ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାହୁଲ ଗାନ୍ଧୀ ଙ୍କ ବିଷୟରେ କହିଲେ ଏମିତି କଥା, ଯାହା ଏବେ ଚାରିଆଡେ ଚର୍ଚ୍ଚା….

ଦେଶରେ ଜାତୀୟ କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ଭାବରେ ରାହୁଲ ଗାନ୍ଧୀ ଜଣେ ଯୁବ ନେତା ଭାବରେ କଂଗ୍ରେସର ମଙ୍ଗ ପୂର୍ବ ନିର୍ବାଚନରେ ସମ୍ଭାଳି ଥିଲେ। ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରାୟତ ଜଣେ ଜଣାଶୁଣା ଚେହେରା। ଅଧିକାଂଶ ସମୟରେ ସେ ତାଙ୍କର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ବୟାନ ତାଙ୍କୁ ଅନେଜ ସମୟରେ ସମସ୍ୟାରେ ପକାଇ ଥାଏ।ସେହିପରି ଏବେ ପୁଣି ଥରେ ସେ ଏକ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଏହି ଚର୍ଚ୍ଚାର କାରଣ ହେଉଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା।ସେ ତାଙ୍କ ଆତ୍ମଜୀବନୀ ରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଚି।

ଯେଉଁ କାରଣ ପାଇଁ ଏବେ କଂଗ୍ରେସକୁ ଟାର୍ଗେଟ କରିବା ପାଇଁ ଆଉ ଏକ ସୁଯୋଗ ମିଳିଯାଇଛି ଭାରତୀୟ ଜନତା ପାର୍ଟିର ନେତାଙ୍କୁ।ତେବେ ଜାଣନ୍ତୁ କଣ ରହିଚି ଏହି ଘଟଣା।ରାଷ୍ଟ୍ରପତି ଓବାମାଙ୍କ ପୁସ୍ତକ ‘ଏ ପ୍ରମିସଡ୍ ଲାଣ୍ଡ’ ରେ ଏହା ଉଲ୍ଲେଖ ରହିଛି ଯେ ରାହୁଲ ଜଣେ ଶଙ୍କାଗ୍ରସ୍ତ ଓ ଅପରିପକ୍ବ ବ୍ୟକ୍ତି ଅଟନ୍ତି ।

ସେ ଏପରି ଜଣେ ଛାତ୍ର ଅଟନ୍ତି ଯିଏକି ନିଜ ଶିକ୍ଷକଙ୍କୁ ଉଲାସିତ କରିବାକୁ ଚାହାଁନ୍ତି ନିଜ ପଢ଼ାରେ, କିନ୍ତୁ ରାଜନୀତି ଉପରେ ତାଙ୍କର ଧାରଣା ବହୁତ୍ କମ୍ ରହିଛି ଏବଂ ଅଭିଜ୍ଞତା ମଧ୍ୟ। ଆଉ ଏଥିପ୍ରତି ଦକ୍ଷତା ହାସଲ କରିବାକୁ ତାଙ୍କର ଆଗ୍ରହ ମଧ୍ୟ କମ୍ ରହିଛି।

ଏହାସହିତ ରାହୁଲଙ୍କ ମା ସୋନିଆ ଗାନ୍ଧିଙ୍କ ସମ୍ପର୍କରେ ମଧ୍ୟ ବାରାକ ଓବାମା କିଛି ଉଦାହରଣ ଦେଇ ତୁଳନାତ୍ମକ ଭାବରେ କହିଛନ୍ତି।ତାଙ୍କ ମତରେ ଆମକୁ ଚାର୍ଲି କ୍ରିଷ୍ଟ ଓ ରହମ ଇମାନୁଏଲଙ୍କ ପରି ପୁରୁଷମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କରେ କୁହାଯାଏ, କିନ୍ତୁ ନାରୀମାନଙ୍କ ସୌନ୍ଦର୍ଯ୍ୟ ସମ୍ପର୍କର କିଛି କୁହା ଯାଇନଥାଏ ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଅପବାଦ ରହିଛି, ଯେପରିକି ସୋନିଆ ଗାନ୍ଧି। ଏହିପରି ଭାବରେ ସେ ରାହୁଲ ଙ୍କ ମାଆ ଙ୍କ ବିଷୟରେ ତାଙ୍କ ପୁସ୍ତକ ଏ ପ୍ରମିସଡ୍ ଲାଣ୍ଡ ରେ ଉଲ୍ଲେଖ କରିଛନ୍ତି।

ଏହାପରେ ସେ ଏହି ପୁସ୍ତକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଯିଏକି ଜଣେ ବିଜ୍ଞ ଅର୍ଥନୀତିଜ୍ଞ ମଧ୍ୟ ଅଟନ୍ତି ଓ ଆମେରିକାର ପୂର୍ବତନ ପ୍ରରତିକ୍ଷା ମନ୍ତ୍ରୀ ବବ୍ ଗେଟ୍ସ ଙ୍କ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।ସେ କହିଛନ୍ତି ଯେ, ଡ. ମନମୋହନ ସିଂହ ଜଣେ ସରଳ ଏବଂ ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତି ଅଟନ୍ତି ଏବଂ ପୂର୍ବତନ ପ୍ରରତିକ୍ଷା ମନ୍ତ୍ରୀ ବବ୍ ଗେଟ୍ସ ମଧ୍ୟ ସମାନ ବ୍ୟକ୍ତିତ୍ଵ ର ଅଧିକାରୀ ଅଟନ୍ତି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ପୁଟିନଙ୍କୁ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି ଜଣେ ମଜଭୁତ ଓ ଚାଲାକ ବ୍ୟକ୍ତି ଭାବରେ।

ତାଙ୍କର ଉପସ୍ଥିତ ବୁଦ୍ଧି କୁ ସେ ପ୍ରଶଂସା କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।