ପୁଣି ଭାଇରାଲ ହେଲା ବର୍ଷା – ଅନୁଭବ ଙ୍କ CALL Recording । ବର୍ଷା କରୁଛନ୍ତି କି ଅନୁଭବ ଙ୍କୁ ଫସାଇବାର ପ୍ଲାନ୍, ଶୁଣନ୍ତୁ ଭାଇରାଲ କଲ୍ ରେକର୍ଡ଼ିଂ ରେ କଣ କହୁଛନ୍ତି ବର୍ଷା…..

କିଛିଦିନ ତଳେ ଉଠିଥିବା ବର୍ଷା ଅନୁଭବ ଙ୍କ ବିବାଦର ଝଡରେ ଏବେ ଆସିଛି ନୂଆ ମୋଡ଼। ଓଡ଼ିଆ ସିନେ ଜଗତର ଦୁଇ ସୁପରଷ୍ଟାର ଅଭିନେତାଙ୍କ ବାସ୍ତବ ଜୀବନର ଝଡ଼ ଏବେ ଗଣମାଧ୍ୟମ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚି ସବୁଠି ଚର୍ଚ୍ଚା ହେଉଛି।ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କଣ ହେବ ଏମାନଙ୍କର ଶେଷ ପରିଣତି।ବିବାହର ୬ ବର୍ଷ ପରେ ଉଭୟ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ ଏବେ ଅଲଗା ହେବା କଥା ସାରା ଓଡ଼ିଶାରେ ଚହଳ ପକାଇଛି।

ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ କିଛି ଦିନ ତଳେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

ଆପଣମାନେ ଜାଣିଛନ୍ତି ଅନୁଭବଙ୍କ ବିରୋଧରେ ଅଭିଯୋଗ ଉଠାଇ ବର୍ଷା କଟକସଦର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅନୁଭବ ମଧ୍ୟ ଛାଡପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ଦୁହିଙ୍କ ବିବାଦ ଧୀରେ ଧୀରେ ବଢୁ ଥିବା ବେଳେ,ଏହାରି ଭିତରେ ଏକ ଖବର ଶୁଣିବାକୁ ମିଳୁଛି  ।

ଯେ ଅନୁଭବ ଙ୍କ ନାମରେ ଏହିଭଳି ମାମଲା ବର୍ଷା ଜାଣି ଶୁଣି ତାଙ୍କୁ ହଇରାଣ କରିବାକୁ କରିଛନ୍ତି ଏବଂ ତାଙ୍କ ପଛରେ ଏକ ବଡ଼ ଯୋଜନା ମଧ୍ୟ କରିଛନ୍ତି। ଯାହାର କଲ୍ ରେକର୍ଡିଁ ଏବେ ସାମ୍ନାକୁ ଆସିଛି।ସେଥିରେ ବର୍ଷା ପ୍ରିୟଦର୍ଶିନୀ କାହା ସହ କଥା ହେଉ ଥିବାର ଶୁଣିବାକୁ ମିଳୁଛି।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହି କଲ୍ ରେ ଅନୁଭବଙ୍କ ଡରା ଯାଉଥିବା ଏବଂ ଭୟଭୀତ କରି ଧମକି ଚମକି ରଖା ଯାଉଥିବାର ଶୁଣିବାକୁ ମିଳିଛି।ତେବେ ଏହି କଲ୍ ରେକର୍ଡିଂ ରୁ ଏହା ଆଭାସ ମିଳୁଛି ଯେ, କିଛି ନା କିଛି ଯୋଜନା ନିଶ୍ଚିତ ରହିଛି ଅନୁଭବଙ୍କ ସାମାଜିକ ପ୍ରତିଷ୍ଠା ଏବଂ ପଦ ପଦବୀ କୁ ହଲଚଲ କରିବା ପାଇଁ।

ଆପଣ ମଧ୍ୟ ଏହାକୁ ଥରେ ଶୁଣିଲା ପରେ ଜାଣି ପାରିବେ। ବାସ୍ତବରେ ବର୍ଷା କାହା ସହ କଥା ହେଉଛନ୍ତି ଏବଂ ଏମାନଙ୍କର ଉଦ୍ଦେଶ୍ୟ କଣ ରହିଛି ଏବଂ ଅନୁଭବ ଙ୍କୁ ସେମାନେ କେଉଁ କାରଣରୁ ଫସାଇବାକୁ ଚାହୁଁଛନ୍ତି। ଯାହା ଏହି କଲ୍ ରେ ସ୍ପଷ୍ଟ ହୋଇ ଯାଉଛି। କିନ୍ତୁ ଏହା ସମସ୍ତଙ୍କର ପ୍ରଶ୍ନ ଯେ ପ୍ରକୃତରେ ଦୋଷ କାହାର ଅଟେ।

ଏବେ କିନ୍ତୁ କୋର୍ଟରେ ତାରିଖ ଗଡ଼ିବା ଆରମ୍ଭ ହୋଇଛି । ଯାହା କେବେ ଛିଣ୍ଡିବ ସେକଥା କହିବା ମୁସ୍କିଲ । ହେଲେ ଏସବୁ ଭିତରେ ଆଉ ଗୋଟିଏ କଥା ପଦାକୁ ଆସୁଛି । ତେବେ ଏହି ଆଇନ୍‌ର ଲଢ଼େଇ ତ ହୁଏତ ଅନେକ ଦିନ ଚାଲିପାରେ । ଏହା ଚର୍ଚ୍ଚା ହେଉଛି ଯେ ମାମଲାଗୁଡ଼ିକର ଭାଗ୍ୟ କଣ ହେବ ଏବଂ କେତେ ଦିନ ଗଡ଼ିବ ସେ କଥା କହିହେବ ନାହିଁ । ତେଣୁ ଦେଖିବାର କଥା ଏହି ସେଲିବ୍ରିଟି ଦମ୍ପତି ନିଜ ନିଜ ଜୀବନକୁ ସୁଖୀ କରିବାକୁ କି ପଦକ୍ଷେପ ନେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।