ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଙ୍କୁ ନିଜ ଜୀବନ ଚିନ୍ତା । ଦିଲ୍ଲୀ ରେ ପ୍ରଦୂଷଣ ବଢୁଥିବା ଯୋଗୁଁ ଆଜି ଦିଲ୍ଲୀ ଛାଡ଼ିବେ ସୋନିଆ ଗାନ୍ଧି

ଦିଲ୍ଲୀ ରେ ବାୟୁ ପ୍ରଦୂଷଣ ଯୋଗୁଁ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଙ୍କୁ ଦିଲ୍ଲୀ ଛାଡ଼ିବାକୁ ପଡ଼ିଲା ଶେଷରେ । ଡାକ୍ତର ଙ୍କ ପରାମର୍ଶ ଯୋଗୁ ସେ ଦିଲ୍ଲୀ ଛାଡ଼ିବେ ବୋଲି ନିଷ୍ପତି ନେଇଛନ୍ତି। ତେବେ ସୋନିଆ ଗାନ୍ଧୀ ଙ୍କ ର ପୂର୍ବରୁ ଛାତି ରେ ସଂକ୍ରମଣ ଥିବା ଯୋଗୁ ଡାକ୍ତର ତାଙ୍କୁ କିଛି ଦିନ ପାଇଁ ପ୍ରଦୂଷଣ ମୁକ୍ତ ଏରିଆ ରେ ଯାଇ ରହିବା ପାଇଁ ସେ ନିଷ୍ପତି ନେଇଛନ୍ତି ।

ତେବେ ଦିଲ୍ଲୀ ରେ ଦିନ କୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ଆଉ ଦୀପାବଳୀ ପର ଠାରୁ ଏହି ପ୍ରଦୂଷଣ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି ।

ତେବେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ଙ୍କ ର ବହୁତ୍ ଦିନ ରୁ ଛାତି ସଂକ୍ରମଣ ଓ ଆସ୍ଥାମା ରୋଗ ରେ ପୀଡ଼ିତ ଥିଲେ । ଆଉ ବର୍ତ୍ତମାନ ଦିଲ୍ଲୀ ଜଳବାୟୁ ରେ ଏତେ ପରିବର୍ତ୍ତନ ଓ ପ୍ରଦୂଷଣ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହୋଇ ପାରେ ବୋଲି ଡାକ୍ତର କହିଛନ୍ତି। ତେଣୁ ଦିଲ୍ଲୀ ଛାଡିବାର ନିଷ୍ପତି ନେଇଛନ୍ତି।

ତେବେ ସେ ଆଜି ଦିଲ୍ଲୀ ଛାଡ଼ିବେ ବୋଲି ପାର୍ଟି ତରଫରୁ ସୂଚନା ମିଳିଛି। ତେବେ ସୂଚନା ଅନୁସାରେ ସୋନିଆ ଗାନ୍ଧୀ ଦିଲ୍ଲୀ ଛାଡ଼ିବା ପରେ ନିଜ ପୁଅ ରାହୁଲ ଗାନ୍ଧି ଓ ବୋହୂ ପ୍ରିୟଙ୍କା ଗାନ୍ଧୀ ସହିତ ରହିବେ ବୋଲି ସୂଚନା ମିଳିଛି । ତେବେ ଦିଲ୍ଲୀ ର ପ୍ରଦୂଷଣ ବିଷୟ ରେ ଯଦି କହିବା ତେବେ ପ୍ରତି ବର୍ଷ ଏହି ପ୍ରଦୂଷଣ ବଢ଼ିବାରେ ଲାଗିଛି ।

ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଦିଲ୍ଲୀ ର ବାୟୁ ଏବେ ସମ୍ପୂର୍ଣ ବିଷାକ୍ତ ହୋଇ ସାରିଛି । ଏହି ପରିସ୍ଥିତି ରେ ସାଧାରଣ ଲୋକ ମାନେ ଦିଲ୍ଲୀ ରେ ରହିବା ପାଇଁ ମଧ୍ୟ ଭୟ କରୁଛନ୍ତି । ରିପୋର୍ଟ ଅନୁସାରେ ଦୀପାବଳୀ ପର ଠାରୁ ଏହି ପ୍ରଦୂଷଣ ଦିଲ୍ଲୀ ରେ ଅଧିକ ହୋଇଛି। ତେବେ ଏହି ପରିସ୍ଥିତି ରେ ସୋନିଆ ଗାନ୍ଧୀ ଦିଲ୍ଲୀ ରେ ରହିବା ତାଙ୍କ ପ୍ରତି ଉଚିତ୍ ନୁହେଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଅଗଷ୍ଟ ମାସରେ ସୋନିଆ ଗାନ୍ଧୀ ହସ୍ପିଟାଲ୍ ରୁ ଦିଶ୍ଚାର୍ଜ୍ ହେବା ପରେ ସେ ଅଧିକ ମେଡ଼ିସିନ୍ ଖାଉ ଅଛନ୍ତି  ।

ଆଉ ଏହି ପରିସ୍ଥିତି ରେ ସେ ଯଦି ଦିଲ୍ଲୀ ରେ ରହିବେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତର ହୋଇ ପାରେ ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।