4 ଥରର ବିଜୟୀ ବିଧାୟକ ପ୍ରାର୍ଥୀ ହୋଇ ମଧ୍ୟ ନାହିଁ କାର କି କୋଠା, ପାଦରେ ଚାଲି ଚାଲି ଲୋକଙ୍କ ସେବା କରୁଛନ୍ତି ଏହି ଲୋକପ୍ରିୟ ବିଧାୟକ..

ଜଣେ ବ୍ୟକ୍ତି ବିଧାୟକ କି ସାଂସଦ ହେବା ପରେ ନିଜର ପ୍ରତିପତ୍ତି ବଢ଼ାଇ ଏକ ଭିନ୍ନ ଧରଣର ଜୀବନ ଶୈଳୀ କୁ ଉପଭୋଗ କରିଥାଏ। ଏହାର ଅନେକ ଉଦାହରଣ ଆମ ପାଖରେ ରହିଛି। ନିଜର ଧନ ସମ୍ପତ୍ତି ସବୁକୁ ଲଗାଇ କଲେ ବଳେ କୌଶଳେ ଯେମିତି ବି ହଉ ସେ ବିଜୟ ହାସଲ କରିବାକୁ ଚେଷ୍ଟା କରିଥାଏ। କାରଣ ଥରେ ବିଧାୟକ ବା ସାଂସଦ ହେଲାପରେ ତାଙ୍କର କ୍ଷମତା କୁ ପ୍ରୟୋଗ କରି ସେ ଅନେକ ଜିନିଷକୁ ନିଜର କରିବାକୁ ସକ୍ଷମ ହୁଏ।

ନିଜ ର ଏକ ଭିନ୍ନ ଧରଣର ଜୀବନ ଶୈଳୀ ଆରମ୍ଭ କରିଥାଏ। ଏବଂ କିଛି ବର୍ଷ ପରେ ଜନତା ଙ୍କ ଟଙ୍କା କୁ ହଡ଼ପ କରି ବିଳାସପୂର୍ଣ୍ଣ କୋଠା, ଗାଡ଼ି ଆଦି ସହ ନିଜ ଜୀବନକୁ ଉପଭୋଗ କରେ।

ତେବେ ଏହାରି ଭିତରେ ମଧ୍ୟ କିଛି ଏମିତି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ଲୋକଙ୍କ ସ୍ବାର୍ଥ ପାଇଁ ରାଜନୀତି କୁ ଆସିଥାନ୍ତି ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଦୃଢ଼ ପରିକର ବଦ୍ଧ ହୋଇଥାନ୍ତି। ଲୋକଙ୍କ ଉନ୍ନତି କରିବା ସେମାନଙ୍କ ସ୍ବାର୍ଥ ପାଇଁ ଲଢେ଼ଇ କରିବା ଏବଂ ସେମାନଙ୍କ ଅସୁବିଧା ସମୟରେ ସହାୟତା ପ୍ରଦାନ କରିବା ପାଇଁ ସେମାନେ ଆଗଭର ହୋଇ ଥାଆନ୍ତି।

ଆମେ ଆଜି ଆପଣଙ୍କୁ ସେହିଭଳି ଜଣେ ଜନ ପ୍ରତିନିଧି ଙ୍କ ବିଷୟରେ କହିବୁ ଯିଏକି ଜଣେ ବିଧାୟକ ହୋଇ ମଧ୍ୟ ଜଣେ ସାଧାରଣ ବ୍ୟକ୍ତି ଭଳି ଜୀବନ ଯାପନ କରନ୍ତି।  ନାହିଁ ତାଙ୍କର ଗାଡ଼ି ଘୋଡ଼ା ଆଉ ନାହିଁ ତାଙ୍କର କୋଠା କିନ୍ତୁ ସେ ହେଉଛନ୍ତି 4ଥର ବିଜୟ ହାସଲ କରିଥିବା ବିଧାୟକ ପ୍ରାର୍ଥୀ। ଯାହାଙ୍କର ନାମ ହେଉଛି ମେହବୁବ ଆଲାମ।

ଯିଏ କି ନିଜର ସଚ୍ଚୋଟତା ଏବଂ ସରଳତା ପାଇଁ ସମଗ୍ର ଅଞ୍ଚଳରେ ଲୋକପ୍ରିୟ ପ୍ରତିନିଧି ଅଟନ୍ତି। ଏହାର କାରଣ ହେଉଛି ଯେ ଜଣେ ବିଧାୟକ ହେବା ପରେ ମଧ୍ୟ ସେ ନିଜ ପାଇଁ ଏକ ପକ୍କା ଘରଟିଏ ନିର୍ମାଣ କରିପାରି ନାହାନ୍ତି।ତେବେ ମେହବୁବ ଆଲାମଙ୍କ ଘର ବିହାରର କଟିହର ଜିଲ୍ଲାରେ ଅଟେ ଏବଂ ଚଳିତ ନିର୍ବାଚନରେ ଚତୁର୍ଥ ଥର ପାଇଁ ସେ ବଳରାମପୁର ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ନିଜର ସରଳ ବ୍ୟକ୍ତିତ୍ଵ ପାଇଁ ସେ ସମସ୍ତଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି।

ତାଙ୍କର କାର ଖଣ୍ଡିଏ ମଧ୍ୟ ନାହିଁ । ଯେଉଁ କାରଣରୁ ସେ ଚାଲି ଚାଲି ଯାଇ ଲୋକଙ୍କୁ ନିକଟରେ ଭୋଟ ଭିକ୍ଷା କରିଥାନ୍ତି।ତେବେ ଆପଣ ମାନଙ୍କ ସୂଚନା ପାଇଁ କହି ରଖୁଛୁ କି ଏଥର ବିହାର ନିର୍ବାଚନରେ ​​ଜିତିଥିବା ସମସ୍ତ ବିଧାୟକଙ୍କ ମଧ୍ୟରୁ ୮୧ ପ୍ରତିଶତ କୋଟିପତି ପ୍ରାର୍ଥୀ ହୋଇଥିବା ବେଳେ ମେହବୁବ ଆଲାମ ଙ୍କ ସମ୍ପତ୍ତି ବହୁତ୍ କମ୍ ଅଟେ।ତାପରେ ଦଶମ ପାସ୍ କରିଥିବା,ସ୍ୱଚ୍ଛ ରାଜନୀତିରେ ବିଶ୍ୱାସ କରୁଥିବା ଏବଂ ଲୋକଙ୍କ ସେବାକୁ ଗୁରୁତ୍ଵ ଦେଉଥିବା ଏହି 44 ବର୍ଷୀୟ ପ୍ରାର୍ଥୀ ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।