ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

ଆଜିର ଏହି ଜଗତ ରେ ଯେତେ ପିଲା ମାନେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l

ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l

1, ଡାଳ ନାହିଁ କି ପତ୍ର ନାହିଁ, ଫୁଲ ନlହିଁ କି ଫଳ ନlହିଁ ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷ କୁ ଛାଇ ଦିଏ ଖରା କୁ ସେ ଛତା ?
ଉତ୍ତର :- କେଶ l

2, ଦୁହେଁ ମିଶିଲେ କରାଇ ଶବ୍ଦ ଯନ୍ତ୍ର ନୁହେଁ ସେ କିନ୍ତୁ କରାଇ ଶବ୍ଦ ?
ଉତ୍ତର. ହାତ ତାଳି ବା କର ତାଳି l

3, ଏମିତି ବାଘ ସେ ଛାଡେନି ଘର ଖାଏ ନି ମଣିଷ ପିଏ ସେ କ୍ଷୀର, ମା ନ ଦେଖିଲେ ଦେଖେ ସେ ମାଉସୀ କୁ କିନ୍ତୁ କୁକୁର କୁ ଦେଖିଲେ ପ୍ରବଳ ଡର ?
ଉତ୍ତର. ବିଲେଇ l

4, ନିମିଷକେ ପଡେ କପଟ ତାର ନିମିଷକେ ହୁଏ ଖୋଲା କବାଟ ପଡିଲେ ବିଜୁଳି କଟାଇ ଅନ୍ଧାରେ ଦିଶଇ ଗୋଲ ?
ଉତ୍ତର. ଆଖି ର ପତା l

5, ଲାଞ୍ଜ ଅଛି ହେଲେ ନାହିଁ ତାର ଡେଣା, ଆକାଶ ରେ ଉଡେ ସାଇ ସାଇ, ଏହି ଉତ୍ତର ଯିଏ କହିବ ମକର ର ଚାଉଳ ଖାଇବ ସିଏ ?
ଉତ୍ତର. ଗୁଡ଼ି l

6, ଦଉଡି ଦେଇ ଗଛ ରେ ଝୁଲେ ଖୁସି ହୁଅନ୍ତି ଦେଖିଲେ ପିଲେ, ବସନ୍ତି ଯାଇ ତା ଉପରେ ଗାଆନ୍ତୁ ଯାଇ ମନ ଖୁସିରେ ?
ଉତ୍ତର. ଦୋଳି l

7, ଅଧା ଫୁଲ ମୁଁ ହେଲେ ଅଧା ଫଳ ହେଲେ ତୁଳା ହୁଏ ନାହିଁ ଗଛ ରୁ ଡଉଲ ଡାଉଲ ଖଇର ରଙ୍ଗ ମୋ ଝରେ ରସ ମୋ ଦେହରୁ ?
ଉତ୍ତର. ଗୋଲାପ ଜାମୁ l

8, ଗଛ ଦାରୁ ହେଲେ ପତ୍ର ସାରୁ, ଫୁଲ ଧଳା ହେଲେ ଫଳ କଳା ସେ ଫଳ ଯଦି ଖାଇ ବ ପାଖରେ ପାଣି ଥୋଇବ ?
ଉତ୍ତର. କଞ୍ଚା ଲଙ୍କା l

9, ପବନ ଖାଏ ପବନ ପିଏ ପବନ ରେ ଉଡେ କଣ୍ଟା ରେ ପଡିଲେ ତାର ଜୀବନ ଯାଏ ?
ଉତ୍ତର. ବେଲୁନ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।