Breking News ପୁଣି ଥରେ ଭାରତକୁ ଫେରିବ ଚାଇନିଜ ଆପ Tik Tok , ଜାଣନ୍ତୁ କଣ କରିବେ……

ପବଜି ପରେ ଟିକ ଟକ। ଭାରତ କୁ ପୁଣି ଥରେ ଫେରି ପାରେ ଲୋକପ୍ରିୟ ମିୟୂଜିକ ଭିଡିଓ ଆପ୍ଲିକେସନ ଟିକ ଟକ। ଏକ ଜାତୀୟ ଗଣ ମାଧ୍ୟମ ରୁ ମିଳି ଥିବା ସୂଚନା ଅନୁଯାୟୀ ଏହି ଲୋକପ୍ରିୟ ଚାଇନା ଆପ ଭାରତ କୁ ଫେରି ପାରେ । ଟିକ ଟକ ର ମୁଖ୍ୟ ନିଖିଲ ଗାନ୍ଧୀ ଭାରତୀୟ କର୍ମଚାରୀ ମାନଙ୍କୁ ଏକ ଇମେଲ କରିଛନ୍ତି ଆଉ ଏହି ଇମେଲ ରେ ଆଶ୍ୱାସନା ଦିଆ ଯାଇଛି ଯେ କମ୍ପାନୀ ଟିକ ଟକ କୁ ଇଣ୍ଡିଆ କୁ ଫେରିବା ପାଇଁ ଚେଷ୍ଟା ଚଳାଇ ଅଛି ।

ତେବେ ସୂଚନା ଅନୁସାରେ ଟିକ ଟକ କମ୍ପାନୀ ର ଅଧିକାରୀ ଙ୍କ ଅଣ୍ଡର ରେ ଏବେ ବି ଅନେକ କର୍ମଚାରୀ ଭାରତ ରେ କାମ କରୁଛନ୍ତି ।

କୁହା ଯାଉଛି ଯେ ଟିକ ଟକ ଆପ୍ଲିକେସନ ଓ ହେଲୋ ଆପ୍ଲିକେସନ୍ ପାଇଁ ଭାରତ ରେ ପ୍ରାୟ 2000 କର୍ମଚାରୀ ଅଛନ୍ତି। ଭାରତ ରେ ଏହି ଲୋକପ୍ରିୟ ମିୟୂଜିକ ଭିଡିଓ ଆପ୍ଲିକେସନ ଟିକ ଟକ ବନ୍ଦ ହେବା ପରେ ମଧ୍ୟ କମ୍ପାନୀ କର୍ମଚାରୀ ମାନଙ୍କୁ ରଖିଛନ୍ତି ।ତେବେ ଜାତୀୟ ସୁରକ୍ଷା ପ୍ରତି ବିପଦ ଆଉ ତଥ୍ୟ ଚୋରି ହେଉଥିବା ଅଭିଯୋଗ ରେ ଗତ ଜୁନ ମାସ 29 ତାରିଖ ରେ ଟିକ ଟକ ସମେତ ଅନ୍ୟ 59 ଟି ଚାଇନା ଆପ ଉପରେ ପ୍ରତିବନ୍ଧକ ଲଗାଇ ଥିଲେ ଭାରତ ସରକାର ।

ଆଉ ଏହା ପରେ ଲୋକପ୍ରିୟ ଖେଳ ଆପ ପବଜୀ ଉପରେ ମଧ୍ୟ ଲାଗି ଥିଲା ପ୍ରତିବନ୍ଧକ । କିନ୍ତୁ ଏବେ ଚାଇନା କମ୍ପାନୀ ବିନା ପବଜି ଭାରତ କୁ ଫେରୁ ଥିବା ବେଳେ ଟିକଟକ ସହିତ କିନ୍ତୁ ଏମିତି ହେବ ନାହିଁ । ଟିକଟକ ପୁଣି ଥରେ ଭାରତ କୁ ଫେରୁ ଥିବାର ନେଇ ଏ ବାବଦ ରେ କିଛି ବି ଘୋଷଣା କରାଯାଇ ନାହିଁ।

ଟିକଟକ ଇଣ୍ଡିଆ କର୍ମଚାରୀ ମାନେ କହିଛନ୍ତି ଯେ ଆମେ ସ୍ଥାନୀୟ ନିୟମ ପାଳନ କରିବାକୁ ପ୍ରତିଶୃତି ବଧ । ଭାରତ ସରକାର ଙ୍କ ଅନୁଯାୟୀ ଟିକଟକ ଏହାର ସ୍ପଷ୍ଟୀକରଣ ମଧ୍ୟ ଦାଖଲ କରିଛି । ତେବେ ସରକାର ଏହାକୁ ଦେଖିବା ପରେ ଆଶା କ୍ରିୟା ପ୍ରତିକ୍ରିୟା ଦେବେ ବୋଲି ଆଶା କରିଛି ଟିକଟକ।ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକାର ର ବି ଅଫିସିଆଲ୍ ଖବର ମିଳି ନାହିଁ ଟିକଟକ ଫେରିବା କୁ ନେଇ ।

ବର୍ତ୍ତମାନ କେବଳ ଆଶା କରା ଯାଉଛି ଯେ ଭାରତ ସରକାର ପୁଣି ଥରେ ଏହି ଚାଇନିଜ ଲୋକପ୍ରିୟ ମୂଜିକଲ ଆପ କୁ ଭାରତୀୟ ମାନଙ୍କୁ ବ୍ୟବହାର କରିବା ପାଇଁ ଅନୁମତି ଦେବେ । ତଥ୍ୟ ଚୋରି ହେଉଥିବା ରୁ ଭାରତ ସରକାର ଏହି ସବୁ ଚାଇନିଜ ଲୋକପ୍ରିୟ ଆପ୍ଲିକେସନ ମାନଙ୍କ ବ୍ୟବହାର ଉପରେ ପ୍ରତି ବନ୍ଧକ ଲଗାଇ ଥିଲା । କିନ୍ତୁ ବର୍ତ୍ତମାନ ପବଜି ଫେରିବା ଯୋଗୁ ଲୋକ ମାନେ ଚାଇନିଜ ଲୋକପ୍ରିୟ ମୂଜିକଲ ଆପ ଟିକ ଟକ ଫେରିବାର ମଧ୍ୟ ଆଶା ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।