ଦେଖନ୍ତୁ ଭିଡ଼ିଓ ! ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଭଦ୍ରକର ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ….

ଆଜିକାଲି ର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଆମେ ଏହା ଅସାଧାରଣ ହୋଇ ଥିବାରୁ ଆମେ ଆଶ୍ଚର୍ଯ୍ୟ ହୋଇ ଥାଉ ଓ ଆଲୋଚନା ମଧ୍ୟ କରିଥାଉ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡି ଅଞ୍ଚଳର।

ଏଠାରେ ଜଣେ ଅଙ୍ଗନବାଡ଼ି ଦିଦି ଙ୍କ ଭିଡିଓ ଭାଇରାଲ ହୋଇଛି। ତାଙ୍କର ନିଆରା ଢ଼ଙ୍ଗରେ ପାଠପଢ଼ା ଶୈଳୀ ସମସ୍ତଙ୍କୁ ଚକିତ କରିଛି।

ଏଠାରେ ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ କିପରି ଭାବରେ ଏକ ନିଆରା କୌତୁକିଆ ଢଙ୍ଗରେ ଅଙ୍ଗନବାଡ଼ି ଦିଦି ଜଣଙ୍କ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି। ଆପଣ ମାନେ ଜାଣିଛନ୍ତି ଆଜି କାଲି ପାଠ ପଢା ର ଢଙ୍ଗ ଆଉ ମାଧ୍ୟମ ସବୁ ପରିବର୍ତ୍ତନ ହୋଇ ଗଲାଣି। ତାରି ଭିତରେ କିଭଳି ଭାବରେ ପିଲା ମାନଙ୍କୁ ଆକୃଷ୍ଟ କରିବା ଭଳି ପାଠ ପଢ଼ାଯିବ ସେମାନଙ୍କ ମନକୁ ଛୁଇଁଲା ଭଲି ,ତାକୁ କେହି ଧ୍ୟାନ ଦେଉ ନାହାନ୍ତି।

କିନ୍ତୁ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି ସେମାନେ ଆଜିବି ଏହି ଅତ୍ୟାଧୁନିକ ଯୁଗ ରେ ପାଠ ପଢ଼ାର ଡିଜିଟାଲ ମାଧ୍ୟମକୁ ନ ଆପଣାଇ ସେମାନେ ସେମାନଙ୍କର ସ୍ବତନ୍ତ୍ର ଶୈଳୀରେ ପାଠ ପଢ଼ାଉଛନ୍ତି।ଯାହା ପାଠକ ମାନଙ୍କ ମହଲରେ ବେଶ୍ ଗ୍ରହଣୀୟ ଏବଂ ଯୋଗ୍ୟ ବିବେଚିତ ହୋଇଥାଏ। କାରଣ ଏହିଭଳି କିଛି ପାଠ ପଢା ଶୈଳୀ ଯୋଗୁଁ ପିଲା ମାନେ ମାନସିକ ସ୍ତରରେ ଦୃଢ଼ ହୋଇଥାନ୍ତି ଏବଂ ସେମାନଙ୍କର ସୃଜନଶୀଳତା କୁ ବଢ଼ାଇ ପାରନ୍ତି।

ଯେଉଁଭଳି ପାଠ ପଢିବା ସମୟରେ କୁନି କୁନି ଛାତ୍ର ଛାତ୍ରୀ ମାନେ ସେହି ପାଠ ଭିତରେ ମଜ୍ଜି ଯାଇଥାନ୍ତି ଏବଂ ନିଜକୁ ତା ଭିତରେ ହଜେଇ ଦେଇଥାନ୍ତି। ଯାହା ଘଟିଛି ଏହି ଭିଡିଓ ରେ । ଆପଣ ଦେଖନ୍ତୁ କିଭଳି ଭାବରେ ଅଙ୍ଗନବାଡ଼ି କର୍ମୀ ଜଣଙ୍କ କିଭଳି ଭାବରେ ଗୀତ ଗାଇ, ନାଚ କରି ପିଲାମାନଙ୍କ ମନକୁ ପାଇଲା ଭଳି ନୃତ୍ୟ ପରିବେଷଣ ମାଧ୍ୟମରେ ଶିକ୍ଷା ଦାନ କରୁଛନ୍ତି।

କୁନି କୁନି ପିଲାମାନେ ମଧ୍ୟ ଦିଦିଙ୍କ ପାଖରୁ ଗୀତ ଶୁଣି ତାକୁ ଆବୃତ୍ତି କରୁଛନ୍ତି ଏବଂ ନାଚ କରି ଗୀତର ଅନୁସାରେ ଅଭିନୟ କରୁଛନ୍ତି।ଏହା ଦେଖିବା ପରେ ସମସ୍ତେ ଏହି ଦିଦି ଙ୍କ ପାଠ ପଢ଼ାରେ ଖୁସି ହୋଇଛନ୍ତି ଏବଂ ପ୍ରଶଂସା ମଧ୍ୟ କରୁଛନ୍ତି। ତାଙ୍କର ଏଭଳି ନିଆରା ଢଙ୍ଗରେ ପାଠ ପଢା, କବିତା ମାଧ୍ୟମରେ, ଗୀତ ଆକାରରେ ତାଙ୍କର ପିଲା ମାନଙ୍କୁ ବୁଝାଇବା ଶୈଳୀ ସମସ୍ତଙ୍କୁ ମୁଗ୍ଧ କରିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଏହି ଦିଦିଙ୍କ ପଢ଼ା ଶୈଳୀ କୁ ଅନୁଧ୍ୟାନ କରନ୍ତୁ ନିଶ୍ଚିତ ଭାବରେ ଆପଣଙ୍କୁ ଖୁସି ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।