ଅନୁସାରେ ଏଭଳି କାମ କରି ଆସୁଛି ଓ କରି ଚାଲିବି। ଯାହା କେବଳ ମହିଳା ମାନଙ୍କ ନୁହଁ ବରଂ ସମସ୍ତ ଅସହାୟ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ।

ଛୋଟ ଛୁଆ ପାଖରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରିଥାଏ ତାଙ୍କର ସଂଗଠନ। ନ୍ୟାୟ ତା ବାଟରେ ଯିବ। ଯିଏ ଅନ୍ୟାୟ କରିବ ତାକୁ ଦଣ୍ଡ ମିଳିବ। ତେଣୁ ଆମେ ସବୁବେଳେ ନ୍ୟାୟ କୁ ହିଁ ବିଚାର କରୁ।ନିଜର ଅଗଣିତ ଫ୍ୟାନ୍ ଏବଂ ଏହି କାମରେ ତାଙ୍କୁ ସହଯୋଗ କରୁଥିବା ସାଥୀମାନଙ୍କୁ ବର୍ଷା ଧନ୍ୟବାଦ ଜଣାଇଛନ୍ତି।ବର୍ଷାଙ୍କର ସମ୍ମାନିତା ଟିମର ସଦସ୍ୟ ସୁଜୟ ସରକାର ବର୍ଷାଙ୍କ ସହିତ ଏହି ମହତ କାର୍ଯ୍ୟରେ ସାହାର୍ଯ୍ୟ କରିବା ସହିତ ସେଠାରେ ଉପସ୍ଥିତ ଥିଲେ। ବର୍ଷାଙ୍କ ଏହି ମହତ୍ କାର୍ଯ୍ୟକୁ ସମସ୍ତେ ପସନ୍ଦ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।