ମୋଦୀ ସରକାରଙ୍କ ୬ଟି ବଡ ଘୋଷଣା, କୃଷକଙ୍କ ପାଖରୁ ଆରମ୍ଭ କରି ଘର କିଣାକିଣି ପର୍ଯ୍ୟନ୍ତ ମିଳିବ ସମସ୍ତଙ୍କୁ ଉପହାର ଜାଣନ୍ତୁ….

କରନା ମହାମାରୀ ଯୋଗୁଁ ଭାରତ ଏକ ଦୁର୍ବଳ ଅର୍ଥନୈତିକ ସ୍ଥିତି ଦେଇ ଗତି କରୁଥିବା ବେଳେ ଭାରତ ସରକାର ଏଥିପାଇଁ ଯତ୍ନଶୀଳ ରହିଛନ୍ତି ଏବଂ ଫଳ ସ୍ୱରୂପ ଏହି ଆର୍ଥିକ ମାନ୍ଦାବସ୍ଥା କୁ ପୁଣି ସୁଦୃଢ କରିବା ପାଇଁ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ଯେଉଁ କାରଣରୁ କେନ୍ଦ୍ର ସରକାର ମୋଦୀ ସରକାର ୨.୬୫ ଲକ୍ଷ କୋଟି ତାଙ୍କର ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି।

ଏହାକୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ ମଧ୍ୟ ତାଙ୍କର ଏକ ପ୍ରେସ କନ୍ଫେରେନସ ରେ କହିଛନ୍ତି କି ଦୁର୍ବଳ ଆର୍ଥିକ ସ୍ଥିତି କୁ ସଜାଡ଼ିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ସେଥିରେ ପଦକ୍ଷେପ ସ୍ୱରୂପ ପ୍ରାଥମିକ ଭାବରେ ସରକାର କିଛି ଘୋଷଣା କରିଛନ୍ତି। ଜାଣନ୍ତୁ କଣ ରହିଛି ସେହିସବୁ ଯୋଜନା।

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା- ୩୦ ଜୁନ ୨୦୨୧ ପର୍ଯ୍ଯନ୍ତ ଏହି ଯୋଜନା ଲାଗୁ ହେବାକୁ ଥିବାବେଳେ ଅଧିକରୁ ଅଧିକ କର୍ମଚାରୀ ଏଥିରେ ଇପିଏଫଓ ସହ ଯୋଡି ହେବେ ଓ ପିଏଫର ଲାଭ ଉଠାଇ ପାରିବେ। ଯେଉଁ କର୍ମଚାରୀ ମାନେ ପିଏଫ ପାଇଁ ରେଜିଷ୍ଟର କରିନଥିବେ ଓ ତାଙ୍କର ଆୟ ୧୫୦୦୦ ହଜାରରୁ କମ ଥିବ ସେମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ପାରିବେ।ତେବେ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ଯନ୍ତ ଚାକିରିରେ ନଥିବା ବ୍ୟକ୍ତି ମାନେ,ଏହାପରେ ପିଏଫରେ ଯୋଡିହେଲେ ତାଙ୍କୁ ଏହି ଲାଭ ମିଳିବ।

୨.୬୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ- କର୍ପୋରେଟ ସୋସାଇଟି ରୁ ଆରମ୍ଭ କରି କୃଷକ ପର୍ଯ୍ୟନ୍ତ ସମସ୍ତେ ଏହାର ଲାଭ ଉଠାଇ ପାରିବେ।ଏହା ସମୁଦାୟ ୨,୬୫,୦୮୦ କୋଟିର ପ୍ୟାକେଜ ଅଟେ। ସରକାର ସମୁଦାୟ ଚାରିଥର ୨୯,୮୭,୬୪୧ କୋଟି ଟଙ୍କାର ପ୍ୟାକେଜ ଦେଇସାରିଥିବା ବେଳେ ଏହା ଜିଡିପିର ପାଖାପାଖି ୧୫ ପ୍ରତିଶତ ଅଟେ ଏବଂ ଏଥିରେ ସରକାରଙ୍କ ଖର୍ଚ୍ଚ ଜିଡିପିର ୯ ପ୍ରତିଶତ ରହିଥିବା ବେଳେ ବାକି ସବୁ ବ୍ୟାଙ୍କର ଅଟେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଇସିଏଲଜିଏସ ସ୍କିମର ଅବଧି ବୃଦ୍ଧି- ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଇସିଏଲଜିଏସ ସ୍କିମ ଅନ୍ତର୍ଗତ ୬୧ଲକ୍ଷ ଲୋକ ଏହାର ଲାଭ ଉଠାଇ ପାରିବେ। ଏହାଦ୍ଵାରା ୩ଲକ୍ଷ କୋଟି ଟଙ୍କାର ତତକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମର ତାରିଖ ବଢାଇ ୩୧ ମାର୍ଚ୍ଚ ୨୦୨୧କୁ ବୃଦ୍ଧି କରା ଯାଇଛି।

ଅସୁବିଧାଜନକ ସେକ୍ଟର ପାଇଁ ଯୋଜନା- ଏମଏସଏସଇ ସେକ୍ଟରକୁ ଏହାର ଲାଭ ମିଳିବାକୁ ଥିବାବେଳେ  ୨୬ଟି ଅସୁବିଧାଜନକ କ୍ଷେତ୍ରକୁ ଏହାଦ୍ବାରା ଚିହ୍ନଟ କରାଯାଇଛି ଏବଂ ଏଥିରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସାମିଲ କରାଯାଇଛି। ଏହି ସେକ୍ଟର ପାଇଁ ତତକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ ୨.୦ ପ୍ରସ୍ତୁତ କରାଯାଉଛି।ଏଥିରେ ୫୦କୋଟି ରୁ ୫୦୦କୋଟି ପର୍ଯ୍ୟନ୍ତ ଋଣଧାରକ କମ୍ପାନୀଗୁଡିକୁ ଏକ ବର୍ଷ ପର୍ଯ୍ଯନ୍ତ ମୋରେଟୋରିୟମ ଦେବାର ସୁବିଧା ରହିଛି।

ପିଏମ ଆବାସ ଯୋଜନା- ଏହି ଯୋଜନା ମାଧ୍ୟମରେ ୩୦ଲକ୍ଷ ଘରକୁ ଲାଭ ମିଳିବ।ଏବଂ ୮ହଜାର କୋଟି ଟଙ୍କାର ଅତିରିକ୍ତ ଲାଭ ମିଳିବା ସହିତ ଏଥିରେ ୭୮ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବବୋଲି କୁହାଯାଇଛି।

ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ସୁଯୋଗ ପ୍ରଦାନ- ୨୦୨୧ ମସିହା ଡିସେମ୍ବର ୩୧ ସୁଦ୍ଧା ଏହା ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିବା ବେଳେ କାର୍ଯ୍ୟଦକ୍ଷତା ସୁରକ୍ଷାର ଫର୍ମରେ ୫ ରୁ ୧୦ ପ୍ରତିଶତ ଜାଗାରେ ୩ ପ୍ରତିଶତ ମୂଲ୍ୟ ରଖିବାକୁ ହେବ ବୋଲି ଚୁକ୍ତିନାମା ରେ ଉଲ୍ଲେଖ କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।