ଶୁଣନ୍ତୁ ଭାଇରାଲ Audio Recording ! ଆବାସ ପାଇଁ ଦେହ ଡିଲ୍ ! ଭାଇରାଲ ହେଲା ରସିକିଆ ସରପଞ୍ଚ ଙ୍କ ରାସଲୀଳା ଭିଡ଼ିଓ…..

ଭାଇରାଲ ହେଲା ରସିକିଆ ସରପଞ୍ଚ ଙ୍କ ରସିକିଆ ବାର୍ତ୍ତାଳାପ। ସରପଞ୍ଚ ଙ୍କ କାରନାମା ଏବେ ପାଲଟିଛି ଚର୍ଚ୍ଚାର ବିଷୟ।ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ଏବେ ପୋଲିସ୍ ହେପାଜତରେ। ଆବାସ ଯୋଜନା ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିବା ଏହି ସରପଞ୍ଚ ଏବେ ରହିଛନ୍ତି ଚର୍ଚ୍ଚାରେ। ଆମେ ଆପଣଙ୍କୁ କହୁଛୁ କଳାହାଣ୍ଡି ଜିଲ୍ଲା ଏମ୍‌.ରାମପୁର ଥାନା ସାଲେପା ପଞ୍ଚାୟତ ସରପଞ୍ଚଙ୍କ ନାଁରେ ହୋଇଥିବା ଅଭିଯୋଗ ବିଷୟରେ।

ଘଟଣା ଅନୁସାରେ କଚ୍ଛାରପାଲି ଗାଁର ଜଣେ ଯୁବତୀଙ୍କୁ ସରପଞ୍ଚ ଜଣଙ୍କ ଶାରୀରିକ ସମ୍ପର୍କ ରଖିବାକୁ କହିଥିବା ଯୁବତୀ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଏମ୍‌.ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦଳିତ ଯୁବତୀ ଜଣଙ୍କ।

ପୋଲିସ ସରପଞ୍ଚଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଏବେ ଘଟଣାର ସତ ଧରା ପଡିଛି। ଏହା ପରେ ବନ୍ଧା ହେଲେ ଏହି ରସିକିଆ ସରପଞ୍ଚ ଜଣଙ୍କ।ଆବାସ ଯୋଜନାରେ ଘର ଯୋଗାଇବା ବାହାନାରେ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ସରପଞ୍ଚ।

ଏନେଇ ଅଭିଯୋଗ ହେବା ପରେ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ପୁଲିସ ଆଜି ଅଭିଯୁକ୍ତ ବିଜେଡି ସମର୍ଥିତ ସରପଞ୍ଚ ରମେଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ଗତକାଲି ସନ୍ଧ୍ୟାରେ ଥାନା ଭିତରକୁ ପଶି ପୀଡ଼ିତାଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ ପୁଲିସ ମାମଲା ମଧ୍ୟ ରୁଜୁ କରିଛି।

ତେବେ ଏହି ଘଟଣାର କଲ୍ ରେକର୍ଡ଼ ଭାଇରାଲ ହେବା ପରେ କେସିଙ୍ଗା ଏସ୍‌ଡିପିଓ ନିଜେ ଘଟଣାର ତଦନ୍ତ କରୁଛନ୍ତି।ମଦନପୁର-ରାମପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କର ପରିବାର କେହିଲେ କେହି ନାହାନ୍ତି। ତାଙ୍କର ଘର ଭାଙ୍ଗି ଯାଇଥିଲା। ସେଥିପାଇଁ ସେ ପଞ୍ଚାୟତ ଅଫିସକୁ ଗୁହାରି କରିବାକୁ ଯାଇଥିଲେ।

ପଞ୍ଚାୟତ ଅଫିସ୍‌ରେ ଉପସ୍ଥିତ ଥିବା ସରପଞ୍ଚ ରମେଶ ସାହୁ ତାଙ୍କୁ ଫର୍ମପୂରଣ କରିବାକୁ କହିଥିଲେ। ଯୁବତୀ ଜଣକ ଫର୍ମ ପୂରଣ କରି ଆସିଥିଲେ। ତେବେ ପଞ୍ଚାୟତ ଅଫିସରୁ ବାହାରିବା ସମୟରେ ସରପଞ୍ଚ ତାଙ୍କଠାରୁ ଫୋନ୍‌ ନମ୍ୱର ମାଗି ରଖିଥିଲେ।କିଛି ଦିନରେ ସରପଞ୍ଚର ମହାଶୟ ଯୁବତୀଙ୍କ ପାଖକୁ ଫୋନ୍‌ କରି ପ୍ରେମ ନିବେଦନ କରିଥିଲେ।

ତାଙ୍କ ସହିତ ଶାରୀରିକ ସମ୍ପର୍କରେ ରଖିଲେ ଆବାସ ଯୋଜନାରେ ଘର ଓ ପଇସା ଦେବି ବୋଲି ସରପଞ୍ଚ କହିଥିବା ଅଭିଯୋଗ ହୋଇଛି। ଏପରିକି ଥରେ କେହି ନଥିବାର ସୁଯୋଗ ନେଇ ସରପଞ୍ଚ ଘରକୁ ଆସି ବଳାତ୍କାର ଉଦ୍ୟମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆ ଯାଇଥିଲା।

ଗତକାଲି ପୀଡ଼ିତା ଏନେଇ ମଦନପୁର-ରାମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସରପଞ୍ଚକୁ ଗିରଫ କରିଛି।ଏହାପରେ ରଶିକିଆ ସରପଞ୍ଚ ଙ୍କ ପ୍ରେମନିଶା ସମ୍ପୂର୍ଣ୍ଣ ଉତୁରି ଯାଇଛି। ଏଭଳି ଅସାମାଜିକ ଲୋକଙ୍କୁ କଠିନ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।