ନିଜ ମୋବାଇଲ ମାଧ୍ୟମରେ ଚେକ୍ କରନ୍ତୁ ଆଧାର କାର୍ଡ ଲିଙ୍କ୍ ହୋଇଛି କି ନାହିଁ ନିଜ ବ୍ୟାଙ୍କ୍ ଆକାଉଣ୍ଟ୍ ରେ

ତେବେ ଆଜି ଆମେ ଜାଣିବା ଯେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସହିତ ଆପଣ ଙ୍କ ଆଧାର କାର୍ଡ ଲିଙ୍କ୍ ରହିଛି ନା ନାହିଁ । କାରଣ ବର୍ତ୍ତମାନ ସମୟରେ ବ୍ୟାଙ୍କ୍ ରେ ଆଧାର କାର୍ଡ ଲିଙ୍କ୍ କରିବା କମ୍ପଲସରି ହୋଇ ଯାଇଛି । ତେଣୁ ଆସନ୍ତୁ ଜାଣିବା । ତେବେ ଆପଣ ପ୍ରଥମେ ଆପଣ ବ୍ରାଉଜର ଓପନ୍ କରନ୍ତୁ ଓ ବ୍ରାଉଜର ରେ ଟାଇପ କରନ୍ତୁ uidai ଆଉ ସର୍ଚ୍ଚ କରନ୍ତୁ ।

ତେବେ ଆପଣ ଏହାକୁ ଟାଇପ୍ କରିବା ଦ୍ଵାରା ଆଧାର କାର୍ଡ ରେ ଅଫିସିଆଲ୍ ୱେବସାଇଟ ଓପନ ହୋଇଯିବ ।

ଏହା ପରେ ସେଥିରେ କ୍ଲିକ୍ କରିବା ଦ୍ଵାରା ଆଧାର କାର୍ଡ ର ଅଫିସିଆଲ୍ ୱେବସାଇଟ ଓପନ ହୋଇଯିବ। ଏଥିରେ ଆପଣ ତଳକୁ ତଳ ସ୍କ୍ରଲ କରି ଦେଖିଲେ ଦେଖି ପାରିବେ ଯେ ଲେଖା ହୋଉଥବା ଆଧାର ସର୍ଭିସ୍ । ସେହି ଆଧାର ସର୍ଭିସ୍ ଉପରେ କ୍ଲିକ୍ କରିବେ।ଓ ଏହା ପରେ ମଧ୍ୟ ତଳକୁ ତଳ ସ୍କ୍ରଲ କରିବା ଦ୍ଵାରା ଆସିଯିବ ଚେକ୍ ଆଧାର ବ୍ୟାଙ୍କ୍ ଲିଙ୍କିଂ ଷ୍ଟାଟସ୍ ।

ସେଥିରେ ଆପଣ କ୍ଲିକ୍ କରନ୍ତୁ କ୍ଲିକ୍ କରିବା ଦ୍ୱାରା ଏକ ନୂଆ ପେଜ ଓପନ ହୋଇଯିବ । ସେଥିରେ ଆପଣ ନିଜର ଆଧାର କାର୍ଡ ନମ୍ୱର୍ ଦେବେ ଓ ତଳେ ଥିବା ନମ୍ୱର୍ ମଧ୍ୟ ଦେବେ ଦେଇ ସାରିବା ପରେ ସେଣ୍ଡ ଓଟିପି ରେ କ୍ଲିକ୍ କରନ୍ତୁ ।ତେବେ ଯଦି ଆପଣ ଙ୍କ ଆଧାର କାର୍ଡ ରେ ମୋବାଇଲ ନମ୍ବର ଲିଙ୍କ୍ ହୋଇଥିବ ତେବେ ଆପଣ ଏହାକୁ କରି ପାରିବେ କାରଣ ଆପଣଙ୍କ ମୋବାଇଲ କୁ ଓଟିପି ଆସିବ ।

ତେବେ ଯଦି ଆପଣ ଙ୍କ ର ଆଧାର କାର୍ଡ ରେ ମୋବାଇଲ ନମ୍ବର ଲିଙ୍କ୍ ହୋଇ ନାହିଁ ତେବେ ଆପଣ ନିଶ୍ଚିତ ଭାବେ କରାଇ ନିଅନ୍ତୁ ।ତେବେ ସେଥିରେ କ୍ଲିକ୍ କରିବା ପରେ ଯଦି ଆପଣ ଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ରେ ଲିଙ୍କ୍ ଥିବ ତେବେ ଆପଣ ଙ୍କ ପାଖକୁ ଓଟିପୀ ଆସିବ ଆଉ ଏହା ସହିତ ଗୋଟେ ପେଜ ମଧ୍ୟ ଓପନ ହେବ।

ସେହି ପେଜ ରେ ଏଣ୍ଟର ଓଟିପିି ଅପ୍ସନ୍ ଆସିବ ଯେଉଁ ଓଟିପିି ଆପଣ ଙ୍କ ମୋବାଇଲ ନମ୍ବର କୁ ଆସିଛି ସେଠି ଦିଅନ୍ତୁ ଓ ତଳେ ଏକ ସବମିଟ ଅପ୍ସନ୍ ଆସିବ । ଓଟିପିି ଦେଇ ସାରିବା ପରେ ସେହି ସବମିଟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ । ତେବେ କ୍ଲିକ୍ କରିବା ପରେ ସେଠାରେ ଆପଣ ଙ୍କୁ ଦେଖାଇ ଦେବ ଯେ ଆପଣ ଙ୍କ ଆଧାର କାର୍ଡ ଲିଙ୍କ୍ ହୋଇଛି ନା ନାହିଁ ।

ଏହା ସହିତ ଆପଣ ଙ୍କ ର କେଉଁ ଦିନ ଆଧାର କାର୍ଡ ଲିଙ୍କ୍ ହୋଇଛି ସେହି ଡେଟ୍ ମଧ୍ୟ ଦେଖାଇ ଦେବ । ଆଉ ଏହା ସହିତ କେଉଁ ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଆଧାର କାର୍ଡ ଲିଙ୍କ୍ ହୋଇଛି ତାହା ମଧ୍ୟ ତଳେ ଲେଖା ଆସିଯିବ । ତେବେ ଯଦି ଆପଣ ଆଧାର କାର୍ଡ ଅନୁସାରେ ପଇସା ଟ୍ରଂସଫର୍ କରୁଛନ୍ତି ତେବେ ଏହି ଆକାଉଣ୍ଟ୍ କୁ ଆସିବ ଓ ଯଦି ସରକାର ତରଫରୁ କୌଣସି ପ୍ରକାର ପଇସା ଆସୁଛି ଏହି ଆଧାର କାର୍ଡ ରେ ତେବେ ଏହି ଆକାଉଣ୍ଟ୍ କୁ ଆସିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।