ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ! ବାଙ୍କୀ ର ରହସ୍ୟମୟ ଗୁମ୍ଫା, ଯାହା ଦ୍ଵାରା ବାଟ ରହିଛି ଖଣ୍ଡଗିରି କୁ ଏବଂ ବଡ଼ ଦେଉଳ କୁ ଯିବା ପାଇଁ…..

ଆସନ୍ତୁ ଆଜିର ଏହି ଲେଖାରେ ଜାଣିବା ବାଙ୍କୀର ରହସ୍ୟମୟ ଗୁମ୍ଫା ବିଷୟରେ। କୁହା ଯାଉଛି କି ବାଙ୍କୀ ରୁ ବଡ଼ ଦେଉଳ ପର୍ଯ୍ୟନ୍ତ ଲମ୍ବିଛି ଏହି ଗୁମ୍ଫା।ଏଠାରେ ୩ଟି ରାସ୍ତା ରହିଥିବା ବେଳେ ଦକ୍ଷିଣ କବାଟ ଗୁମ୍ଫା ଟି ବଡ଼ ଦେଉଳ ପର୍ଯ୍ୟନ୍ତ ଲମ୍ବିଛି। ବାଙ୍କୀ ଦମ୍ପଡା ବ୍ଲକ ଅଧୀନରେ ଥିବା କୃଷ୍ନଙ୍ଗି ପଞ୍ଚାୟତ ରେ ଯେଉଁ ଦକ୍ଷିଣ କବାଟ ଗୁମ୍ଫା ବା ଅନାହତ ଗୁମ୍ଫା ରହିଛି, ସେଇଠି କୁହାଯାଏ ଯେ ସନ୍ଧ୍ୟା ସମୟରେ ଓଁକାର ଧ୍ୱନୀର ଶବ୍ଦ ଗାଆଁ ଲୋକଙ୍କୁ ଶୁଭି ଥାଏ।

ଅଧିକାଂଶ ସମୟରେ ଖଞ୍ଜନା ଏବଂ ଧ୍ଵନି ର ଶବ୍ଦ ଶୁଣିବାକୁ ମିଳିଥାଏ।ତେବେ ଏହି ରହସ୍ୟ ମୟ ଗୁମ୍ଫା କାହିଁ କେତେ ଆଗରୁ ରହି ଆସିଛି।

ତେବେ ଯାହା ସ୍ଥାନୀୟ ଲୋକେ କୁହନ୍ତି ଯେ ସେମାନଙ୍କର ପୂର୍ବ ପୁରୁଷ ମାନେ, ଋଷିି ମୁନୀ ଋଷିି ଏବଂ ସନ୍ନ୍ୟାସୀ ମାନେ କହିଛନ୍ତି ଯେ ଏହି ଗୁମ୍ଫା ରୁ ୩ଟି ସ୍ଥାନକୁ ରାସ୍ତା ରହିଛି ବା ୩ ଟି ଦ୍ବାର ରହିଛି। ଗୋଟିଏ ରହିଛି ପୁରୀ ବଡ଼ ଦେଉଳକୁ ଏବଂ ଅନ୍ୟଟି ରହିଛି ଖଣ୍ଡଗିରି କୁ ଏବଂ ଆଉ ଗୋଟେ ରହିଛି ଓଳାଶୁଣି ମନ୍ଦିର ଗୁମ୍ଫା ନିକଟକୁ।

ତେବେ ଏହି ରହସ୍ୟ ମୟ ଗୁମ୍ଫାର ଅନେକ ରହସ୍ୟ ମଧ୍ୟ ରହିଛି ଯାହା ସେଠାକାର ସ୍ଥାନୀୟ ଲୋକମାନେ କହିଥାନ୍ତି ଏବଂ ସେମାନେ ପୂର୍ବ ପୁରୁଷ ମାନଙ୍କ ପାଖରୁ ଶୁଣିଛନ୍ତି ଯେ ଏଠାରେ ରାତ୍ରୀରେ ଖାଞ୍ଜନା ବାଜିବାର ଶବ୍ଦ ଶୁଣିବାକୁ ମିଳିଥାଏ। ଯଦି କାନ ଡେରି ଭଲ ଭାବରେ ଶୁଣିବ ତେବେ ଏହା ସ୍ପଷ୍ଟ ଭାବରେ ଶୁଣା ଯିବ।

ଏହାଛଡା ଏହି ଗୁମ୍ଫାରେ ଅମାବାସ୍ୟା, ପୂର୍ଣ୍ଣମୀ, ସଂକ୍ରାନ୍ତି ଏହି ୩ଟି ତିଥିରେ ଖଞ୍ଜନା ମାଡ଼ ସହିତ ଓଁକାର ଧ୍ଵନି ର ଶବ୍ଦ ଶୁଣାଯାଏ।ଏଠାରେ ରହିଥିବା ୩ ଟି ବାଟ ମଧ୍ୟରୁ ଗୋଟିଏ ବାଟ ହେଉଛି ଦକ୍ଷିଣ କବାଟ ।ଏଠାରେ ପୁଣି କାହିଁ କେତେ କାଳରୁ ଭୁମାଦେବି ବିଦ୍ୟମାନ ହୋଇଛନ୍ତି।ସେ କେବେ କେଉଁ କାଳରୁ ଆସି ଏଠାରେ ବିଦ୍ୟମାନ ହୋଇଛନ୍ତି ତାହା କାହାକୁ ଜଣା ନାହିଁ।

ତେବେ ଏଠାରେ ଶୁଭା ଯାଉଥିବା ଓଁକାର ଧ୍ଵନି ସମସ୍ତଙ୍କୁ ଏହା ଭାବନା ଦେଇଥାଏ ଯେ ଏଠାରେ କୌଣସି ଐଶ୍ୱରିକ ଶକ୍ତି ରହିଛି। ଯେଉଁ କାରଣରୁ ଏଠାରେ ଏହିଭଳି ସବୁ ଅଲୌକିକ ଘଟଣା ମାନ ଘଟିଥାଏ।

ଏହି ଗୁମ୍ଫାର ତଳେ ମଧ୍ୟ ଅନେକ କିଛି ଲେଖା ରହିଛି।ଏହି ଲେଖା ବିଷୟରେ ତ ଆମେ କିଛି କହି ପାରିବୁନି ବୋଲି ସ୍ଥାନୀୟ ଲୋକ ଙ୍କ କହିବା କଥା। କିନ୍ତୁ ଯାହା ସନ୍ୟାସୀ ମାନେ କହିଛନ୍ତି ସେହି ଅନୁସାରେ ଏଠାରେ ଥିବା ଲେଖା ଗୁଡ଼ିକ ହେଉଛି ଏହି ଗୁମ୍ଫା କୁ ଯିବା ପାଇଁ ମାନଚିତ୍ର ବା ନକ୍ସା। ଯାହା ଦ୍ଵାରା ଏହି ଗୁମ୍ଫା କୁ ପ୍ରବେଶ କରିବା ପାଇଁ ଏବଂ ବିଭିନ୍ନ ଦିଗକୁ ଯିବା ପାଇଁ ବାଟ ଜାଣିହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।