ମାତ୍ର ୧୦ ଦିନରେ ଛୁଟି ଝଡ଼ିବା, କେଶ ପତଳା ହେବା, ରୁପି ଉଠିବା, ଲମ୍ବା ଚୁଟି ସମାଧାନ, ଆଜି ହିଁ କରନ୍ତୁ ଏହି ଛୋଟିଆ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି – Baba Ramdev Health tips

ଆଜିକାଲି ନିତିଦିନିଆ କର୍ମ ବ୍ୟସ୍ତତା ଜୀବନ ଭିତରେ ପ୍ରାୟ ଆମେ ସମସ୍ତେ ନିଜର ଦାୟିତ୍ବ ନେବାକୁ ଭୁଲି ଯାଇଥାନ୍ତି । ଫଳରେ ଧିରେ ଧିରେ କେଶ ,ତ୍ବଚା ଆଦି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଭୋଗ କରିବାକୁ ପଡିଥାଏ। ଏହାରି ଭିତରେ ମଣିଷର ସୁନ୍ଦରତା କୁ ବଢ଼ାଉ ଥିବା ନାରୀ ବା ମହିଲାର କେଶ ମଧ୍ୟ ଦୁର୍ବଳ ହେବା, ଫାଟିବା ଏବଂ ଝଡ଼ିବା ଆଦି ସମସ୍ୟା ଦେଖା ଦେବା ଆରମ୍ଭ କରିଥାଏ ।

ତେବେ ଏଥିପ୍ରତି ଆମେ ସେତେବେଳେ ଯତ୍ନବାନ ହେଉ ଯେତେବେଳେ ଆଉକିଛି କରିବାକୁ ବାକି ନଥାଏ। କେଶ ସଂପୂର୍ଣ୍ଣ ଦୁର୍ବଳ ଓ ନଷ୍ଟ ହୋଇ ଯାଇଥାଏ।ତେବେ ସେହି ସମୟରେ ଏଥିପ୍ରତି ଯତ୍ନବାନ୍ ହେବା ନିହାତି ଦରକାର।

ତେବେ ଯଦି ଆପଣଙ୍କ ବାଳ ଝଡୁଛି କିମ୍ବା ଛିଣ୍ଡି ଯାଉଛି କିମ୍ବା ଫାଟି ଯାଇଛି ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। କେବଳ ୨ ସପ୍ତାହରେ ଆପଣ ଏହାର ସମାଧାନ କରି ପାରିବେ।ଏଥିପାଇଁ ଆପଣଙ୍କୁ ଆମେ ଆଜି ଏହି ଲେଖା ମାଧ୍ୟମରେ ଏକ ତେଲ ବିଷୟରେ କହିବୁ ଯାହା କିଛି ଦରକାରୀ ପଦର୍ଥରୁ ପ୍ରସ୍ତୁତ ହୋଇ ପାରିବ ।

ଆପଣ ଏହାକୁ ବହୁତ୍ ସହଜରେ ପ୍ରସ୍ତୁତ କରି ଘରେ ବ୍ୟବହାର ମଧ୍ୟ କରି ପାରିବେ।ଏହା ଆପଣଙ୍କ କେଶ ଉପରେ ବହୁତ୍ ଉପକାରୀ ପ୍ରଭାବ ମଧ୍ୟ ପାକାଇଥାଏ।ତେବେ ଆସନ୍ତୁ ଜାଣିବା ଏହି ପ୍ରଭାବି ତେଲକୁ କିପରି ପ୍ରସ୍ତୁତ କରିବା ଏବଂ ଏଥିପାଇଁ ଆବଶ୍ୟକ ହେଉଥିବା ଉପକରଣ ବିଷୟରେ।

ଆବଶ୍ୟକୀୟ ଉପକରଣ- ଏଥିପାଇଁ ଆପଣଙ୍କୁ କଳା ଜିରା, ମେଥି, କେଷ୍ଟ୍ରୋଇଲ ତେଲ ଏବଂ ନଡ଼ିଆ ତେଲର ଆବଶ୍ୟକତା ପଡ଼ିବ।

କେମିତି କରିବେ ପ୍ରସ୍ତୁତି- ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ କଳା ଜିରା କୁ ଗୁଣ୍ଡ କରି ତାର ପାଉଡର ପ୍ରସ୍ତୁତ କରନ୍ତୁ ପରେ ମେଥି ଦାନା ର ପାଉଡର ମଧ୍ୟ ଭିନ୍ନ ଭାବରେ ପ୍ରସ୍ତୁତ କରନ୍ତୁ। ଉଭୟ ପାଉଡର ରୁ ଏକ ଚାମଚ ଲେଖାଏଁ ନେଇ ଏକ ପାତ୍ରରେ ରଖନ୍ତୁ ଏବଂ ଏହାକୁ ମିଶାଇ ଦିଅନ୍ତୁ।

ଏହାପରେ ଏଥିରେ ଏକ ଚାମଚ କେଷ୍ଟ୍ରୋଇଲ ତେଲ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।ତାପରେ ସେଥିରେ ନଡିଆ ତେଲ ମିଶାନ୍ତୁ ଯେମିତି ଏହା ସେହି ପାଉଡର ଉପରକୁ ଭାସିବ।ଏହାପରେ ଏହାକୁ ଭଲ ଭାବରେ ଗୋଳାଇ ଏକ ପାତ୍ରରେ ଧିମି ଆଞ୍ଚରେ ୪ ରୁ ୫ ମିନିଟ୍ ଗରମ କରନ୍ତୁ।ତାପରେ ଥଣ୍ଡା ହେବା ପରେ ଏହାକୁ ଏକ କାଚ ବୋତଲ କୁ ଛାଣି ଦିଅନ୍ତୁ।

ବ୍ୟବହାର ପ୍ରଣାଳୀ- ଏହି ତେଲକୁ ଆପଣ ୧୦ ରୁ ୧୫ ମିନିଟ୍ ଧରି କେଶରେ ଧୀରେ ଧୀରେ ସବୁଆଡେ ଲଗାନ୍ତୁ ଏବଂ ୧୫ ମିନିଟ୍ ପାଇଁ ଖରାରେ ଛାଡ଼ି ଦିଅନ୍ତୁ ଏବଂ ଏହାପରେ ଆପଣଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ ଏହି ତେଲକୁ ମୁଣ୍ଡରେ ରଖିବାକୁ ପଡ଼ିବ ଏବଂ ଏହାପରେ ଆପଣ ମୁଣ୍ଡକୁ ସାମ୍ପୁ କରି ଧୋଇଦେଇ ପାରିବେ। ସପ୍ତାହରେ ୨/୩ ଥର ଏଭଳି କଲେ ଆପଣଙ୍କୁ ଭଲ ଫଳ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।