ଦେଖନ୍ତୁ ଭିଡ଼ିଓ ! କରୋନା ସମୟରେ ସାନିଟାଇଜର୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ୍ ନଚେତ୍ ଘଟିପାରେ ଭୟଙ୍କର ଅଘଟଣ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ଏବେବି ଜାରି ରହିଛି ମହାମାରୀ କରନା ଭୂତାଣୁ ର ପ୍ରକୋପ।ଏକ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି ସାରା ଦେଶ ଏବଂ ବିଶ୍ବ।ଏବେ ବିଶ୍ଵ ରେ କରନା ଭାଇରସ ର ସଂକ୍ରମଣ ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି।ଏହି ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତର ପାଖରୁ ଆରମ୍ଭ କରି ବୈଜ୍ଞାନିକ, ବିଶେଷଜ୍ଞ ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରତିଷେଧକ ବା ଭ୍ୟାକ୍ସିନ୍ ପ୍ରସ୍ତୁତି ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।

ବିଶ୍ଵର ସମସ୍ତ ଦେଶ ଏବେ କୋରନା ମହାମାରୀ ସହିତ ଲଢେ଼ଇ କରୁଛନ୍ତି । ତେବେ ଅନେକ ଦେଶ ଏହାର ଭ୍ୟାକ୍ସିନ୍ ପ୍ରସ୍ତୁତିର ଶେଷ ପର୍ଯ୍ୟାୟ ରେ ମଧ୍ୟ ପହଞ୍ଚି ସାରିଲେଣି।

କରନା ମହାମାରୀ ଏମିତି ଭାବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ଯାହା ପାଇଁ ସାଧାରଣ ଜନ ସାଧାରଣ ଙ୍କ ପାଖରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଏଥିରେ ଅତିଷ୍ଟ ହୋଇ ପଡିଲେଣି।ଏହାରି ଭିତରେ ସଚେତନତା ରକ୍ଷା କରିବା ପାଇଁ ଆମକୁ ବାରମ୍ବାର ସାବୁନ୍ ରେ ହାତ ଧୋଇବା ସାନିଟାଇଯାର ର ବ୍ୟବହାର ଆଦି କରିବା କୁ ନେଇ ପରାମର୍ଶ ଦିଆ ଯାଉଛି।

ଆଉ ଏହି ସମୟରେ ସାନିଟାଇଯର ର ବ୍ୟବହାର ଏତେ ମାତ୍ରା ରେ ଲୋକ ମାନଙ୍କ ଦ୍ଵାରା ହେଉଛି ଯେ ଲୋକେ ଏଥିରେ ଅଭ୍ୟସ୍ତ ହୋଇ ଗଲେଣି। ଆଗରୁ ସାନିଟାଇଯାର ଭଳି ଏକ ଜିନିଷ ର ବ୍ୟବହାର ପ୍ରାୟ ଜାଣି ନଥିବା ସାଧାରଣ ଲୋକ ମାନେ ମଧ୍ୟ ଏବେ ବଜାରରେ ମିଳୁଥିବା ଯେ କୌଣସି ପ୍ରକାରର ସାନିଟାଇଯାର କୁ ଆଣି ବ୍ୟବହାର କରୁଛନ୍ତି ଯାହାର ଅପକାରିତା ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି।

ସାନିଟାଇଜ଼ର ଆମ ପାଇଁ ଯେତିକି ଦରକାରୀ ସେତିକି ବିପଦ ପୂର୍ଣ୍ଣ ମଧ୍ୟ ଅଟେ।କାରଣ ବଜାରରେ ସନିଟାଇଯାର ଭାବରେ ମିଳୁଥିବା ରଙ୍ଗ ବେରଙ୍ଗର ପାଣି ରେ କିଛି ଏପରି ଗୁଣ ରହିଛି ଯାହା କି ଆପଣଙ୍କ ଜୀବନ ମଧ୍ୟ ନେଇ ପାରେ। ତେବେ ବର୍ତାମାନ ସମୟରେ ଏକ ଭଡ଼ିଓ ଭାଇରାଲ ହେବାରେ ଲାଗିଛି।

ଯାହାକି ଦେଖିବା ପରେ ଆପଣ ମଧ୍ୟ ସାନିଟାଇଜ଼ର ବ୍ୟବହାର କରିବା ପୂର୍ବରୁ ଏ ବିଷୟରେ ନିଶ୍ଚିତ ଭାବିବେ।ଯେଉଁ ଭିଡିଓ ଟି ଭାଇରାଲ ହେଉଛି ସେଥିରେ ଜଣେ ଯୁବକ ଏକ ପ୍ଲେଟ ରେ କିଛି ସାନିଟାଇଜ଼ର ଢାଳି ସେଥିରେ ଯୁବକ ଜଣଙ୍କ ଲାଇଟର ସାହାଯ୍ୟ ରେ ନିଆଁ ଲଗାଉଛନ୍ତି।

ଏହାପରେ ପ୍ରଥମେ ସେଥିରେ ନିଆ ଥିବାର କିଛି ଦେଖିବାକୁ ମିଳୁନାହିଁ। କିନ୍ତୁ ଯେତେବେଳେ ଯୁବକ ଜଣଙ୍କ ଗୋଟେ କାଗଜ କୁ ଆଣି ସେହି ସାନିଟାଇଜ଼ର ପାଖରେ ଲଗାଉଛନ୍ତି ସେତେବେଳେ ହଠାତ କାଗଜ ଟି ଜଳିବାକୁ ଆରମ୍ଭ କରୁଛି।ତେବେ ଏହା ଖାଲି ଆଖିକୁ ଦେଖା ନଗଲେ ମଧ୍ୟ ସାନିଟାଇଜ଼ର ଟି ଅଦୃଶ୍ୟ ଭାବରେ ଜଳିବାକୁ ଲାଗୁଛି। ତେଣୁ ଏହା କେତେ ଭୟଙ୍କର ଅନୁମାନ କରନ୍ତୁ। ତେଣୁ ଭଲ କମ୍ପାନୀର ସାନିଟାଇଯାର୍ ର ବ୍ୟବହାର ହିଁ କରନ୍ତୁ।

ନହେଲେ ଆପଣଙ୍କ ଶରୀର ପ୍ରତି ବିପଦ ଆଣି ପାରେ ଏହି ଶସ୍ତା ସାନିଟାଇଯାର୍। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।