ରାଜ୍ୟ ସରକାର ଙ୍କର କଡା ଚେତାବନୀ ! ହେଲମେଟ ନ ପିନ୍ଧିଲେ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ ବିଷୟରେ…..

ହେଲମେଟ ବ୍ୟବହାର ନିୟମ କୁ କଡାକଡି କରା ଯାଇଛି। ଏଣିକି ଯଦି ଆପଣ ହେଲମେଟ ବ୍ୟବହାର କରୁ ନାହାନ୍ତି ଗାଡି ଚଳଉଥିବା ବେଳେ ତେବେ ଏଥିପାଇଁ ଆପଣ ଙ୍କୁ 1000 ଟଙ୍କା ଜୋରିମାନା ସହିତ ଆପଣ ଙ୍କ ଗାଡି ଲାଇସେନ୍ସ କୁ ତିନି ମାସ ପାଇଁ ବନ୍ଦ କରି ଦିଆଯିବ । ଏନେଇ ଏବେ ରାଜ୍ୟ ସରକାର ପରିବହନ କମିଶନର କୁ ଚିଠି ଲେଖିଛନ୍ତି ।

ଏହି ଚିଠି ରେ ସ୍ପଷ୍ଟ ଭାବରେ କୁହା ଯାଇଛି ସୁପ୍ରିମ କୋର୍ଟ ଙ୍କ କମିଟି ଆଧାର ରେ ରାଜ୍ୟସରକାର ଏବେ ନିଷ୍ପତି ନେଇଛନ୍ତି । ଭିଡିଓ କନଫରେନ୍ସ ଜରିଆ ରେ ସୁପ୍ରିମକୋର୍ଟ ସହିତ ସ୍ବତନ୍ତ୍ର ବୈଠକ ହୋଇଥିଲା ରାଜ୍ୟସରକାର ଙ୍କ ର 9 ତାରିଖ ଦିନ ।

ସେତେବେଳେ କମିଟି ର ସଦସ୍ୟ ଏସ ମିତ୍ର ହେଲମେଟ ନିୟମ କୁ କଡାକଡି ଭାବେ ପାଳନ କରିବା ପାଇଁ ସର୍ତ୍ତ ରଖିଥିଲେ ଏହା ସହିତ ସ୍ବତନ୍ତ୍ର ନିୟମ ମଧ୍ୟ ରହିଛି ଆଉ ଏହାରି ଆଧାର ରେ ରାଜ୍ୟ ସରକାର ବର୍ତ୍ତମାନ ବଡ଼ ନିଷ୍ପତି ନେଉଛନ୍ତି । ଏଣିକି ବିନା ହେଲମେଟ ରେ ଯଦି ଗାଡି ଚଳାଉଛନ୍ତି ତେବେ ଆପଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଧ କରାଯିବ ।

ଏନେଇ ବର୍ତ୍ତମାନ ସମୟ ରେ ଡିଜିପି ଙ୍କୁ ଚିଠି ଲେଖା ଯାଇଛି।2019 ମସିହା ରେ ରାଜ୍ୟ ରେ 11 ହଜାର 64 ଟି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ସଡକ ଦୁର୍ଘଟଣା ରେ 2 ହଜାର 398 ଟି ରେ ଜଣଙ୍କ ର ମୃତ୍ୟୁ ହୋଇଥିଲା କେବଳ ଦୁଇ ଚକିଆ ଯାନ ରେ ଏବଂ 4 ହଜାର 66 ଟି ଦୁଇ ଚକିଆ ଯାନ ସଡ଼କ ଦୁର୍ଘଟଣା ରେ ଶିକାର ହୋଇଥିଲେ ।

ଦୁଇ ଚକିଆ ଯାନ ଦୁର୍ଘଟଣା ରେ ରାଜ୍ୟ ରେ 2 ହଜାର 398 ଜଣଙ୍କ ର ଜୀବନ ଯାଇଥିଲା। ସେଥି ମଧ୍ୟରୁ 2 ହଜାର 165 ଜଣ ହେଲମେଟ ବ୍ୟବହାର କରୁ ନଥିଲେ । ଅର୍ଥାତ୍ ବିନା ହେଲମେଟ ରେ ଦୁଇ ଚକିଆ ଯାନ ଅଧିକାଂଶ ସମୟ ସଡ଼କ ଦୁର୍ଘଟଣା ରେ ଶିକାର ହୋଇଥିଲେ । ଏହାରି ଆଧାର ରେ ବର୍ତ୍ତମାନ MV ଆକ୍ତ ରେ ଯେଉଁ ନିୟମ ରହିଛି କଡାକଡି ଭାବେ ପାଳନ କରାଯିବ ।

MV ଆକ୍ଟ ରେ ଯେଉଁ ନିୟମ ରହିଛି ଯେଉଁ ମାନେ ଦୁଇ ଚକିଆ ଯାନ ବ୍ୟବହାର କରୁଛନ୍ତି ସେମାନେ ଯଦି ହେଲମେଟ ବ୍ୟବହାର କରୁ ନାହାନ୍ତି ସେମାନେ ସେକ୍ସନ 129 ଅନୁସାରେ ସେମାନେ ଯଦି କୌଣସି ନିୟମ କୁ ଭାଇଲେନ୍ସ କରୁଛନ୍ତି ଆଉ ହେଲମେଟ ପିନ୍ଧି ନାହାନ୍ତି ତେବେ ତାଙ୍କୁ ଏକ ହଜାର ଜୋରିମାନା ସହିତ ତିନି ମାସ ପର୍ଯ୍ୟନ୍ତ ସେମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ କୁ ଖାରଜ କରାଯିବା ପାଇଁ ନିୟମ ରହିଛି ।

ସୁପ୍ରିମକୋର୍ଟ ସହିତ ଯେତେବେଳେ ରାଜ୍ୟ ସରକାର ଙ୍କ ର ବୈଠକ ହୋଇଥିଲେ 9 ନଭେମ୍ବର 2020 ରେ ସେତେବେଳେ ଯିଏ ସଦସ୍ୟ ରହିଛନ୍ତି ଏସ ମିତ୍ର ଓଡ଼ିଶା ରେ ଏହି ନିୟମ କୁ କଡାକଡି ଭାବେ ପାଳନ କରିବା ପାଇଁ ନିୟମ କରାଯାଇ ଅଛି । ବର୍ତ୍ତମାନ ରାଜ୍ୟ ସରକାର ବଡ଼ ନିଷ୍ପତି ନେଇଛନ୍ତି ଓ ପରିବହନ କମିଶନର ଓ ଡିଜିପି କୁ ଚିଠି ଲେଖା ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।