ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନା କୁ ଆସିଲା ନୂଆ ଟୁଇଷ୍ଟ । ନିଜର ତୃତୀୟ ବିବାହ ବିଷୟରେ ବିଦ୍ୟାଶ୍ରୀ କହିଲେ ଏମିତି…..

ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ର ମୃତ୍ୟୁ କୁ ବହୁତ୍ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ପଛର କାରଣ ଉପରୁ ପରଦା ଉଠି ପାରି ନାହିଁ ।ତେବେ ତାଙ୍କ ର ମୃତ୍ୟୁ କିପରି ହୋଇଥିଲା , ସେ ଆତ୍ମହତ୍ୟା କରିଥିଲେ କି ତାଙ୍କୁ କିଏ ହତ୍ୟା କରି ଲିଙ୍ଗରାଜ ରେଳ ଧାରଣା ରେ ପକେଇ ଦେଇ ଥିଲା ଏହା ଆଜି ଜାଏ ମଧ୍ୟ ସନ୍ଦେହ ଘେର ରେ ରହିଛି । ଆଦିତ୍ୟ ଙ୍କ ମୃତ୍ୟୁ ମାମଲା ର ତଦନ୍ତ ବର୍ତ୍ତମାନ ସିବିଆଇ କରୁଛି ତଥାପି ଏହା ରହସ୍ୟଘେର ରେ ରହି ଅଛି।

ତେବେ ଏହି ରହସ୍ୟ ରେ ସିବିଆଇ ସହିତ ଆଦିତ୍ୟ ଦାସ ଙ୍କ ଫ୍ୟାନ ମାନଙ୍କ ର ସନ୍ଦେହ ଘେର ରେ ତାଙ୍କ ସ୍ତ୍ରୀ ବିଦ୍ୟଶ୍ରି ଙ୍କ ନାମ ବହୁତ୍ ଥର ଉଠିଛି ।

ସିବିଆଇ ତାଙ୍କୁ ଅନେକ ଥର ଜେରା ମଧ୍ୟ କରି ସାରିଛି । ଆଦିତ୍ୟ ଙ୍କ ପ୍ରଶଂସକ ମାନେ ଆଦିତ୍ୟ ଙ୍କ ସ୍ତ୍ରୀ ଙ୍କୁ ଅନେକ ମାତ୍ରା ରେ ସନ୍ଦେହ କରୁଛନ୍ତି । କାରଣ ଯେଉଁ ଦିନ ଆଦିତ୍ୟ ଙ୍କ ମୃତୁ ଦିନ ସେ ସାରା ରାତି ବାହାରେ ରାତି ରେ ଥିଲେ ଓ ସେଦିନ ତାଙ୍କ ଭିତରେ କିଛି କଥା କୁ ନେଇ ଝଗଡ଼ା ମଧ୍ୟ ହୋଇ ଥିଲା ।

ତେବେ ଜଣାଇ ଦେଉଚୁ ଯେ ଆଦିତ୍ୟ ଦାସ ଓ ବିଦ୍ୟଶ୍ରି ଙ୍କ ର ପ୍ରେମ ବିବାହ ହୋଇ ଥିଲା । ଲକ୍ ଡାଉନ୍ ସମୟ ରେ ମଧ୍ୟ ସେ ଏଇ ମନ୍ଦିର ରେ ବିବାହ କରି ଥିଲେ । ବିବାହ କୁ ଗୋଟିଏ ମାସ ହୋଇ ଥିଲା । ଏଥି ମଧ୍ୟ ରେ ହିଁ ମାନବ ପ୍ରେମୀ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ବରଣ ହୋଇ ଥିଲା ।

ତାଙ୍କର ମୃତ୍ୟୁ ଦେହ ଲିଙ୍ଗରାଜ ଷ୍ଟେସନ ର ରେଳ ଧାରଣ ରୁ ମିଳି ଥିଲା । ତେବେ ଏହି ଘଟଣା କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସଠିକ୍ ତଥ୍ୟ ମିଳି ପାରିନାହିଁ। ତେବେ ଏହି ମଧ୍ୟରେ ବିଦ୍ୟାଶ୍ରୀ ଙ୍କ ଉପରେ ପ୍ରଶ୍ନ ଉଠିଥିଲା ଯେ ଆଦିତ୍ୟ ଦାସ ତାଙ୍କର ପ୍ରଥମ ସ୍ଵାମୀ ନୁହନ୍ତି । ସେ ଆଦିତ୍ୟ ଦାସ ଙ୍କୁ ତୃତୀୟ ବିବାହ କରିଛନ୍ତି ।

ତେବେ ଏହି ପ୍ରସଙ୍ଗ ରେ ଆଜି ବିଦ୍ୟାଶ୍ରୀ ମୁହଁ ଖୋଲିଛନ୍ତି ଓ ଗଣ ମାଧ୍ୟମ ରେ ପ୍ରଶ୍ନ କରିଛନ୍ତି ଯେ ଯଦି ମୋର ଆଦିତ୍ୟ ଦାସ ତୃତୀୟ ସ୍ବାମୀ ତେବେ ମୋର ଆଉ ଦୁଇ ଜଣ ସ୍ବାମୀ କାହାନ୍ତି । ଏହା ସହିତ ସେ କହିଛନ୍ତି ଯେ ଏହି କଥା ରେ ତାଙ୍କ ଆତ୍ମ ସମ୍ମାନ ରେ ଆଞ୍ଚ ଆସିଛି ବୋଲି ସେ ଜଣାଇଛନ୍ତି।

ତେବେ ବିଦ୍ୟାଶ୍ରୀ ବର୍ତ୍ତମାନ ସିବିଆଇ ଠାରୁ ଏହି ଘଟଣା ର ଏକ ରିପୋର୍ଟ ବା ଘଟଣା ବିଷୟ ରେ କିଛି ତଥ୍ୟ ଚାହୁଁଛନ୍ତି ଯାହା ଦ୍ଵାରା ସେମାନେ ଜାଣି ପାରିବେ ଯେ ଆଦିତ୍ୟ ଦାସ ଙ୍କ ର ଏହା ପ୍ରକୃତ ରେ ହତ୍ୟା କି ଆତ୍ମହତ୍ୟା। ସେ ଏହା ଗଣ ମାଧ୍ୟମ ରେ ଆଜି ପ୍ରକାଶ କରିଛନ୍ତି । ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ରେ ବାରମ୍ବାର ତାଙ୍କୁ ସନ୍ଦେହ କରାଯାଇଛି ବୋଲି ସେ ଏହି କେଶ୍ ର ଶୀଘ୍ର ସମାଧାନ ଚାହୁଁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।