ଧନତେରସ ରେ କରନ୍ତୁ ଏହି ୬ଟି କାମ, ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କୁ ସୁଖ ସମୃଦ୍ଧି ଏବଂ ସମ୍ପତ୍ତି ପ୍ରାପ୍ତ ହେବ

ନଭେମ୍ବର ମାସ ଆରମ୍ଭ ହେବା ମାତ୍ରେ ପର୍ବ ପର୍ବାଣୀ ର ମାସ ଆରମ୍ଭ ହୋଇ ଯାଇଥାଏ। ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଯାଇଥାଏ।ଏହି ମାସରେ ହିନ୍ଦୁ ମାନଙ୍କର ବଡ଼ ପର୍ବ ଦୀପାବଳୀ ଆସିଥାଏ ଏବଂ ଏହାର ଦୁଇ ଦିନ ପୂର୍ବରୁ ଧନତେରସ ବି ପାଳନ କରାଯାଇଥାଏ।ତେବେ ଦିୱାଳି ସାରା ଦେଶରେ ବେଶ୍ ଯାକ ଯମକ ଏବଂ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଏ।

ଧନତେରସ ମଧ୍ୟ ଏକ ବଡ଼ ପର୍ବ ଠାରୁ କିଛି କମ୍ ନଥାଏ ହିନ୍ଦୁ ମାନଙ୍କ ପାଇଁ।ଏହି ଦିନ ଅନେକ କାର୍ଯ୍ୟ କରାଯିବା ସହ ତୁଟୁକା ମଧ୍ୟ କରା ଯାଇଥାଏ। ଯାହା ଅନେକ ଶୁଭଫଳ ଦେଇଥାଏ।

ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ଜାଣିବା ଏହି ଧନତେରସ ରେ ଆମେ କଣ ସବୁ କରିବା ଯାହା ଦ୍ଵାରା ମାଆ ଧନତ୍ଵରି ଲକ୍ଷ୍ମୀ ସନ୍ତୁଷ୍ଟ ହେବେ ଏବଂ ତାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପଡ଼ିବ ଏବଂ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବିରାଜମାନ କରିବ।

୧) ସକାଳେ ଉଠି କରନ୍ତୁ ଏହି କାମ- ଜ୍ୟୋତିଷ ଶାସ୍ତ୍ର ମତରେ ଏହିଦିନ ସକାଳେ ଉଠି ମୁହଁ ଧୋଇ ସୂର୍ଯ୍ୟଦୋୟ ପୂର୍ବରୁ ଦୁଇ ହାତ ପାପୁଲି କୁ ପାର୍ଶ୍ଵଭାବରେ ଯୋଡ଼ି ଚନ୍ଦ୍ରମା ଆକୃତିର କରନ୍ତୁ ଏବଂ ହାତକୁ ଚୁମ୍ବନ କରି ଚେହେରା ଆଗରେ ୩ଥର ବୁଲାନ୍ତୁ। ଏହାଦ୍ଵାରା ସକାରାତ୍ମକ ଉର୍ଜାର ସଞ୍ଚାର ହେବ।

୨) ଦ୍ଵୀପ ଜଳାନ୍ତୁ- ଏହି ଦିନ ସନ୍ଧ୍ୟାରେ ଘର ବାହାରେ ୧୩ ଟି ଏବଂ ଘର ଭିତରେ ୧୩ଟି ଦ୍ଵୀପ ନୀଶ୍ଚିତ ଜଳାନ୍ତୁ। ଏହାଦ୍ଵାରା ଘରୁ ସମସ୍ତ ଦୁଃଖ ଦାରିଦ୍ର୍ୟ ଦୂର ହୋଇଥାଏ।

୩) ଅନ୍ୟ ମାନଙ୍କ ପାଇଁ ଗହଣା କିମ୍ବା ଉପହାର କିଣନ୍ତୁ ନାହିଁ- ଏହି ଦିନ ଲୋକେ ସୁନା, ଗହଣା, ଉପହାର କିନିଥାନ୍ତି। କିନ୍ତୁ ଧ୍ୟାନ ଦିଅନ୍ତୁ ଏହିସବୁ ଜିନିଷ ପରିବାର ସଦସ୍ୟଙ୍କ ପାଇଁ କିଣନ୍ତୁ, ଅନ୍ୟ ମାନଙ୍କୁ ଦିଅନ୍ତୁ ନାହିଁ କିମ୍ବା ଅନ୍ୟ ମାନଙ୍କ ପାଇଁ କିଣନ୍ତୁ ନାହିଁ।

୪) ଲକ୍ଷ୍ମୀ ମାଆଙ୍କୁ ଲୌଙ୍ଗ ଚଢ଼ାନ୍ତୁ- ଧନତେରସ ରୁ ଆରମ୍ଭ କରି ଦ୍ୱିପାବଳି ପର୍ଯ୍ୟନ୍ତ ମାଆ ଲକ୍ଷ୍ମୀଙ୍କ ପୂଜା ଜାରି ରଖନ୍ତୁ। ଏବଂ ସବୁବେଳେ ପୁଜାପରେ ଲୌଙ୍ଗ ନିଶ୍ଚିତ ଚଢ଼ାନ୍ତୁ ଏବଂ ଧ୍ୟାନ ଦିଅନ୍ତୁ କି ଏହି ଲୌଙ୍ଗ ଯେମିତି ଭଙ୍ଗା ହୋଇ ନଥାଏ, ନହେଲେ ଆପଣଙ୍କ ଧନର ସମସ୍ୟା ଦୂର ହେବନାହିଁ।

୫) ଘରେ କିମ୍ବା ମନ୍ଦିରରେ ଲଗାନ୍ତୁ ଏହି ଗଛ- ଧନତେରସ ଦିନ ଆପଣ ମନ୍ଦିରରେ କଦଳୀ ଗଛ କିମ୍ବା କୌଣସି ସୁଗନ୍ଧିତ ଗଛ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କୁ ଅନେକ ସଫଳତା ମିଳିବ।

୬) କିଣନ୍ତୁ ଏହି ଜିନିଷ- ସୁଖ ଏବଂ ସମୃଦ୍ଧି ପାଇଁ ଧନତେରସ ଦିନ ନିଶ୍ଚିତ ନୂଆ ବର୍ତ୍ତନ ଏବଂ ଝାଡୁ କିଣନ୍ତୁ।ଏହା କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।