ଦେଖନ୍ତୁ ଭିଡ଼ିଓ । ଶେଷରେ ମୁହଁ ଖୋଲିଲେ ଅମ୍ଳାନ ଦାସ ଙ୍କ ପତ୍ନୀ କହିଲେ ମୁଁ ମିହିର ଦାସ ଙ୍କ ବୋହୂ ମୋତେ……

ଆପଣ ମାନେ ତ ନିଶ୍ଚିତ ଭାବେ ଅଲିଉଡ ଷ୍ଟାର୍ ଅମ୍ଳାନ ଦାସ ତଥା ମିହିର ଦାସ ଙ୍କ ବୋହୂ ଭୂମିକା ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ର ଉଦ୍ୟମ ଘଟଣା ବିଷୟ ରେ ନିଶ୍ଚୟ ଜାଣିଥିବେ । ତେବେ କାଲି ସେ ମଧୁସୁଦନ ସେତୁ ନିକଟ ରେ ସ୍କୁଟି ରଖି ମହାନଦୀ ଙ୍କୁ ଡେଇଁ ଆତ୍ମହତ୍ୟା ପାଇଁ ପ୍ରୟାସ କରିଥିଲେ ବୋଲି ଶୁଣିବାକୁ ମିଳିଛି। କିନ୍ତୁ କେଉଁ କାରଣ ରୁ ଆଉ କଣ ପାଇଁ ସେ ପାଣି କୁ ଡେଇଁ ପଡ଼ିଥିଲେ ଆସନ୍ତୁ ଜାଣିବା କାରଣ ଏହି ବିଷୟ ରେ ସେ ନିଜେ ସୋସିଆଲ ମିଡ଼ିଆ ରେ ମୁହଁ ଖିଲୋ କହିଛନ୍ତି ।

ମହାନଦୀ ଙ୍କୁ ଡେଇଁ ପଡ଼ିଥିବା ଘଟଣା ରେ ପତିକ୍ରିୟା ରଖିଛନ୍ତି ଅମ୍ଳାନ ଙ୍କ ପତ୍ନୀ । ଗତ କାଲି ସେ ଉପବାସ କରିଥିଲେ ଓ ପୂଜା ର କିଛି ସାମଗ୍ରୀ ଥିଲା ଯାହା କୁ ସେ ପାଣି ରେ ଉଝାଇବା ପାଇଁ ଯାଇ ଥିଲେ ।

ତେବେ ଉପବାସ ପାଇଁ ତାଙ୍କୁ ଖୁବ୍ ଦୁର୍ବଳ ଅନୁଭବ ହେଉ ଥିଲା ଓ ତାଙ୍କ ମୁଣ୍ଡ ମଧ୍ୟ ବୁଲାଉ ଥିଲା। ତାଙ୍କ କହିବା ଅନୁସାରେ ସେ ପାଣି ରେ ପୂଜା ସାମଗ୍ରୀ ପକାଇଥିବା ସମୟ ରେ ତାଙ୍କ ମୁଣ୍ଡ ବୁଲାଉ ଥିଲା ଓ ସେ ଗୋଟେ ହାଇ ହିଲ୍ ପିନ୍ଧି ଥିବାରୁ ତାଙ୍କ ଗୋଡ଼ ଖସି ଯାଇ ଥିଲା ଓ ସେ ପଡି ଯାଇ ଥିଲେ। ତେବେ ଏହା ଏକ ସମ୍ପୂର୍ଣ ଭାବେ ଦୁର୍ଘଟଣା ଥିଲା ଓ ସେ ଆତ୍ମହତ୍ୟା କରିବା ର ଉଦ୍ଦେଶ୍ୟ ରେ ନଥିଲେ କିମ୍ବା ଆତ୍ମହତ୍ୟା କରିବାକୁ ଯାଇ ନଥିଲେ ବୋଲି କହିଛନ୍ତି ।

ଏହା ସହିତ କହିଛନ୍ତି ଯେ ଏହି ଘଟଣା ରେ କୌଣସି ପ୍ରକାର ର କାଳ୍ପନିକ ମତାମତ ରଖନ୍ତୁ ନାହିଁ କିମ୍ବା ତାଙ୍କ ସ୍ବାମୀ ଅମ୍ଳାନ ଓ ତାଙ୍କ ପରିବାର କୁ ବଦନାମ୍ ନକରିବା ପାଇଁ ସେ ସୋସିଆଲ ମିଡ଼ିଆ ରେ ଅନୁରୋଧ କରିଛନ୍ତି । ତେବେ ଏହି କଥା କୁ ଅନେକ କାଳ୍ପନିକ ଆଖ୍ୟା ଦେଇ ଲୋକ ମାନେ ଅମ୍ଳାନ କୁ ଦୋଷ ଦେଉଛନ୍ତି ତେଣୁ ସେ ଏମିତି କରିବା ପାଇଁ ମନା କରିଛନ୍ତି ।

ତେବେ ଜଣାଇ ଦେଉଛୁ ଯେ ଗତକାଲି ଦିନ ପ୍ରାୟ ସାଢେ଼ ଗୋଟିଏ ବେଳେ ସେ ମହାନଦୀ ରେ ଭାସୁ ଥିବାର ସ୍ଥାନୀୟ ଲୋକ ମାନେ ଦେଖି ଥିଲେ । ସ୍ଥାନୀୟ ଲୋକ ମାନେ ଏହା ଦେଖି ପୋଲିସ୍ ପ୍ରଶାସନ କୁ କଲ୍ କରିଥିଲେ । ପୋଲିସ୍ ପ୍ରଶାସନ ଓ ସ୍ଥାନୀୟ ଲୋକ ମାନଙ୍କ ମିଳିତ ଉଦ୍ୟମ ରେ ଅମ୍ଳାନ ଦାସ ଙ୍କ ସ୍ତ୍ରୀ ଭୂମିକା କୁ ଉଦ୍ଧାର କରାଯାଇ ଥିଲା ।

ପୋଲିସ୍ ସେଠାରୁ ଭୂମିକା ଙ୍କୁ ପୋଲିସ୍ ଷ୍ଟେସନ ନେଇ ଯାଇଥିଲେ ଓ ସେଠାରୁ ଅମ୍ଳାନ ତାଙ୍କୁ ଆସି ନେଇଥିଲେ। ତେବେ ଏହି ଘଟଣା କି ଲୋକ ମାନେ ଆତ୍ମହତ୍ୟା ଉଦ୍ୟମ ର ନାମ ଦେଇ ଅନେକ କାଳ୍ପନିକ କଥା କହୁଥିଲେ ।ତେବେ ଆଉ ଥରେ ଜଣାଇ ଦେଉଚୁ ଯେ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରି ନଥିଲେ ତାଙ୍କ ଗୋଡ଼ ଖସି ଯାଇଥିବାରୁ ସେ ପଡି ଯାଇ ଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।