ମହିଳାଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖା ଗଲେ କରନ୍ତୁ ସହବାସ ନିଶ୍ଚୟ ରହିବ ଛୁଆ

ଆଜି ଆମେ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଏକ ବିଶେଷ କଥା ବିଷୟରେ ଆଲୋଚନା କରିବା ଯାହା ପ୍ରାୟତ ସମସ୍ତଙ୍କୁ ଜଣା ନଥାଏ। ପ୍ରତ୍ୟେକ ମହିଳାଙ୍କ କ୍ଷେତ୍ରରେ ତାଙ୍କର ପିରିଅଡ ସରିଯିବା ପରେ ତାଙ୍କର ଡିମ୍ବାଶୟ ରୁ ଗୋଟିଏ ଡିମ୍ବ ବାହାରିଥାଏ। ଏବଂ ଏହି ଡିମ୍ବ ଗର୍ଭାଶୟରେ କିଛିଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥାଏ।

ଆଉ ଯଦି ଏହି ସମୟରେ ଆପଣ ଆପଣଙ୍କ ପାର୍ଟନର ସହିତ ସମ୍ବନ୍ଧ ସ୍ଥାପନ କରୁଛନ୍ତି କିମ୍ବା ଅସୁରକ୍ଷିତ ସହବାସ କରନ୍ତି ତେବେ ତାଙ୍କ ଠାରୁ ଆସୁଥିବା ଶୁକ୍ରାଣୁ ବା ସ୍ପର୍ମର ମିଳନ ହେଲେ ଫର୍ଟିଲାଇଯେସନ୍ ହୋଇଥାଏ ଅର୍ଥାତ୍ ଗୋଟିଏ ଭ୍ରୁଣର ସୃଷ୍ଟି ହୋଇଥାଏ।

ତେବେ ଏହି ସମସ୍ତ ପ୍ରକ୍ରିୟା ଏହିଭଳି ହୋଇଥାଏ ଯେ, ଗର୍ଭାଶୟରୁ ଅଣ୍ଡାନୁ ଯେତେବେଳେ ବାହାରକୁ ଆସିଥାଏ, ତାହା ୨୪ ଘଣ୍ଟା ପର୍ଯ୍ୟନ୍ତ ଫାଲପିଆନ ଟ୍ୟୁବ୍ ରେ ଆସି ରହିଥାଏ ଏବଂ ଶୁକ୍ରାଣୁ ବା ସ୍ପର୍ମ ର ଅପେକ୍ଷା କରିଥାଏ।ଏହି ସ୍ପର୍ମ ୪ଦିନ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ସକ୍ରିୟ ରହିଥାଏ। ଆଉ ଏହି ପିରିଆଡ୍ କୁ ଫର୍ଟିଲିଟି ପିରିଅଡ ବୋଲି କୁହାଯାଏ।

ତେବେ ଯଦି ଆପଣ ଗର୍ଭବତୀ ହେବାକୁ ଚାହୁଁଛନ୍ତି ତେବେ ଏହି ଫର୍ଟିଲିଟି ପିରିଅଡ ଭିତରେ ସମ୍ପର୍କ ରଖିଲେ ଆପଣ ଗର୍ଭବତୀ ହୋଇ ପାରିବେ।ଯାହା କୁ ସବୁଠାରୁ ପ୍ରକୃଷ୍ଟ ସମୟ ବୋଲି କୁହା ଯାଇଥାଏ ପିରିଆଡ ପରେ। କିନ୍ତୁ ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ରରେ ଗର୍ଭଧାରଣ ନହେବା ର ସମସ୍ୟା ଦେଖିବାକୁ ମିଳୁଛି।

ଏଥିପାଇଁ ବହୁତ ସବୁ କାରଣ ଦାୟୀ ହୋଇଥାଏ। ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ କାରଣ ହେଉଛି ଉପଯୁକ୍ତ ବା ଠିକ୍ ସମୟରେ ସହବାସ ନକରିବା। କାରଣ ଅଭୁଲେଶନ୍ ସମୟରେ ଶାରିରୀକ ସମ୍ବନ୍ଧ ରଖିଲେ ଗର୍ଭଧାରଣ କରିବାର ଅଧିକ ସମ୍ଭାବନା ରହିଥାଏ ନହେଲେ ଏହି ସମ୍ଭାବନା କମି ଯାଇଥାଏ ଅନ୍ୟ ସମୟରେ ସମ୍ବନ୍ଧ ରଖିବା ଦ୍ବାରା।

ଏଥିପାଇଁ ଏହା ଜରୁରୀ ଅଟେ କିପରି ମହିଳାମାନେ ଅଭୁଲେଶନ ଡେଟ୍ ଜାଣିବେ।ବଜାରରେ ମିଳୁଥିବା କିଟ୍ ମାଧ୍ୟମରେ ମଧ୍ୟ ଆପଣ ଏ ସମ୍ପର୍କରେ ଜାଣି ପାରିବେ।ତେବେ ଏହାଛଡା ଆମେ କିଛି ଲକ୍ଷଣ ରୁ ହିଁ ଆମେ ଏ ବିଷୟରେ ଜାଣି ପାରିବା। ଆସନ୍ତୁ ଜାଣିବା ଏହାର ଲକ୍ଷଣ ସମ୍ପର୍କରେ।

ଲକ୍ଷଣ-

– ସ୍ତନ ରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେବା ଏବଂ ସଫ୍ଟ୍ ଲାଗିବା।

– ଅନ୍ୟ ଦିନ ମାନଙ୍କ ଅପେକ୍ଷା ଶରୀରରେ ଅଧିକ ତାପମାତ୍ରା ରହିବା।

– ସ୍ପଟିଂ ଅର୍ଥାତ୍ ସାମାନ୍ୟ ରକ୍ତ ପଡିବା।

– ମ୍ୟୁକସ୍ ଡିଶ୍ଚାର୍ଯ ହେବା ଏବଂ ଅଣ୍ଡାର ସର ପରି ଦେଖାଯିବା।

– କ୍ରାମ୍ପିଂ ବା ପେଟ ଚିମୁଟି ଧରିବା।

କିନ୍ତୁ ବେଳେବେଳେ ଉପରୋକ୍ତ ଲକ୍ଷଣ ମାନଙ୍କ ମଧ୍ୟରୁ କିଛି ଲକ୍ଷଣ ଏମିତି ଭାବରେ ବିଶେଷ ପ୍ରଭାବ ପକାଇ ନଥାଏ। କାରଣ ଏହା ଅନ୍ୟ କାରଣ ପାଇଁ ମଧ୍ୟ ହୋଇଥାଏ। କିନ୍ତୁ ମୁଖ୍ୟତଃ ଅଭୁଲେଶନ ସମୟରେ ଏହା ମହିଳାଙ୍କ ପାଖରେ ଦେଖା ଦେଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।