ଫେସବୁକ କୁ ନେଇ ଆସିଲା ବଡ ଖବର । ବ୍ୟାନ ହେବ Facebook ! ଫେସବୁକ ଚଳୁଥିଲେ ପୋଷ୍ଟ ଟିକୁ ନିଶ୍ଚୟ ଦେଖନ୍ତୁ….

ଫେସବୁକ୍ ଉପରେ ଲାଗିବ ବ୍ୟନ । କାହିଁକି ବନ୍ଦ ହେବା ପାଇଁ ଯାଉଛି ଫେସବୁକ୍ । ଫେସବୁକ୍ ସୋସିଆଲ ମିଡ଼ିଆ ର ଏହି ଆପ ଆମ ଜୀବନ ର ଏକ ଅଂଶ ବନି ଯାଇଛି।ତେବେ ଫେସବୁକ୍ ମାଧ୍ୟମ ରେ ଅନେକ ଲୋକ ନିଜର ବିଭିନ୍ନ ପ୍ରକାର ମତ ରଖି ଥାଆନ୍ତି ବିଭିନ୍ନ ବିଷୟ ରେ । ଏହା ବ୍ୟତୀତ ନିଜର ଖୁସି ମୁହୂର୍ତ୍ତ ର ଫଟୋ ମଧ୍ୟ ସେୟାର କରି ଥାଆନ୍ତି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଜରିଆ ରେ ।

ଏହା ସହିତ ଦେଶ ବିଦେଶ ର ବିଭିନ୍ନ ଖବର ମଧ୍ୟ ବିଭିନ୍ନ ନୀୟୁଜ ଚ୍ୟାନେଲ ର ଏହି ଫେସବୁକ୍ ପେଜ ରେ ଆପଣ ମାନେ ଦେଖି ଥାଆନ୍ତି ।

ଏହା ଛଡ଼ା ରାଜନୀତି ର ବୟାନ ବାଜି , ଆରୋପ , ପ୍ରତୋରୋପ ମଧ୍ୟ ଏହି ଫେସବୁକ୍ ରେ ଦେଖିବାକୁ ମିଳିଥାଏ। ସକାଳୁ ଉଠିବା ପାଖରୁ ଆରମ୍ଭ କରି ରାତି ରେ ଶୋଇବା ପର୍ଯ୍ୟନ୍ତ ଫେସବୁକ୍ ରେ ଲକ୍ଷ ଲକ୍ଷ ୟୁଜର ଅନଲାଇନ୍ ରହି ଥାଆନ୍ତି। ବନ୍ଧୁ ଙ୍କ ସହିତ ଯୋଗାଯୋଗ ହେଉ କିମ୍ବା ସମସ୍ତ ଙ୍କ ସାମ୍ନା ରେ ନିଜ ଭାବନା କୁ ରଖିବାକୁ ହେଉ ଫେସବୁକ୍ ଏକ ମାଧ୍ୟମ ହୋଇଥାଏ ।

କିନ୍ତୁ ସରକାର ଙ୍କୁ ଯେତେବେଳେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ଆଲୋଚିତ ହେବାକୁ ପଡ଼ିଛି ସେଥି ପାଇଁ ଏହି ଫେସବୁକ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଯାଉଛନ୍ତି ଏହି ଦ୍ଵୀପପୁଞ୍ଜ ର ସରକାର । ଜାତୀୟ ଗଣ ମାଧ୍ୟମ ର ସୂଚନା ଅନୁସାରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ସରକାର ଙ୍କ ବିଷୟ ରେ ତୀବ୍ର ଆଲୋଚନା ପରେ ସୋଲୋମନ ଦ୍ୱୀପପୁଞ୍ଜ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଫେସବୁକ୍ ବ୍ୟବହାର ଉପରେ ବ୍ୟାନ ଲାଗି ପାରେ ।

୬ ଲକ୍ଷ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ସୋଲୋମନ ଦ୍ୱୀପପୁଞ୍ଜ ରେ ଫେସବୁକ୍ ଏକ ଲୋକ ପ୍ରିୟ ପ୍ଲାଟଫର୍ମ । ଏହି ଫେସବୁକ୍ ମାଧ୍ୟମ ରେ ଲୋକ ମାନେ ନିଜ ଭାବନା କୁ ଖୋଲା ଖୋଲି ଭାବେ ସେୟାର କରନ୍ତି । କିନ୍ତୁ ନିକଟ ରେ ପ୍ରଧାନ ମନ୍ତ୍ରୀ ମନସେ ସୋଗାଭାରି ନେତୃତ୍ବରେ ଥିବା ସରକାର ବିରୋଧ ରେ ଫେସବୁକ୍ ରେ ଲୋକ ମାନେ କଡ଼ା ସମାଲୋଚନା ମୂଳକ ପଟିକ୍ରିୟା ରଖି ଥିଲେ ।

ଯାହା ପାଇଁ ଫେସବୁକ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଚାର କରୁଛନ୍ତି ସରକାର ବୋଲି ସୂଚନା ମିଳିଛି। ଅନ୍ୟ ପକ୍ଷରେ ଏହି ଖବର ଶୁଣି ସାରିବା ପରେ ଫେସବୁକ୍ ର ମୁଖପାତ୍ର କହିଛନ୍ତି ଯେ କମ୍ପାନୀ ସୋଲୋମନ ଦ୍ୱୀପପୁଞ୍ଜ ର ସରକାର ଙ୍କ ସହିତ ଏହି ବିଷୟ ରେ କଥା ବାର୍ତ୍ତା କରୁଛି କାରଣ ସରକାର ଙ୍କ ଏହି ଗୋଟିଏ ପଦକ୍ଷେପ ଲକ୍ଷ ଲକ୍ଷ ଲୋକ ମାନଙ୍କୁ ପ୍ରଭାବିତ କରିବ ।

ତେଣୁ ସେ ଏହି ବିଷୟ ରେ ସୋଲମନ୍ ଦ୍ୱୀପପୁଞ୍ଜ ର ପ୍ରଧାନ ମନ୍ତ୍ରୀ ମନସେ ସୋଗାଭାରି ଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତି ନେଇଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।