ଜାଣନ୍ତୁ କେଉଁ ଭୁଲ୍ କାର୍ଯ୍ୟ ଦ୍ବାରା ମଣିଷ ତାର ୮୦ ଭାଗ ଶକ୍ତି କୁ ନଷ୍ଟ କରିଦେଇଥାଏ । ଅଧିକ ଚିନ୍ତକରୁଥିଲେ ନିଶ୍ଚୟ ଦେଖନ୍ତୁ…

ଆଦିମ କାଳରୁ କୁହାଯାଏ ମଣିଷ ଅନନ୍ତ ଶକ୍ତିର ମାଲିକ।ଏହି ମଣିଷ ମୁନି ଋଷିି ଙ୍କ ଭଳି କାର୍ଯ୍ୟ କରୁଥିଲା ଏବଂ ଈଶ୍ୱର ମଧ୍ୟ ଆସି ମଣିଷ ରୂପ ଧାରଣ କରି ଧରା ପୃଷ୍ଠରେ ଅବତରଣ କରିଥିଲେ ଏବଂ ସଂସାରରେ ଲୀଳା କରୁଥିଲେ। ଆଉ ଆଜି ଏହି ମଣିଷ କୌଣସି ଭୁଲ କରି ଶକ୍ତି ହୀନ ହୋଇ ପଡ଼ିଛି।ତେବେ ଭୁଲ କରିବା ପୁଣି ଏହାକୁ ସୁଧାରିବା ଏସବୁ ଏକ ପ୍ରକ୍ରିୟା ସ୍ୱରୂପ ସଂସାରରେ ସବୁବେଳେ ଚାଲିଥାଏ।

ତେବେ ଆପଣ ମାନେ ଯଦି ଆଜିର ମଣିଷକୁ ଦେଖନ୍ତି, କିମ୍ବା ବିଗତ ଦିନର ମଣିଷ ମାନଙ୍କୁ ଦେଖନ୍ତି କିମ୍ବା ପୂର୍ବ କାଳର ମଣିଷ ମାନଙ୍କ କଥା ଦେଖନ୍ତି ତେବେ ଏକ ବହୁତ ବଡ଼ ତଫାତ୍ ଆପଣ ଲକ୍ଷ୍ୟ କରି ପାରିବେ।

ସେମାନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ, ଅତ୍ୟନ୍ତ କର୍ଯ୍ୟଶାଲୀ ଥିଲେ କ୍ରାନ୍ତିକାରୀ ଥିଲେ, ଜ୍ୟୋତି ବନ୍ତ, ଦିବ୍ୟ ବନ୍ତ ଥିଲେ ଯାହା ଏବେର ମଣିଷ ଭିତରେ ଦେଖିବାକୁ ମିଳୁନାହିଁ। ମାତ୍ର ୨୦ ମିନିଟ୍ ଭିତରେ ସେହି ଶକ୍ତି କୁ ଆମେ ହରାଇ ବସୁଛେ। ଆଜିର ଦୁନିଆର ଲୋକ ମାନଙ୍କର ଶରୀରର ପ୍ରାୟତଃ ୮୦ ଭାଗ ଶକ୍ତି ଏହି କାର୍ଯ୍ୟରେ ନଷ୍ଟ ହୋଇ ଯାଇଥାଏ।

ଯାହା ହୁଏତ ଆପଣ ଜାଣି ନଥିବେ। ଯେଉଁ ବିଷୟରେ ଆମେ ଆଜି ଏହି ଲେଖାରେ ଆଲୋଚନା କରିବା। ଆମର କେଉଁ ଗୋଟିଏ ଭୁଲ୍ ଦ୍ବାରା କେଉଁ ଅନାବଶ୍ୟକ କାର୍ଯ୍ୟ ଦ୍ବାରା ଆମର ଏହି ଶକ୍ତି ନଷ୍ଟ ହୋଇଥାଏ। ଯଦି ଆମେ ସାମାନ୍ୟ ଚିନ୍ତନ କରି ଏହାକୁ ବୁଝି ଝିବା ତେବେ ମହାପୁରୁଷଙ୍କ ଭଳି ଶକ୍ତିଶାଳୀ ଏବଂ ଦିବ୍ୟ ବନ୍ତ ହୋଇ ପାରିବା।

