ହେ ଭଗବାନ ! ଓଃ କି ଆଶ୍ଚର୍ଯ୍ୟ ! ଦେଖନ୍ତୁ ଆଃ ଡାକିଲେ ବାହାରି ଆସେ ” ସାପ ” ଆଉ ଟାଣି ନିଏ ବିଷ…..

ମାଳିକା ରେ ବର୍ଣ୍ଣିତ ଥିବା କିଛି ସ୍ଥାନ ମାନଙ୍କର ମାହାତ୍ମ୍ୟ ବିଷୟରେ ଅନେକ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ମହାପୁରୁଷ ପଞ୍ଚସଖା ମାନେ ଯାହା କଲମ କରି ଯାଇଛନ୍ତି ତାହାର ଦୃଢ଼ ପ୍ରମାଣ ଏବେ ମଧ୍ୟ ଦୃଷ୍ଟି ଗୋଚର ହେଉଛି। ଅନେକ ବର୍ଷ ତଳେ ମାଳିକା ରେ ବର୍ଣ୍ଣିତ ହୋଇଥିବା ତଥ୍ୟ ର ପ୍ରମାଣ ଏବେ ମଧ୍ୟ ରହିଛି। ମାଳିକା ପୁରୁଷ ଅଚ୍ୟୁତାନନ୍ଦ ମହାପୁରୁଷ ଯାହା ଉଲ୍ଲେଖ କରି ଯାଇଛନ୍ତି ତାହାର ପ୍ରମାଣ ଏବେ ଦେଖିବାକୁ ମିଳୁଛି।

ସେହି ବିଷୟରେ ଆମେ ଆଜି ଆଲୋଚନା କରିବା। ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଜଗତସିଂପୁର ଜିଲ୍ଲାରେ ରହିଥିବା ବେଲବଣ ମଠ ବିଷୟରେ ଯାହାର ବର୍ଣ୍ଣନା ମାଳିକା ରେ ରହିଛି।

ଏହି ବେଲବଣ ସତ୍ୟସେବା ଆଶ୍ରମ ଟି ରହିଛି ବଡାଗର ଗ୍ରାମରେ।ଏହି ଆଶ୍ରମର ମାହାତ୍ମ୍ୟ ରହିଛି ଯେ ଏଠାରେ ମହା ପୁରୁଷ ଅଚ୍ୟୁତାନନ୍ଦ ବିଶ୍ରାମ ନେଇଥିଲେ।ସେ ପୁରୀରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ ଆସିବା ପରେ ଏଠାରେ ବିଶ୍ରାମ କରି ନେମାଳୟ ଅଭିମୁଖେ ଯାତ୍ରା କରିଥିଲେ।ବେଲବଣ ସତ୍ୟସେବା ଆଶ୍ରମ ର ଇତି ବୃତ୍ତି ସଠିକ୍ ଭାବରେ ସେହି ଅଞ୍ଚଳରେ କେହି ଜାଣି ନାହାଁନ୍ତି।

1955/56 ମସିହାରେ ଯେତେବେଳେ ଦିନେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଏହି ଦିଗଦେଇ ଯାଉଥିଲେ,ସେ ଏହି ପବିତ୍ର ସ୍ଥାନକୁ ଦେଖି ଏହା ଏକ ଦିବ୍ୟ ସ୍ଥାନ ବୋଲି କହିଥିଲେ ଏବଂ ଏହିଠାରେ ବିଶ୍ରାମ ନେବେ ବୋଲି କହିଥିଲେ।ସେ ଏହି ଆଶ୍ରମକୁ ପ୍ରତିଷ୍ଠିତ କରିଥିଲେ ଏବଂ କହିଥିଲେ ଯେ ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ କିଛି ସମୟ ପାଇଁ ବିଶ୍ରାମ ନେଇଥିଲେ।

ତେବେ ଏହି ମହାପୁରୁଷ ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ବିଷୟରେ ଅଚ୍ୟୁତାନନ୍ଦ ଦୀର୍ଘ 500 ବର୍ଷ ପୂର୍ବେ ତାଙ୍କ କଲମରେ ଉଲ୍ଲେଖ କରିଥିଲେ।ସେ ଲେଖିଥିଲେ ଯେ ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ଦ୍ଵାରା ଏହି ଆଶ୍ରମ ପ୍ରତିଷ୍ଠିତ ହେବ ଏବଂ ଶେଷରେ ସେଇୟା ହିଁ ହେଲା।

ଏହି ଆଶ୍ରମ ବା ମଠ କୁ ବେଲ ବଣ ଗାଦି କୁହାଯାଏ କାରଣ ଏଠାରେ ନିଜେ ମହାପୁରୁଷ ଅଚ୍ୟୁତାନନ୍ଦ ରହିଥିଲେ ଏବଂ ସେ ହେଉଛନ୍ତି ନିଜେ ବେଲ ବଣ। କାରଣ ଏହା ସାଧାରଣ ଅଟେ ଯେ ଯେଉଁ ଯେଉଁ ସ୍ଥାନ ମାନଙ୍କରେ ଅଚ୍ୟୁତାନନ୍ଦ ଙ୍କ ଗାଦି ରହିଛି ସେଠାରେ ବେଲ ଗଛ ନିଶ୍ଚିତ ରହିଛି।

ତେବେ ଏହି ଜାଗାର ଅନ୍ୟ ଏକ ମାହାତ୍ମ୍ୟ ହେଉଛି ଯେତେବେଳେ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଏଠାରେ ରହୁଥିଲେ ପାଖାପାଖି 30 ବର୍ଷ ତଳେ, ସେତେବେଳେ ଏଠାରେ ଏକ ବଡ଼ କଦମ୍ବ ଗଛ ଥିଲା ଯାହା ମହାବାତ୍ୟା ରେ ଭାଙ୍ଗି ଯାଇଛି, ଏବଂ ଏକ ବଡ଼ ହୁଙ୍କା ଟିଏ ଥିଲା।ଯେତେବେଳେ ସର୍ପାଘାତ କାହାକୁ ହୁଏ ଏବଂ ତାକୁ ବାବାଙ୍କ ପାଖକୁ ଅଣା ଯାଇଥାଏ,ସେତେବେଳେ ବାବା ଆ ଆ ବୋଲି ଡାକିଦେଲେ ସାପ ଆସିଥାଏ ।

ବିଷ ଶୋଷୋଣ କରି ପଲାଏ ଓ ମୃତପ୍ରାୟ ଲୋକଟି ଜୀବନ ଫେରି ପାଇଥାଏ। ଯାହା ଅନେକ ସମୟରେ ଦେଖିବାକୁ ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।