ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ସ୍ତ୍ରୀ ଓ ପ୍ରେମିକକୁ ବାନ୍ଧି ନିଜ ସ୍ୱାମୀ ସର୍ବସମ୍ମୁଖରେ କଲା ଏମିତି….

ବିକ୍ରି ହେଲା ସ୍ତ୍ରୀ । ଗୋରୁ ଗାଈ କି ଛେଳି ମେଣ୍ଢା କି ଜାଗା ବାଡି ନୁହେଁ ବିକ୍ରି ହୋଇଛି ସ୍ତ୍ରୀ । ସ୍ତ୍ରୀ ଓ ତା ପ୍ରେମିକ ର ହାତ ଗୋଡ ବାନ୍ଧି ବିକ୍ରି କରି ଦେଇଚି ସ୍ବାମୀ । କେବଳ ଏତିକି ନୁହେଁ ଉଭୟ କୁ ମାଡ ମାରି ଦେଢ଼ ଲକ୍ଷ ଟଙ୍କା ଦାବି କରିଛି । ତେବେ ଏମିତି ଏକ ଚାଞ୍ଚଲ୍ୟ କର ଘଟଣା ଘଟିଛି ଯାହା ଏବେ ସବୁଠି ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ।

ତେବେ ଏହି ପରି ଏକ ଅଭନୀୟ ଘଟଣା ଆସିଛି ସୁନ୍ଦରଗଡ଼ ଜିଲ୍ଲା ର ମଣ୍ଡିଆକୁଦ ଅଞ୍ଚଳ ରେ ଘଟିଛି ଏମିତି ଏକ ଘଟଣା ।

ଲାଠିକଟା ମୁଣ୍ଡଝର କୁକୁଲି ଓରା ଙ୍କ ସହିତ ମଣ୍ଡିଆକୁଡ଼ ଗ୍ରାମ ର ଜମୁ ଓରା ଙ୍କ ବାହାଘର ହୋଇ ଥିଲା । ହେଲେ ବାହାଘର ପରେ ଉଭୟ ଙ୍କ ମଧ୍ୟରେ ଭଲ ପଡି ନଥିଲା । କୁକୁଲୀ ର ପୁରୁଣା ପ୍ରେମିକ କୁରଣ ସିଂହ ସହ ସମ୍ପର୍କ ଥିବା ର ସନ୍ଦେହ କରି ଥିଲା ସ୍ବାମୀ ଜମୁୁ । ସେହି ସନ୍ଦେହ କାରଣ ରୁ ସବୁବେଳେ ସ୍ତ୍ରୀ କୁ ମାଡ ମାରୁ ଥିଲା । ଆଉ ଏହାକୁ ସହି ନପାରି ଶଶୁର ଘର ଛାଡ଼ି ରାଉରକେଲା ବସ୍ ଷ୍ଟାଣ୍ଡ କୁ ପଳାଇ ଆସିଥିଲା ସ୍ତ୍ରୀ।

ପରେ ସ୍ଵାମୀ ଓ ତାଙ୍କ ଘର ଲୋକ ସେଠାରେ ପହଞ୍ଚି ତାଙ୍କୁ ଘର କୁ ନେଇ ଯାଇ ଥିଲେ । ସେଠାରୁ ସ୍ତ୍ରୀ କୁ ନେବା ପରେ ସ୍ତ୍ରୀ ର ପ୍ରେମିକ ଭାବି ସନ୍ଦେହ କରୁ ଥିବା ଯୁବକ କୁ ସେଠାରୁ ଟେକି ଆଣି ଥିଲେ । ଏହା ପରେ ତାଙ୍କୁ ସେଠାରୁ ଆଣି ଦୁଇ ଜଣ ଙ୍କୁ ଅମଣିଷ ଭାବେ ମାଡ ମାରିବାକୁ ଲାଗି ଥିଲେ ।

ତେବେ ତାଙ୍କୁ ମାଡ଼ ମାରି ଥିବା ଭିଡିଓ ଓ ବନ୍ଧା ଯାଇଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉ ଅଛି। ଏହି ଘଟଣା ପରେ ସେଠାରେ କୁରଣ ଙ୍କ ପରିବାର ଲୋକ ଖବର ପାଇ ସେଠାରେ ପହଞ୍ଚି ଥିଲେ । ଆଉ ସେଠାରେ ପହଞ୍ଚି ୫୦ ହଜାର ଟଙ୍କା ଦେଇ ଥିଲେ ଆଉ ସେଠାରୁ ପୁଅ କୁରଣ କୁ ମୁକୁଳାଇ ଆଣି ଥିଲେ ।

ଏହା ସହିତ କୁରଣ ଙ୍କ ପରିବାର ଲୋକ ଆହୁରି ଏକ ଲକ୍ଷ ଟଙ୍କା ନଦେଲେ ପୁଣି ଥରେ ପୁଅ କୁ ଉଠାଇ ଆଣିବେ ବୋଲି ଧମକ ମଧ୍ୟ ଦେଇଥିଲେ କୁରଣ ଙ୍କ ପରିବାର କୁ । ଆଉ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଘଟଣା ପରେ ନିଜକୁ ଅସୁରକ୍ଷିତ ମନେ କରି ଓ ନିଜ ଜୀବନ କୁ ବିପଦ ଥିବା ଦର୍ଶାଇ ରାଉରକେଲା ଏସପି ଙ୍କ ନିକଟ ରେ ଦ୍ବାରସ୍ଥ ହୋଇଛନ୍ତି ପ୍ରେମିକ । ତେବେ ପୋଲିସ ଏହି ଘଟଣା ରେ କି ପ୍ରକାର ପଦକ୍ଷେପ ନେବ ସେନେଇ ପଦକ୍ଷେପ ଗ୍ରହଣ କରିଛି।ତେବେ ଏହା ପରେ ପ୍ରେମିକ ହାତ ରେ ନିଜ ସ୍ତ୍ରୀ କୁ ଟେକି ଦେଉଛି କି ପୂର୍ବପରି ସ୍ବାମୀ ସ୍ତ୍ରୀ ଭାବେ ରହିବେ ବୋଲି ନିଷ୍ପତି ନେଉଛି ଏହା ଉପରେ ସମସ୍ତଙ୍କ ର ରହିଛି ନଜର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।