ପୁଣି ଚର୍ଚ୍ଚାରେ ନେହା କକ୍କର ! ରୋମାଣ୍ଟିକ୍‌ ମୁଡ୍‌ରେ ନେହା-ରୋହନ ଙ୍କ ଚୁମ୍ବନ ଫଟୋ ସହ ହନିମୁନ ର ଗୁପ୍ତ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ…..

ଆପଣ ମାନେ ଜାଣିଛନ୍ତି ଏହି ନିକଟରେ ଜଣାଶୁଣା ଏବଂ ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବହୁତ ଯାକ ଯମକ ର ସହିତ ବେଶ୍‌ ଧୁମ୍‌ଧାମ୍‌ରେ ଦୁହେଁ ବିବାହ କରିଛନ୍ତି। ବଲିଉଡ୍ ର ଟପ୍ ଖବର ଭାବରେ ଏମାନଙ୍କ ଦୁଇଜଣଙ୍କ ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ତେବେ ପଞ୍ଜାବ ଗୁରୁଦ୍ୱାରାରେ ବିବାହ କରିଛନ୍ତି ଏହି ଲୋକପ୍ରିୟ ଯୋଡ଼ି।

ବିବାହ ପରେ ନେହା କକ୍କରଙ୍କ ରୋମାଣ୍ଟିକ ଫଟୋ ତ ଆପଣ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ।ସେହିପରି ଏବେ ହନିମୁନ୍‌ ପାଇଁ ନେହା ତାଙ୍କ ସ୍ୱାମୀଙ୍କ ସହ ଦୁବାଇଯାଇଥିଲେ।

ଆଉ ଏହି ହନିମୁନ ଟ୍ରିପ ରେ ଯାଇଥିବା ବେଳେ ଦୁବାଇରେ ଉଠାଇଥିବା ଫଟୋକୁ ଇନ୍‌ଷ୍ଟାଗ୍ରାମରେ ଶେଆର କରୁଛନ୍ତି ନେହା। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହେଉଛି ଏବଂ ଭାଇରାଲ ହେଉଛି ଏହି ଯୋଡ଼ିଙ୍କ ଫଟୋ। ଗତ ଅକ୍ଟୋବର ମାସରେ ଦୁହେଁ ବିବାହ କରିଥିଲେ ଏବଂ ବିବାହ ପରେ ଦୁହେଁ ହନିମୁନ୍‌ରେ ଦୁବାଇ ଯାଇଥିଲେ।

ସୋସିଆଲ ମିଡିଆରେ ସେମାନଙ୍କ ହନିମୁନ୍‌ର ଭିଡିଓ ଏବଂ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।କାରଣ ଏହି ଫଟୋରେ ନେହା ଏବଂ ରୋହନପ୍ରୀତ‌ କିଛି ଅନ୍ତରଙ୍ଗ ସମୟ ଅତିବାହିତ କରୁଥିବାର ଫଟୋ ସହିତ ଚୁମ୍ବନ କରୁଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଆଉ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନେହାଙ୍କ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେଉ ଥିବାର ଦେଖିବାକୁ ମିଳିଛି।

ତେବେ କିଛି ଲୋକ ନେହା ଏବଂ ରୋହନଙ୍କ ଯୋଡି ବେଶ୍‌ ଜମୁ ଥିବାର କହିଥିବା ବେଳେ ଆଉ କିଛି ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ଏହି ଦୁଇ ଯୋଡିଙ୍କୁ ନେଇ।ସେହିଭଳି ଆଉ କିଛି ପ୍ରଶଂସକ କହିଛନ୍ତି ଯେ ଦୁନିଆର ସମସ୍ତ ଖୁସି ନେହା କକ୍କର ଙ୍କୁ ମିଳୁ ଏବଂ ସେ ଆଗକୁ ଲୋକଙ୍କୁ ମନୋରଞ୍ଜନ କରିଚାଲନ୍ତୁ ଓ ସୁନ୍ଦର୍ ସୁନ୍ଦର୍ ଗୀତ ପ୍ରଶଂସକ ମାନଙ୍କୁ ଭେଟି ଦିଅନ୍ତୁ ବୋଲି କହିଛନ୍ତି ସେମାନେ।

ତେବେ ଏହା ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ସିଂ ୨୪ ଅକ୍ଟୋବରରେ ଦୁହେଁ ବିବାହ କରିଥିଲେ ଏବଂ ବିବାହ ପରେ ଏମାନେ ନିଜକୁ ମନୋରଞ୍ଜନ କରିବା ସହିତ ଅବସର କୁ ଭଲ ଭାବରେ ଉପଭୋଗ କରିବା ପାଇଁ ହନିମୁନ୍‌ରେ ଦୁବାଇ ଯାଇଥିଲେ।

ଏହାପରେ ନେହା ପୂର୍ବ ଭଳି ରୋମାଣ୍ଟିକ ଅନ୍ଦାଜ ରେ ସ୍ଵାମୀଙ୍କ ସହିତ ଫୋଟ ସୁଟ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ତାଙ୍କ ପ୍ରଶଂସକ ମାନକ ପାଇଁ ଏବଂ ଏହା ବହୁତ ଭାଇରାଲ ହେବାରେ ଲାଗିଛି। ତେବେ ନେହା କକ୍କର ଜଣେ ଜଣାଶୁଣା ଗାୟିକା ହୋଇଥିବାବେଳେ ରୋହନପ୍ରୀତ ମଧ୍ୟ ପଞ୍ଜାବର ଜଣେ ପ୍ରସିଦ୍ଧ ଗାୟକ ଅଟନ୍ତି।ସେମାନଙ୍କର ‘ନେହୁ ଦା ବ୍ୟାହା ନାମକ ଏକ ପଞ୍ଜାବୀ ଗୀତ ଏହି ନିକଟରେ ମୁକ୍ତିଲାଭ କରିଥିଲା ଯାହାକୁ ପ୍ରଶଂସକ ମାନେ ବହୁତ୍ ପସନ୍ଦ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।