ଓଡିଶା ସରକାର ଙ୍କ ନୂଆ ଯୋଜନା । ଏବେ ଅଙ୍ଗନବାଡ଼ି ରେ ପିଲାଙ୍କୁ ଦିଆଯିବ ଚୁନା ମାଛ, ଆପଣଙ୍କ ପିଲା ପଢୁଥିଲେ ନିଶ୍ଚୟ ଦେଖନ୍ତୁ…..

ସବୁ ଅଙ୍ଗନବାଡ଼ି କେନ୍ଦ୍ର ରେ 5 ବର୍ଷ କମ୍ ବୟସ ର ପିଲା ମାନଙ୍କୁ ରନ୍ଧା ଖାଦ୍ୟ , ଅଣ୍ଡା ଆଦି ମିଳି ଥାଏ । ଏହା ସହିତ ଗର୍ଭବତୀ ମହିଳା ମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ର ଆଇରନ ବଟିକା , କ୍ୟାଲସିୟମ ବଟିକା ଆଦି ଯୋଗାଇ ଦିଆ ଯାଇ ଥାଏ ମାଗଣା ରେ । ଖାଲି ଏତିକି ନୁହେଁ ଗର୍ଭବତୀ ମହିଳା ଙ୍କୁ ପୁଷ୍ଟିକର ଖାଦ୍ୟ ