ପୁଣି ସାରା ଦୁନିଆଁର ବୈଜ୍ଞାନିକ ମାରିଲେ ଫେଲ ! ବରମୁଡା ରିସର୍ଚ୍ଚକୁ ନେଇ ଆସିଲା ଏହି ନୂଆମ ଭୟଙ୍କର ତଥ୍ୟ

ଆପଣ ମାନେ ଜାଣିଥିବେ ଏକ କାଳ୍ପନିକ ଟ୍ରାଇଙ୍ଗଲ ରହିଛି ଯେଉଁଠି ହଜିଯାଏ ବଡ଼ ବଡ଼ ଉଡାଜାହାଜ । ଯାହା ହେଉଛି ବରମୁଡ଼ା ଟ୍ରାଇଙ୍ଗଲ ଯାହାର କାହାଣୀ କୁ ନେଇ କିଛି ବି କଙ୍କଲିୟୁଜନ ବାହାରି ପାରୁ ନାହିଁ । ଏହି ବିଷୟ ରେ କୌଣସି ସଠିକ୍ ତଥ୍ୟ ଆସି ପାରୁ ନାହିଁ । ଦୁନିଆ ସାରା ବୈଜ୍ଞାନିକ ରିସର୍ଚ୍ଚ କରିବାରେ ଲାଗିଛନ୍ତି । ଏହାରି ଭିତରେ ସାମ୍ନା କୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି କଥା ।

3 ଲକ୍ଷ 50 ହଜାର ମାଇଲ ଜାଏ ତ୍ରିଭୁଜ ହୋଇ ରହିଛି ଏହି ଜାଗା। ଆପଣ ଜାଣିଛନ୍ତି 100 ବର୍ଷ ଭିତରେ 90 ଟି ଜାହାଜ ବିମାନ ଏହି ଠାରୁ ଗାଏବ ହୋଇ ସାରିଲାଣି । ଏହାକୁ ସୈତାନ୍ ର ତ୍ରିଭୁଜ ଘର ବୋଲି ମଧ୍ୟ କୁହା ଯାଉଛି ।

ପ୍ରଥମ ଥର 1872 ମସିହା ରେ ଏହି ଠାରୁ ଦ ମେରୀ ନାମକ ଜାହାଜ କେଉଁ ଆଡେ ହଜି ଯାଇ ଥିଲା ଯାହାର ଚିହ୍ନ ବର୍ଣ୍ଣ ବି କେଉଁଠି କେହି ପାଇ ନାହାଁନ୍ତି। ତା ପରେ ସବୁଠୁ ବଡ଼ ଦୁର୍ଘଟଣା 5 ଡିସେମ୍ବର 1945 ରେ ଘଟିଥିଲା ଯେଉଁଠି ପାଞ୍ଚ ଟି ଫ୍ଲାଇଟ 19 ଗାଏବ ହୋଇ ଯାଇଥିଲା । ଆଉ ଏହି ସବୁ ଫ୍ଲାଇଟ ଅଭ୍ୟାସ ପାଇଁ ଉଡା ଯାଇଥିଲା । ଏହି ବିମାନ ରେ ଆମେରିକା ର ଚଉଦ ଜଣ ପାଇଲଟ୍ ମଧ୍ୟ ନିଖୋଜ ହୋଇ ଯାଇଥିଲେ । ଏହି ସ୍ଥାନ ରୁ ହିଁ ବିମାନ ର ସମ୍ପର୍କ ଛିନ୍ନ ହୋଇ ଯାଇଥିଲା କଣ୍ଟ୍ରୋଲ ରୁମ ରୁ ।

