ମଜାଳିଆ ପ୍ରଶ୍ନ – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆଜି ଆମେ ଏହି ଲେଖାରେ ଆପଣଙ୍କୁ ଏମିତି କିଛି ମଜାଦାର ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏହାର ଉତ୍ତର ଟିକେ ଭିନ୍ନ ଧରଣର। କିଛି କ୍ଷେତ୍ରରେ ଆମେ ଏହିଭଳି ପ୍ରଶ୍ନ ସାକ୍ଷାତକାର ମାନଙ୍କରେ ଦେଖିବାକୁ ପାଉ।ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ।

ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ। ତାହେଲେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ସବୁ ବିଷୟରେ।

ପ୍ରଶ୍ନ ୧) ତାହା କଣ ଅଟେ ଯାହା ଗୋଟିଏ ଫଳର ନାମ, ଗୋଟିଏ ଝିଅର ନାମ ଏବଂ ଗୋଟିଏ ରଙ୍ଗର ନାମ ମଧ୍ୟ ଅଟେ।
ଉତ୍ତର- କମଳା।

ପ୍ରଶ୍ନ ୨) ତାହା କଣ ଯାହା ଖାଇବା ପାଇଁ କିଣା ଯାଇଥାଏ କିନ୍ତୁ ତାହା ଖିଆ ଯାଇ ନଥାଏ।
ଉତ୍ତର- ପ୍ଲେଟ୍

ପ୍ରଶ୍ନ ୩) ତାହା କେଉଁ ଜିନିଷ ଯାହା ଛୋଟ ପିଲା ମାନେ ଖାଇଥାନ୍ତି, କିନ୍ତୁ ବଡ଼ ଲୋକେ ଖାଇ ପାରି ନଥାନ୍ତି।
ଉତ୍ତର- ପୋଲିଓ

ପ୍ରଶ୍ନ ୪) ତାହା କଣ ଅଟେ, ଯିଏ କଥା କହି ପାରେନି, ଦେଖି ପାରେନି କି ଶୁଣି ପାରେନି କିନ୍ତୁ ସବୁବେଳେ ସତ ହିଁ କହିଥାଏ।
ଉତ୍ତର- ଆଇନା

ପ୍ରଶ୍ନ ୫) ତାହା କଣ ଅଟେ ଯାହା ବାସ୍ନା କରିଥାଏ କିନ୍ତୁ ଫୁଲ ନୁହେଁ, ତାହା ଈର୍ଷା ନକରି ବି ଜଳି ଥାଏ।
ଉତ୍ତର- ଧୂପ କାଠି

ପ୍ରଶ୍ନ ୬) ଗୋଟିଏ ଝିଅର କେଉଁ ଜିନିଷ କୁ ସେ ନିଜେ ବ୍ୟବହାର କରି ନଥାଏ, ଏହାକୁ ଅନ୍ୟମାନେ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତି?
ଉତ୍ତର – ନିଜର ନାମକୁ।

ପ୍ରଶ୍ନ ୭) ପାଂଚ ଶବ୍ଦର ମୋହରି ନାମ ଓଲଟା ସିଧା ସବୁ ସମାନ?
ଉତ୍ତର – ନବଜୀବନ

ପ୍ରଶ୍ନ ୮) ଏମିତି କୋଉ କୋଉ ଶବ୍ଦ ଅଛି ଯେଉଁଥିରେ ଫଳ ଫୁଲ ମିଠା ତିନିଟି ଯାକର ନାମ ଆସେ?
ଉତ୍ତର- ଗୋଲାପ ଜାମୁ।

ପ୍ରଶ୍ନ ୯) ତାହା କଣ ଅଟେ ଯାହା ସମସ୍ତଙ୍କୁ ଅନେକ ଶିକ୍ଷା ଦେଇ ଯାଇଥାଏ?
ଉତ୍ତର- ସମୟ

ପ୍ରଶ୍ନ ୧୦) ଶରୀରର କେଉଁ ଅଙ୍ଗକୁ ଯେତେ ଜୋର୍ ରେ ଫାଡିଲେ ସେତେ ଜୋର୍ ଆବାଜ୍ କରିଥାଏ।
ଉତ୍ତର- ଗଳା ବା ତଣ୍ଟି

ପ୍ରଶ୍ନ ୧୧) ସେଇଟା କଣ ଯାହା ଗୋଟିଏ ହୋଇଥାଏ କିନ୍ତୁ ଉଭୟ ଭୋକ ଓ ଶୋଷ ଦୂର କରିଥାଏ।
ଉତ୍ତର- ନଡ଼ିଆ।

ପ୍ରଶ୍ନ ୧୨) କେଉଁ ଜିନିଷ ସବୁ ସ୍ଥାନକୁ ଯାଇ ପାରେ କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରିପାରେ ନାହିଁ।
ଉତ୍ତର- ଜୋତା ବା ଚପଲ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।