ଦେଖନ୍ତୁ ଭିଡ଼ିଓ । ଓଡ଼ିଆ ପୁଅର ଭିଡ଼ିଓ ହେଲା ସୋସିଆଲ ମିଡିଆରେ ଭାଇରାଲ, ଦେଖନ୍ତୁ ସରକାର କେମିତି କରୁଛନ୍ତି ଅତ୍ୟାଚାର କରୁଣ ଦୃଶ୍ୟ….

ଛାତ୍ର ଛାତ୍ରୀ ମାନଙ୍କ ପାଖରୁ ଆରମ୍ଭ କରି ଅନେକ ସାଧାରଣ ଜନତା ମାନେ ବେଳେବେଳେ ସରକାର ଏବଂ ସରକାରୀ କଳ ର ଚାପରେ ଆସନ୍ତି, ଯେଉଁ କାରଣରୁ ସେମାନେ ସେମାନଙ୍କ ହକ ହରାଇ ଅନେକ ପ୍ରତିବନ୍ଧକ ର ସାମ୍ନା କରିଥାନ୍ତି ଏବଂ ଅସୁବିଧାର ସମ୍ମୁଖୀନ ମଧ୍ୟ ହୁଅନ୍ତି ଏବଂ ଶେଷରେ ସେମାନଙ୍କର ପ୍ରତିବାଦର ସ୍ବର ଦେଖିବାକୁ ମିଳିଥାଏ।ଓଡ଼ିଶାରେ ଏହାର ଅନେକ ଉଦାହରଣ ରହିଛି।

ଅନେକ କ୍ଷେତ୍ରରେ ଅନ୍ୟାୟ ଏବଂ ପକ୍ଷପାତିତା ର ଉଦାହରଣ ଏଠାରେ ରହିଛି। ସେହିଭଳି ଏକ ପ୍ରତିବାଦ ର ସ୍ୱର ଆମେ ଆପଣଙ୍କ ନିକଟରେ ଆଜି ରଖିବୁ। ଯାହା ଏକ ମେଧାବୀ ଛାତ୍ରଙ୍କର ଅଟେ।ତେବେ ଆସନ୍ତୁ ଜାଣିବା କଣ ରହିଛି ତାଙ୍କର ଅଭିଯୋଗ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ରେ ତଳିଆ ପ୍ରାଇମେରୀ ଏଗ୍ରିକଲଚର୍ କୋ ଆପରେଟିଭ୍ ସୋସାଇଟି ତରଫରୁ ବାହାରିଥିବା ସିଇଓ ପଦବୀ ରେ ଯେଉଁ ଦୁର୍ନୀତି ହୋଇଥିଲା ଏବଂ ଏଥିରେ ଯିଏ ଦୁର୍ନୀତି ର ଶିକାର ହୋଇଥିଲେ ସେ ହେଉଛନ୍ତି ସାରଦା ପ୍ରସନ୍ନ ତ୍ରିପାଠୀ।

ଯିଏକି ତାଙ୍କର ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ଜନ ସାଧାରଣ ସହିତ ଅନ୍ୟ ସମସ୍ତଙ୍କର ଦୃଷ୍ଟି କୁ ଆଣିବା ପାଇଁ ଚେଷ୍ଟା କରିଛନ୍ତି ଯେ କିଭଳି ଭାବରେ ତାଙ୍କ ପ୍ରତି ଅନ୍ୟାୟ ହୋଇଛି ଏବଂ ସେ ଉକ୍ତ ପଦ ପାଇଁ ଯୋଗ୍ୟ ହୋଇ ମଧ୍ୟ ତାଙ୍କୁ ଚୟନ କରା ନଯାଇ ତାଙ୍କ ଠାରୁ କମ୍ ମାର୍କ ରଖିଥିବା ପ୍ରାର୍ଥୀ ଙ୍କୁ ଚୟନ କରା ଯାଇଥିଲା।

ତେବେ ସାରଦା ଏହାର ଦୃଢ଼ ପ୍ରତିବାଦ କରିଥିଲେ ଏବଂ ଏହାକୁñନେଇ ଅଫିସ୍ ରୁ ଅଫିସ୍ କୁ ମଧ୍ୟ ଯାଇଥିଲେ ତାଙ୍କର ହକ କୁ ପାଇବା ଆଶାରେ। କିନ୍ତୁ ତାଙ୍କର କିଛି ଲାଭ ହୋଇ ନଥିଲା ଘଣାଟି।ପରେ ସେ ବାଧ୍ୟ ହୋଇ ହାଇ କୋର୍ଟ କୁ ମଧ୍ୟ ଯାଇଥିଲେ ସମାନ ଅଭିଯୋଗ କୁ ନେଇକି ।

ପରେ ହାଇ କୋର୍ଟ ଏହି ମାମଲାରେ ଭଲ ଭାବରେ ବିଚାର ବିମର୍ଷ କରିବା ପରେ ନିଷ୍ପତ୍ତି ନେଇଥିଲେ ଯେ ସାରଦା ଙ୍କ ପ୍ରତି ଅନ୍ୟାୟ ହୋଇଛି। ହେହେତୁ ସେ ଅଧିକ ନମ୍ୱର୍ ଏହି ପରୀକ୍ଷାରେ ରଖିଛନ୍ତି ତେଣୁ ତାଙ୍କର ଏହି ପଦବୀ ପାଇଁ ହକ ରହିଛି। କୋର୍ଟ ଏଥିପାଇଁ ତାଙ୍କୁ ନିଷ୍ପତ୍ତି ମଧ୍ୟ ଦେଲେ ଯେ ତାଙ୍କୁ ୨୧ ଦିନ ଭିତରେ ଉଚିତ୍ ନ୍ୟାୟ ଦେଇ ଉକ୍ତ ଚାକିରି ରେ ନିଯୁକ୍ତି ଦିଆଯାଉ।

ତାପରେ କୋର୍ଟ ଏକ ନୋଟିସ ପଠାଇଥିଲେ ଅଫିସ୍ କୁ ଯେ ସାରଦା ଙ୍କ ଯୋଗ୍ୟତା ଅନୁସାରେ ତାଙ୍କୁ ଖାପ ଖାଇଲା ଭଳି ପଦବୀ ଦେବାକୁ ଏବଂ ଏହାପରେ ୨୬ ଅଗଷ୍ଟ ୨୦୨୦ ରେ ତାଙ୍କର ହିଅରିଂ ଥିଲା । ସେଦିନ ମଧ୍ୟ ତାଙ୍କୁ ଏବଂ ତାଙ୍କ ଓକିଲ ଙ୍କୁ ଯିବାକୁ ଅନୁମତି ଦିଆ ଯାଇ ନଥିଲା। କରନା ସଂକ୍ରମଣ ହୋଇଛି ବୋଲି କହି ଏହାକୁ ଏଡାଇ ଦିଆ ଯାଇଥିଲା।ଏହାପରେ ଏହି ଦୁର୍ନୀତି ଅନ୍ୟାୟ କୁ ନେଇ ଏବେ ସାରଦା ମୁହଁ ଖୋଲିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।