ହେ ପ୍ରଭୁ ! ନାତି ନାତୁଣୀ ଙ୍କ ବିବାହ ଦେଖିବା ବୟସରେ ନିଜ ପ୍ରେମିକ ସହିତ ଫେରାର ହୋଇ ଗଲେ ଜେଜେମା, ଆଉ ତା’ ପରେ……

ପ୍ରେମ ଦେଖେ ନାହିଁ ବୟସ, ଏହି କଥା ଆପଣ ନିଶ୍ଚୟ ଭାବେ ଶୁଣି ଥିବେ । କିନ୍ତୁ ଏହି ଘଟଣା ଆଜି ସତ ପାଲଟି ଯାଇଛି । ନିଜ ବୟସ କୁ ଭୁଲି ପ୍ରେମ ରେ ବାନ୍ଧି ହୋଇ ନିଜ ପ୍ରେମ କୁ ସାକାର କରିବା ପାଇଁ ବାଲିକୁଦା ଅଞ୍ଚଳ ର ଦୁଇ ଜଣ ବୟସ୍କ ବ୍ୟକ୍ତି ଘରୁ ଫେରାର ହୋଇଛନ୍ତି । ଯେଉଁ ଦୁଇ ଜଣ ବୟସ୍କ ବ୍ୟକ୍ତି ଫେରାର ହୋଇ ଥିବା ମହିଳା ଜଣଙ୍କ ପୁଅ ଝିଅ ବାହାଘର କରି ନାତି ନାତୁଣୀ ଦେଖିଲେଣି ଆଉ ବୃଦ୍ଧ ଜଣଙ୍କ ମଧ୍ୟ ନାତି ନାତୁଣୀ କୁ ନେଇ ଘର କରିଛନ୍ତି ।

ତାଙ୍କ ପୁଅ ଜଣେ ବାହାର ଜିଲ୍ଲା ରେ ରହି କୌଣସି ଏକ ଘରୋଇ ସଂସ୍ଥା ରେ ଚାକିରି କରୁଛନ୍ତି ।ବୟସ୍କ ହୋଇ ଥିଲେ ମଧ୍ୟ ଉଭୟ ପ୍ରେମ ଜାଲ ରେ ବାନ୍ଧି ହୋଇ ଥିଲେ ।

ଉଭୟ ଙ୍କ ର ସମ୍ପର୍କ ଏତେ ନିବିଡ ଥିଲା ଯେ ଦୁଇ ଜଣ ଶେଷରେ ନିଜ ସମ୍ପର୍କ କୁ ନାମ ଦେବା ପାଇଁ ସେମାନେ ଆଜି ଏତେ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ପରିବାର କୁ ଭୁଲି , ସମାଜ କୁ ଭୁଲି ଦୁହେଁ ଦୁହିଁଙ୍କ ସହିତ ଘରୁ ଚାଲି ଯାଇଛନ୍ତି । ଘଟଣା ଟି ଆସିଛି ବାଲିକୁଦା ଥାନା ଅନ୍ତର୍ଗତ କୃଷ୍ଣଡାସ ପୁର ଅଞ୍ଚଳ ରୁ । ବାଲିକୁଦା ରେ ଏହି ଘଟଣା ବିଷୟ ରେ ଲୋକ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହେଉଛନ୍ତି।

ନିକଟ ଅତୀତ ରେ ବାଲିକୁଦା ବ୍ଲକ ଅଞ୍ଚଳ ର ଜଣେ ଜିଆରେସେ କିଛି ଦିନ ପୂର୍ବରୁ ନିଜ ବିବାହିତ ପତ୍ନୀ ଓ ପିଲା ଛୁଆ ଘର ସଂସାର କୁ ଭୁଲି ଯାଇ ଜଣେ ସ୍ଥାନୀୟ ହସ୍ପିଟାଲ୍ ର କର୍ମଚାରୀ ଙ୍କ ପତ୍ନୀ ଙ୍କ ସହିତ ପ୍ରେମ ସମ୍ପର୍କ ରଖି ତାଙ୍କ ସହିତ ଫେରାର ହୋଇ ଯାଇ ଥିଲେ ଯାହା ସ୍ଥାନୀୟ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରି ଥିଲା।

ଏହି ଘଟଣା ଲୋକ ମାନଙ୍କ ମନରୁ ଯାଇ ନଥିବା ବେଳେ ସେହି ବାଲିକୁଦା ବ୍ଲକ ର କୃଷ୍ଣଦାସ ପୁର ଅଞ୍ଚଳ ରେ ଏମିତି ଏକ ଘଟଣା ଘଟିଗଲା । ଏହି ଘଟଣା ପରେ ଲୋକ ମାନଙ୍କ ମନରେ ବିଭିନ୍ନ ପ୍ରକାର ଧାରଣା ସୃଷ୍ଟି ହେଉଛି। ତେବେ ଫେରାର ହୋଇ ଥିବା ବୟସ୍କ ପୁରୁଷ ଜଣଙ୍କ ସ୍ଵଂୟ ସହାୟକ ଗୋଷ୍ଠୀ ରୁ କିଛି ଟଙ୍କା ଉଠାଇ ଥିଲେ ।

ଏହା ପରେ ସେ ସେହି ଟଙ୍କା ନାଫରାଇ ଟଙ୍କା ସମେତ ଫେରାର ହୋଇ ଯାଇଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।