ଚୁଟି ଝଡ଼ିବା ଏବଂ ରୁପି ଉଠିବା ଭଳି ସମସ୍ୟାରୁ ମାତ୍ର ୧୫ ଦିନରେ ମୁକ୍ତି ପାଆନ୍ତୁ, ୧୦୦% ଗ୍ୟାରେଣ୍ଟି

ବାଳ ଝାଡ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା ଭାବେ ପରିଗଣିତ ହେଲାଣି। କାରଣ ପୁରୁଷ ହୁଅନ୍ତୁ କି ନାରୀ ଏଥିରୁ କେହି ବାଦ ପଡ଼ିନାହିଁ । ଆଜିକାଲି ର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜର କିମ୍ବା ନିଜ ଚୁଟି ର ସଠିକ୍ ଭାବେ ଯତ୍ନ ନେଉ ନାହାନ୍ତି। ଖାଦ୍ୟ ପେୟ ଗ୍ରହଣରେ ସଂଯମତା ରହୁ ନାହିଁ। ବାୟୁମଣ୍ଡଳ,ଖାଦ୍ୟ ପଦାର୍ଥ,ଜଳ ସବୁ ଦୂଷିତ। ସେଥିପାଇଁ ତାହାର କୁପ୍ରଭାବ ଶରୀର ସହ ଚୁଟି ଉପରେ ମଧ୍ୟ ପରୋକ୍ଷ ଭାବେ ପଡ଼ିଥାଏ।

ଯାହା ଫଳରେ ଅତ୍ୟାଧିକ ଚୁଟି ଝାଡ଼ିବା, ଦୋ ମୁହାଁ ଚୁଟି,ରୁପି ପ୍ରଭୃତି ସମସ୍ୟା ଦେଖାଯାଏ। ଅନେକ ଔଷଧ ର ବ୍ୟବହାର କିମ୍ବା ଶରୀର ଅସୁସ୍ଥତା ହେତୁ ମଧ୍ୟ ଚୁଟି ନଷ୍ଟ ହେବାର ସମ୍ଭାବନା ଥାଏ।

ତେବେ ଏହି ସବୁ ସମସ୍ୟା ର ସମାଧାନ ପାଇଁ ଆମେ ଅନେକ ଘରୋଇ ଚିକିତ୍ସା ପଦ୍ଧତି ଆପଣେଇ ଥାଉ। ଆଜି ଆମେ ଆପଣ ମାନଙ୍କୁ ଏହି ଚୁଟି ଜନିତ ସମସ୍ୟା ରୁ ରକ୍ଷା ପାଇବା ପାଇଁ ଏକ ଟିପ୍ସ ବତେଇବାକୁ ଯାଉଛୁ। ଯାହାର ପ୍ରସ୍ତୁତି ପ୍ରଣାଳୀ ବହୁତ ସହଜ ଏବଂ ଏହା ଘରେ ଅତି ସରଳ ଭାବେ ଆପଣ ମାନେ ତିଆରି କରି ବ୍ୟବହାର କରିପାରିବେ। ଯାହା ଦ୍ଵାରା ସମସ୍ତ ଚୁଟି ଜନିତ ସମସ୍ୟାରୁ ମୁକ୍ତି ପାଇବା ସହ ଦୁଇ ସପ୍ତାହ ମଧ୍ୟରେ ଚୁଟି ଘନ ମଧ୍ୟ ହେବ।

ପ୍ରସ୍ତୁତି-

ପ୍ରଥମେ ଏକ ନାଲି ପିଆଜ କୁ ଛୋଟ ଛୋଟ କରି କାଟି ଦେବେ।ଏହାପରେ କିଛି ରସୁଣ କୋଲା ର ଚୋପା ଛଡ଼ାଇ ଏହାକୁ ବାଟି ଏଥିରୁ ରସ ବାହାର କରିନେବେ। ଚାରି ଚାମଚ ମେଥିକୁ ଏକ କପ୍ ପାଣିରେ ଭିଜେଇ ଦେବା ପରେ ଏହାକୁ ଗରମ କରିବେ ପାଣି ଅଧ କପ୍ ହେବା ପର୍ଯ୍ୟନ୍ତ। ଉକ୍ତ ପାଣି ସହ ତିନି ଚାମଚ ପିଆଜ ରସୁଣ ରସ କୁ ମିଶାଇ ଦେଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଗୋଳାଇବେ।

ବ୍ୟବହାର-

ଏହାକୁ ଏକ ସ୍ପ୍ରେ ବୋତଲ ରେ ରଖାଯାଇ ଚୁଟି ମୂଳ ରେ ସ୍ପ୍ରେ କରାଯାଇ ପାରେ। କିମ୍ବା ପାପୁଲି ରେ ନେଇ ଚୁଟି ମୂଳ ରେ ଆସ୍ତେ ଆସ୍ତେ ପନ୍ଦର ମିନିଟ୍ ମାଲିସ୍ କରା ଯାଇପାରେ।ଏହା ଆପଣଙ୍କୁ ଗୋଟେ ଦିନ ଛାଡ଼ି ଗୋଟେ ଦିନ ଏହିପରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଲଗାଇବା ପାଇଁ ପଡିବ। ଲଗାଇବାର କିଛି ସମୟ ପରେ ସାମ୍ପୁ କରିପାରିବେ।

ପିଆଜ ରେ ଥିବା ସଲଫର୍ ଚୁଟିକୁ ମୂଳରୁ ମଜଭୁତ କରିଥାଏ ଏବଂ ମେଥିରେ ଥିବା ପ୍ରୋଟିନ ଓ ବାଇଓଟିନ୍ ଚୁଟି କୁ ଶକ୍ତ କରି ଝଡିବାକୁ ଦିଏ ନାହିଁ ଏବଂ ଚୁଟିକୁ ଘନ ଓ ଲମ୍ବା କରିବା ପାଇଁ ସହାୟକ ହୁଏ। ଏହି ମିଶ୍ରଣ ର ବ୍ୟବହାର ଚୁଟି ଜନିତ ସମସ୍ତ ସମସ୍ୟାକୁ ଦୂର କରିବା ସହ ଶତ ପ୍ରତିଶତ ଚୁଟି ର ସୁନ୍ଦରତା ବୃଦ୍ଧି କରିବ ଏଥିରେ ସନ୍ଦେହ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।