ଦେଖନ୍ତୁ ଭିଡ଼ିଓ । ରାଜଧାନୀ ଭୁବନେଶ୍ୱର ରେ ଝିଅଟିର ଉନ୍ମୁକ୍ତ କାଣ୍ତ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…..

ଯେତେ କଠିନ କାର୍ଯ୍ୟାନୁଷ୍ଠାନ କିମ୍ବା ଆଇନ୍ ର ଡର ଦେଖାଇଲେ କଣ ହେବ କିଛି ଏମିତି ଅସାମାଜିକ ଲୋକ ରହିଥାନ୍ତି ଯେଉଁମାନେ ଏସବୁ କୁ ଖାତିର କରି ନଥାନ୍ତି। ଯୁବତୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ଅସଭ୍ୟ ବ୍ୟବହାର ପ୍ରଦର୍ଶନ କରିବା,ଅଶ୍ଳୀଳ ଇଙ୍ଗିତ କରିବା ଆଦି ଅମାନୁଷିକ ଏବଂ ନିନ୍ଦନୀୟ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହା ଏବେ ମଧ୍ୟ ସମାଜରେ ଘଟି ଚାଲିଛି।

ଏଥିରେ ଯୁବତୀ ମାନେ ଯେ କେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସେମାନଙ୍କ ମାନସିକ ଅବସ୍ଥା କଣ ହେଉଛି ତାହା କେବଳ ସେହି ମାନେ ହିଁ ଜାଣିଛନ୍ତି।

ସେହିଭଳି ଏକ ଘଟଣା ଏବେ ଘଟିଛି ଭୁବନେଶ୍ୱର ର ରାଜମହଲ ଛକରେ।ଏଠାରେ ଜଣେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଜଣେ ବ୍ଯକ୍ତିଙ୍କୁ ସେ ଗୋଡେଇ ଗୋଡେଇ ପଥର ମାଡ଼ କରିଥିବାର ଦେଖିବାକୁ ମିଳିଛି। ଆଉ ସେହି ଯୁବତୀ ଜନଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ବ୍ଯକ୍ତି ଜଣଙ୍କ।

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବିଚ୍ ରାସ୍ତାରେ ଦୌଡୁ ଥିବାର ଉକ୍ତ ବ୍ଯକ୍ତି ଜଣଙ୍କୁ ଦେଖିବାକୁ ମିଳିଛି।ତେବେ ଏହି ସମସ୍ତ ଘଟଣାର ଭିଡିଓ କ୍ୟାମେରା ରେ ରେକର୍ଡ ହୋଇଚି। କିଭଳି ଭାବରେ ଯୁବତୀ ଜଣଙ୍କ ଉକ୍ତ ବ୍ୟକ୍ତି ଙ୍କୁ ବାଡ଼ାଉ ଅଛନ୍ତି ଏବଂ ବ୍ୟକ୍ତି ଜଣଙ୍କ ଲହୁ ଲୁହାଣ ହୋଇ ଗୁରୁତର ଭାବରେ ଦୋୖଡି ପଲାଉଛନ୍ତି ତାହା ଆପଣ ଏହି ଭିଡିଓ ରେ ସ୍ପଷ୍ଟ ଭାବରେ ଦେଖି ନିଅନ୍ତୁ।

ତେବେ ଯୁବତୀଙ୍କ ମାଡ଼ ମାରିବା ଆରମ୍ଭ ହେବାର ସମୟ ପାଖରୁ ବ୍ୟକ୍ତିଙ୍କ ଗୁରୁତର ହେବା ପର୍ଯ୍ୟନ୍ତ ଘଟଣା କୁ ଜନ ସାଧାରଣ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରି ନାହାନ୍ତି ଏବଂ ଏହି ସବୁ ଘଟଣା ପୋଲିସ ସାମ୍ନାରେ ଘଟିଥିଲେ ସୁଦ୍ଧା ଏସବୁ ଘଟଣାକୁ ଅଟକାଇ ବାରେ ବିଫଳ ହୋଇଛି ପୋଲିସ୍।

ଯୁବତୀ ଜଣଙ୍କ ର କାର୍ଯ୍ୟ କଲାପରୁ ଏହା ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ସେ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି।ଆଉ ଯେମିତି ପ୍ରତିଶୋଧ ପରାୟଣ ହୋଇ ଏମିତି କରିଛନ୍ତିି।ତେବେ ପିସିଆର ଦେଖି  ଯୁବତୀ ଜଣଙ୍କ ଉକ୍ତ ସ୍ଥାନ ଛାଡି ଦୌଡିବାକୁ ଲାଗିଥିଲେ । ଏହାପରେ ଯୁବତୀଙ୍କୁ କାବୁ କରି ନେଇଥିଲା ପୋଲିସ୍ ଏବଂ ତାଙ୍କୁ ଏବେ ପଚରା ଉଚରା ଜାରି ରଖିଛି ପୋଲିସ୍ ।

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଯୁବତୀ ଜଣଙ୍କ ଉଲ୍ଲେଖ କରିଛନ୍ତି ଯେ ବସ୍‌ ଭିତରେ ଯୁବକ ଜଣକ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ରାଗିଯାଇ ଯୁବତୀ ଜଣକ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁ କାରଣରୁ ଯୁବତୀ ଜଣଙ୍କ ଉତ୍ତେଜିତ ହୋଇ ପଡ଼ିଥିଲେ ଏବଂ ଉକ୍ତ ବ୍ୟକ୍ତି ଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ।ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।