ଆଶ୍ଚର୍ଯ୍ୟ ! ମୁଖ୍ୟମନ୍ତ୍ରୀଙ୍କ ବୋହୂ ହୋଇ ମଧ୍ୟ ପ୍ରତିଦିନ କରନ୍ତି ଏମିତି କାମ, ଜାଣିଲେ ଗୋଡ ତଳୁ ମାଟି ଖସି ଯିବ…..

ସାଧାରଣତଃ ଅଭିନୟ ର ଯାଦୁରେ ନିଜକୁ ହଜାଇ ଦେଉଥିବା ଅଭିନେତା ଓ ଅଭିନେତ୍ରୀ ମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ କିଛି ଅଲଗା ପ୍ରକାରର ହୋଇଥାନ୍ତି। ଅଭିନୟ ଜୀବନର ଗ୍ଲାମର ଲାଇଫ ରୁ ପାରିବାରିକ ଜୀବନ ଅର୍ଥାତ୍ ବୈବାହିକ ଜୀବନରେ ବୋହୂ ଭୂମିକା ତୁଲାଇବା ଅଧିକାଂଶ ନାୟିକା ମାନଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ନଥାଏ। ଆଉ ଯଦି ବି ହୋଇଥାଏ ତେବେ ଅଭିନୟ ପ୍ରତି ଆଉ ସେହିଭଳି ଆନ୍ତରିକତା ରହି ନଥାଏ।

ଧୀରେ ଧୀରେ ସଂପୂର୍ଣ୍ଣ ଭାବରେ ଏକ ବଡ଼ ଦୂରତା ସୃଷ୍ଟି ହେବାକୁ ଲାଗେ। ଏହାପରେ ଅଧିକାଂଶ କ୍ଷେତ୍ରରେ ନାୟିକା ମାନେ ନିଜକୁ ପାରିବାରିକ ଜୀବନ ଭିତରେ ଛନ୍ଦେଇ ଦେଇଥାନ୍ତି।

ବହୁତ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଜୀବନରେ ଏହିଭଳି ଘଟିଥାଏ, ଯେଉଁମାନେ ନିଜର ସଫଳ ଫିଲ୍ମି କ୍ୟାରିୟର କୁ ବିବାହ ପରେ ଅଲବିଦା କହି ସାରିଛନ୍ତି। ଏମିତି ହିଁ ଜଣେ ଅଭିନେତ୍ରୀ ଅଟନ୍ତି ଜେନେଲିୟା ଡିସୁଜା, ଯିଏ ଆଜିକାଲି ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି ଏବଂ ନିଜର ପରିବାର ସହିତ ଅଧିକ ସମୟ ବିତାଉଛନ୍ତି।

ଏହି ଅଭିନେତ୍ରୀ ୨୦୦୩ ମସିହାରେ ଆସିଥିବା ଫିଲ୍ମ ‘ତୁଝେ ମେରି କସମ’ ରେ ବଲିଉଡ୍ ରେ ପ୍ରବେଶ କରିଥିଲେ।ତେବେ ଜେନେଲିଆ ୨୦୧୨ ମସିହାରେ ବଲୀଉଡ ର ପ୍ରମୁଖ ଅଭିନେତା ରିତେଶ ଦେଶମୁଖଙ୍କ ସହିତ ବିବାହ କରିଥିଲେ ।ଏହାପରେ ସେ ଧୀରେ ଧୀରେ ଅଭିନୟ ଜଗତ ଠାରୁ ଦୂରତା ଅତିକ୍ରମ କରିଥିଲେ।ତେବେ ବର୍ତ୍ତମାନ ସମୟରେ ଜେନେଲିୟା ନିଜ ପିଲାମାନଙ୍କ ଯତ୍ନ ନେବା, ସେମାନଙ୍କ ପାଳନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।

ଏହା ସହିତ ଏହି ଅଭିନେତ୍ରୀ ଜଣଙ୍କ ସାଧାରଣ ଅଭିଭାବକ ଭାବେ ନିଜ ପୁଅକୁ ସ୍କୁଲ ଛାଡିବା ସମୟରେ ନଜର ବି ଆସିଥାନ୍ତି।ସେ ନିଜର ପିଲା ମାନଙ୍କ ପାଇଁ ବହୁତ୍ ସଚେତନ ଅଟନ୍ତି। ସେମାନଙ୍କୁ କିଭଳି ଭାବରେ ଭଲ ଭବିଷ୍ୟତ ଦେଇ ପାରିବେ ତାହାକୁ ନେଇ ସେ ବହୁତ ଚିନ୍ତିତ ମଧ୍ୟ ଅଟନ୍ତି।

ତେବେ ଯଦିଓ ବିବାହ ପରେ ସେ ବଳୀଉଡରୁ ଦୂରେଇ ଯାଇଛନ୍ତି କିନ୍ତୁ ସବୁବେଳେ ସେ ବିଭିନ୍ନ ପାର୍ଟିରେ ନଜର ଆସିଥାନ୍ତି। ଏହାଛଡା ସୋସିଆଲ ମିଡିଆରେ ବି ତାଙ୍କର ଫ୍ୟାନ ଓ ପ୍ରଶଂସକ ମାନଙ୍କର ସଂଖ୍ୟା ବହୁତ। ଅନେକ ପ୍ରଶଂସକ ତାଙ୍କୁ ବହୁତ୍ ପସନ୍ଦ ମଧ୍ୟ କରିଥାନ୍ତି ।ତେବେ ଆପଣଙ୍କୁ କହିଦେଉଛୁ କି ଜେନେଲିୟା କେବଳ ହିନ୍ଦୀରେ କିମ୍ବା ତାମିଲ ରେ ନୁହେଁ ବରଂ ସେ ତେଲୁଗୁ ଫିଲ୍ମରେ ବି କାମ କରିଛନ୍ତି।

ଏହାଛଡା ଅଭିନେତ୍ରୀ ଜେନେଲିଆ ଙ୍କ ଶଶୁର ଜଣେ ମୁଖ୍ୟମନ୍ତ୍ରୀ ମଧ୍ୟ ଅଟନ୍ତି।ଏତେ ବଡ଼ ପରିବାର ର ବୋହୁ ଏବଂ ସୁପରଷ୍ଟାର ଙ୍କ ସ୍ତ୍ରୀ ଓ ନିଜେ ଜଣେ ସଫଳ ଅଭିନେତ୍ରୀ ହୋଇ ମଧ୍ୟ ତାଙ୍କର ଟିକିଏ ହେଲେ ବି ମନ ଭିତରେ ଗର୍ବ ନାହିଁ। କିମ୍ବା ସେ ନିଜକୁ ସେହିଭଳି ଦେଖାନ୍ତି ନାହିଁ। ଜଣେ ସାଧାରଣ ବ୍ୟକ୍ତି ଭାବରେ ସେ ବଞ୍ଚିବାକୁ ଭଲ ପାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।