ମଣିଷର ସବୁଠାରୁ ବଡଶତ୍ରୁ ହେଉଛି ତାର ନକାରାତ୍ମକ ଅଥବା ଅନାବଶ୍ୟକ ବିଚାର। ଆମେ ସବୁବେଳେ ଦିବ୍ୟ ବନ୍ତ ଏବଂ ଉର୍ଜାବାନ ହୋଇ ରହି ପାରିବା ଯଦି ଆମେ ଆମର ମନ ଭିତରକୁ ନକାରାତ୍ମକ ଭାବନା କୁ ପ୍ରଶୟ ନଦେବା ଏବଂ ଏହାକୁ କାବୁ କରି ପାରିବା। ନିଜର କାମ, କ୍ରୋଧ, ମୋହ, ମାୟା ଉପରେ ସଂଯମତା ରକ୍ଷା କରିବାକୁ ପଡ଼ିବ ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ।

ଅନାବଶ୍ୟକ ଚିନ୍ତା ଏବଂ ବିଚାର ଠୁ ଦୂରେଇ ରହିବାକୁ ହେଲେ ନିଜକୁ ଆଧ୍ୟାତ୍ମିକତା ଭିତରେ ରଖିବାକୁ ପଡିବ। ଯାହା ଫଳରେ ଆମ ଭିତରେ ଏକ ନୂତନ ଊର୍ଜା ସୃଷ୍ଟି ହେବ ଏବଂ ଏକ ଅଦ୍ଭୁତ ଐଶ୍ୱର୍ଯ୍ୟ ର ମାଲିକ ହୋଇ ପାରିବ ମଣିଷ। ଯାହାକୁ ଆଗରୁ ମୁନୀ ଋଷିି ମାନେ କରି ପାରୁଥିଲେ।

ଯେଉଁମାନେ ଆଧ୍ୟାତ୍ମିକ ଚିନ୍ତନରେ ମନୋନିବେଶ କରିଛନ୍ତି ଏବଂ ଧ୍ୟାନ ରେ ପାରଙ୍ଗମ ଅଛନ୍ତି ସେମାନଙ୍କ ପାଖରେ ଏହି ଶକ୍ତି ଭରପୁର ହୋଇ ରହିଥାଏ।ଏକ ଅଦ୍ଭୁତ ଶକ୍ତି ସେମାନଙ୍କ ପାଖରେ ରହିଥାଏ। ସକାରାତ୍ମକ ଭାବନାରେ ସେମାନେ ବୁଡି ରହିଥାନ୍ତି। ସେମାନଙ୍କ ମନ ଭିତରେ ଉତ୍ସାହ ଉଦ୍ଦୀପନା ଭରି ରହିଥାଏ। ଯେଉଁମାନେ ଧ୍ୟାନ, ସାଧନା ଦୀର୍ଘଦିନ ଧରି କରି ଆସୁଛନ୍ତି ସେମାନଙ୍କ ଭିତରେ ସଂଯମତା ଶକ୍ତି ବୃଦ୍ଧି ପାଇଥାଏ।

ଅବଚେତନ ମସ୍ତିଷ୍କର ସେମାନେ ଏକ ଦୃଢ଼ ନିଷ୍ପତ୍ତି ନେବାକୁ ସକ୍ଷମ ହୋଇ ପାରନ୍ତି ଏବଂ ସେମାନଙ୍କ ନିକଟରେ ଏକ ଅଲୌକିକ ପ୍ରତିଭା ଦେଖିବାକୁ ମିଳିଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।