ସାବଧାନ ! ପୁଣି ମାଡ଼ି ଆସୁଛି ଆଉ ଏକ ଭୟାନକ ଘୂର୍ଣ୍ଣିଝଡ । ୧୫୫ କିମି ବେଗରେ ବହିବ ପବନ, ହଜାର ସଂଖ୍ୟକ ଲୋକଙ୍କ ସ୍ଥାନାନ୍ତର ଆଦେଶ ଦେଲେ ସରକାର

ପୁଣି ଆସୁଛି ଆଉ ଏକ ସାମୁଦ୍ରିକ ଝଡ଼ ତୋଫାନ। ସ୍ଥଳଭାଗ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏହି ଝଡ଼। ତେବେ ଏହି ସାମୁଦ୍ରିକ ଝଡତୋଫାନ ର ନାମ ହେଉଛି ” ଭାମକୋ ”। ଯାହା ଅଧିକ ଘନୀଭୂତ ହୋଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି ବୋଲି ସୂଚନା ମିଳୁଛି। ତେବେ ଏହାକୁ ଦୃଷ୍ଟିରେ ରଖି ଫିଲିପାଇନ୍ସ ସରକାର ପୂର୍ବତଟରେ ବସବାସ କରୁଥିବା ହଜାର ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଆଦେଶ ଦେଇଛନ୍ତି।

ଯେଉଁ ପ୍ରକ୍ରିୟାକୁ ତୁରନ୍ତ ଆରମ୍ଭ କରା ଯାଇଛି। ତେବେ ସରକାର ଙ୍କ ତରଫରୁ ଯାହା ସୂଚନା ରହିଛି, ଗତ ଗୋଟିଏ ମାସରେ ବନ୍ୟା ଓ ଭୂସ୍ଖଳନ କାରଣରୁ ଫିଲିପାଇନ୍ସ ର ଏହି ଅଞ୍ଚଳରେ ଅତି କମରେ ୧୬୦ ଜଣଙ୍କ ପ୍ରାଣହାନୀ ଏବେ ଶୁଦ୍ଧା ଘଟି ସାରିଛି।

ତେବେ ହୋଇଥିବା ଏହି ଭୂସ୍ଖଳନ କାରଣରୁ ୨୪ରୁ ଅଧିକ ଲୋକ ନିଖୋଜ ମଧ୍ୟ ରହିଥିବାର କୁହା ଯାଉଛି ଏବଂ ଏଥିରେ ୩ ଲକ୍ଷ ୯୦ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି।ତେବେ ଏବେର ସୂଚନା ଅନୁସାରେ ହେବାକୁ ଥିବା ଘୂର୍ଣ୍ଣିଝଡ ଭାମକୋ ପୂର୍ବତଟରେ ଏବେ ମାଡ ହେବାକୁ ଯାଉଛି।

ତେବେ ଉକ୍ତ ଦେଶର ପାଣିପାଗ ବିଭାଗ ର ସୂଚନା ଅନୁସାରେ ଏହି ଘୂର୍ଣ୍ଣିଝଡ ଘଣ୍ଟା ପ୍ରତି ୧୨୫ କିମି ବେଗରେ ସ୍ଥଳଭାଗ ଅଭିମୁଖେ ମାଡ଼ି ଆସୁଛି ଏବଂ ଏହା ବୁଧବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ।ଆଉ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ କିମି ରହିବ। ଏହା ମଧ୍ୟ ବହୁତ ଭୟାନକ ରହିବ।

୧୫୫ କିମି ବେଗରେ ବୁଧବାର ଦିନ ସନ୍ଧ୍ୟାରେ ଘୂର୍ଣ୍ଣିଝଡ ଭାମକୋ ପୋଲିଲୋ ଦ୍ୱୀପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ଏବଂ ଗୁରୁବାର ଦିନ ଏହା ଫିଲିପାଇନ୍ସର ଲୁଜନ ଦ୍ୱୀପ ଅତିକ୍ରମ କରିବ। କିନ୍ତୁ ରାଜ୍ୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପୂର୍ବରୁ ଭାମୋକା ରାଜଧାନୀର ଉତ୍ତରରେ ବ୍ୟାପକ ଚାଉଳ ଉତ୍ପାଦନ କରୁଥିବା ରାଜ୍ୟରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ତେବେ ଫିଲିପାଇନ୍ସର କେଟଲେଣ୍ଡସ ରାଜ୍ୟର ଗଭର୍ଣ୍ଣର ଜୋଶେଫ କୁଆଙ୍କ କହିବା ଅନୁସାରେ କିଛି ସପ୍ତାହ ତଳେ ଆସିଥିବା ଭୟଙ୍କର ଘୂର୍ଣ୍ଣି ଝଡରେ ବ୍ୟାପକ କ୍ଷତି ଘଟିବାର ୧ ପ୍ରତିଶତ ଭରଣା ହେବା ପୂର୍ବରୁ ପୁଣି ଏକ ଭୟଙ୍କର ସାମୁଦ୍ରିକ ଝଡ ସମସ୍ତଙ୍କୁ ଭୟଭୀତ କରି ଦେଇଛି।

ଗୋନି ନାମକ ଏକ ଘୂର୍ଣ୍ଣିଝଡ ଯାହା କେଟଲେଣ୍ଡସ ଦ୍ଵୀପ ଏବଂ ରାଜଧାନୀ ମାନିଲାର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଅଲବେ ନିକଟରେ ଅକ୍ଟୋବର ଶେଷ ଆଡକୁ କ୍ଷୟକ୍ଷତି ଘଟାଇଥିଲା। ଯାହା ଏକ ବଡ଼ ଧରଣର କ୍ଷତି ଥିଲା।ଆଉ ଏହି ଝଡରେ ୨୫ ଜଣଙ୍କର ପ୍ରାଣହାନି ଘଟିବା ସହିତ ୬ ଜଣଙ୍କର ପତ୍ତା ମଧ୍ୟ ମିଳି ପାରି ନଥିଲା।ତେବେ ଏହା ଦେଖିବାକୁ ମିଳିଛି ଯେ ଫିଲିପାଇନ୍ସ ରେ ପ୍ରତି ୨୦ ବର୍ଷରେ ଥରେ ଏହିଭଳି ଭୟାନକ ଘୂର୍ଣଝଡ ସଂଗଠିତ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।