ଦେଖନ୍ତୁ ଭାଇରାଲ ଭିଡ଼ିଓ । femous ହିରୋଇନ ନୋରା ଫତେ ଙ୍କ ରୋମାନ୍ସ ଭିଡିଓ ହେଲା ଭାଇରାଲ……

ଆପଣ ମାନେ ଜାଣିଛନ୍ତି ବଲିଉଡ୍ ଜଗତର ଟେରେନ୍ସ ଲୁଇସ ଏବଂ ନୋରା ଫତେହିଙ୍କ ଯୋଡି ଦର୍ଶକ ଖୁବ ପସନ୍ଦ କରିଥାନ୍ତି। ଉଭୟ ମିଶି ଷ୍ଟେଜରେ ଆସିଲେ ଫ୍ୟାନ୍‌ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ ଦେଖା ଯାଇଥାଏ। ନିକଟରେ ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର ରିଆଲିଟି ସୋର ଏକ ଏପିସୋଡ ରେ ପୁଣି ଥରେ ଏହି ଯୋଡିର ଏକ ଖାସ ଝଲକ ଦେଖିବାକୁ ମିଳିଛି।ଏଥିରେ ଦର୍ଶକ ସେମାନଙ୍କୁ ବହୁତ୍ ପସନ୍ଦ ମଧ୍ୟ କରିଛନ୍ତି।

ତେବେ ଡ୍ୟାନ୍ସ ରିଆଲଟି ସୋ ଏପିସୋଡର ଏକ ଭିଡିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯାହାକୁ ନେଇ ସମସ୍ତେ ଚର୍ଚ୍ଚା କରିବା ଆରମ୍ଭ କରି ଦେଇଛନ୍ତି।

ତେବେ ଏହି ଭାଇରାଲ ଖବର ର କାରଣ ଏହା ଥିଲା କି କିଛି ଦିନ ତଳେ କୋରିଓ ଗ୍ରାଫର ଟେରେନ୍ସ ଲୁଇସ ନିଜ କୋ ଜଜ ନୋରା ଫତେହିଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହୋଇଥିଲା ।ଟେରେନ୍ସ ଆକ୍ଟ ସମୟରେ ନୋରା ଫତେହିଙ୍କୁ ଆପତ୍ତିଜନକ ଭାବେ ଛୁଇଁଛନ୍ତି, ଯାହାଫଳରେ ଟେରେନ୍ସ ଲୁଇସଙ୍କୁ ଖୁବ ଟ୍ରୋଲ କରାଯାଇଛି।

ଭିଡ଼ିଓ କ୍ଲିପରେ ଟେରେନ୍ସ ଓ ନୋରା ଷ୍ଟେଜରେ ଛିଡ଼ା ହୋଇଛନ୍ତି ଏବଂ ଏହି ସମୟରେ ଦର୍ଶକଙ୍କୁ ଅଭିବାଦନ କରିବା ପାଇଁ ଟେରେନ୍ସ ଯେମିତି ହାତ ଉଠାଉଛନ୍ତି, ଲାଗୁଛି ଯେପରି ସେ ନୋରାଙ୍କ ଶରୀରର ପଛଭାଗକୁ ଆପତ୍ତିଜନକ ଭାବେ ଛୁଉଁଛନ୍ତି।ତେବେ ଏହି କ୍ଲିପଟି ପ୍ରକୃତରେ ଏକ ଡାନ୍ସ ରିଆଲିଟି ଶୋ ସମୟର ଏକ ଦୃଶ୍ୟକୁ ନେଇଥିଲା ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରୁଥିବେ କଣ ରହିଛି ଏହି ଘଟଣା।ଟେରେନ୍ସ ଲୁଇସ ଭୁଲ ରେ ନୋରା ଙ୍କ ପଛ ପାର୍ଶ୍ୱକୁ ଛୁଇଁ ଥିବାର ଦେଖିବାକୁ ମିଳିଥିଲା।ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାକୁ ନେଇ ମତ ରଖିଛନ୍ତି ଟେରେନ୍ସ ଲୁଇସ ଏବଂ ନିଜର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି।

ଟେରେନ୍ସ ଲୁଇସ ଏହାକୁ ଏକ ମୋର୍ଫେର୍ଡ ଭିଡିଓ ବୋଲି କହିବା ସହିତ ଏକ ସମ୍ବାଦ ପତ୍ର ସଂସ୍ଥାକୁ ସାକ୍ଷାତ୍କାର ଦେବା ସମୟରେ ଟେରେନ୍ସ କହିଛନ୍ତି କି, ନୋରାଙ୍କ ପ୍ରତି ତାଙ୍କ ମନରେ ଅନେକ ସମ୍ମାନ ରହିଛି । ଟେରେନ୍ସ ଆହୁରି ମଧ୍ୟ କହିଛନ୍ତିକି, ସେ ନିଜ ଜୀବନରେ ଅନେକ ଭଲ ପାଇବା ପାଇଛନ୍ତି । ସେ ଏମିତି କିଛି କରିବା ବାବଦରେ କେବେ ଚିନ୍ତା ବି କରିପାରିବେ ନାହିଁ ।

ଟେରେନ୍ସଙ୍କ ଅନୁଯାୟୀ, ଜଣେ ୧୭ ବର୍ଷୀୟ ଯୁବକଙ୍କୁ ହିଁ ଏହି ସବୁ ସୁହାଇବ । କିନ୍ତୁ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଏହା କଦାପି ସୁହାଇବ ନାହିଁ।ଏଇ ଭଳି ଭିଡିଓ କୁ ଭାଇରାଲ କରି କିଛି ଜଣ ତାଙ୍କୁ ବଦନାମ କରିବାର ଅପଚେଷ୍ଟ କରୁଛନ୍ତି।ସେପଟେ ନୋରା ନିଜେ ଟେରେନ୍ସଙ୍କ ସପୋର୍ଟରେ ବାହାରିଛନ୍ତି। ଏପରିକି, ସେ ଟ୍ରୋଲର୍ସଙ୍କୁ କଡ଼ା ଜବାବ ମଧ୍ୟ ଦେଇଛନ୍ତି।ଏଥିରେ ସେ ଟେରେନ୍ସଙ୍କୁ ଭାଙ୍ଗି ନପଡ଼ିବାକୁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।