ପରେ ଏହି ସବୁ ଫ୍ଲାଇଟ କୁ ଖୋଜିବା ପାଇଁ ଆଉ ଏକ ବିମାନ ପଠା ଯାଇଥିଲା । ଆଉ ତାର ବି କୌଣସି ଖୋଜ ଖବର ନାହିଁ। ବରମୁଡ଼ା ଟ୍ରାଇଙ୍ଗଲ ବିଷୟ ରେ ଦୁନିଆ ଲୋକ ଙ୍କୁ ସେତେବେଳେ ଜଣା ପଡ଼ିଲା 16 ସେପ୍ଟେମ୍ବର 1950 ମସିହା ରେ ଏକ ଖବର କାଗଜ ରେ ଏହା ବିଷୟ ରେ ଛପା ଯାଇଥିଲା । ଏହା ପରେ ଫ୍ଲାଇଟ 19 ବିଷୟ ରେ ଏକ ସ୍ତମ୍ଭ ଲେଖା ଯାଇଥିଲା ଯେଉଁଠି ଫ୍ଲାଇଟ 19 ନିଖୋଜ ବିଷୟ ରେ ଲେଖା ଯାଇଥିଲା ।

ସେବେଠାରୁ ବରମୁଡ଼ା ଟ୍ରାଇଙ୍ଗଲ କୁ ନେଇ ରିସର୍ଚ୍ଚ ଆରମ୍ଭ ହୋଇ ଯାଇଛି । 1918 ମସିହା ରେ ଆମେରିକା ର ଏକ ଜାହାଜ ଏହି ଠାରେ ହଜି ଯାଇଥିଲା ଯାହା ପ୍ରଥମ ବିଶ୍ବ ଯୁଧ୍ୟ ବେଳର । ସେହି ସମୟରେ ଆମେରିକା ର ନୌଜାହଜ କୁ ଇନ୍ଧନ ଯୋଗାଇଥିଲା ଏହି ଜାହାଜ ।

ଜାହାଜ ରେ 309 ଜଣ ଲୋକ ଥିଲେ ଏହି ଜାହାଜ ଯେଉଁଠାରେ ପହଞ୍ଚିବାର ଥିଲା ସେହି ଠାରେ ପହଞ୍ଚି ପାରି ନଥିଲା । ଏହି ଜାହାଜ ପଛରେ ଆଉ ଦୁଇଟି ଜାହାଜ ମଧ୍ୟ ଯାଇଥିଲେ ଯେଉଁ ଜାହାଜ କେବେ ମଧ୍ୟ ପହଞ୍ଚି ପାରି ନାହାଁନ୍ତି। 1964 ମସିହା ରେ ଏହି ଜାହାଜ ରେ ନାମ ବରମୁଡ଼ା ଟ୍ରାଇଙ୍ଗଲ ରଖା ଯାଇଥିଲା ।

ଏହି ମାଗାଜିନ୍ ର କଭର ଆଟିକିଲ ରେ ଏହାର ନାମ ଛପା ଯାଇଥିଲା ଓ ସେବେଠାରୁ ବରମୁଡ଼ା ନାମ ଆମ ସାମ୍ନା କୁ ଆସିଛି । ପ୍ରକୃତ ରେ ଏଠାରେ କଣ ଘଟୁଛି ତାହା କାହାରିକି ଆଜି ଯାଏ ଜଣା ପଡ଼ିନାହିଁ । ଏମିତିବି ବୈଜ୍ଞାନିକ ମାନେ କହିଛନ୍ତି ଯେ ଏହି ଟ୍ରାଇଙ୍ଗଲ ବଢୁଛି କି ନାହିଁ ତାକୁ ନେଇ ମଧ୍ୟ ରିସର୍ଚ୍ଚ ଚାଲିଛି । ଅନେକ ଥିଓରୀ ପରେ ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟି ଚାଲିଛି । କିଏ ମାନି ନେଇଛି ଏହି ଠାରେ ଏକ ସହର ହଜି ଯାଇଚି ତ ଆଉ କିଏ ମାନି ନେଇଛି ଏହି ଠାରେ ସୈତାନ ଶକ୍ତି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।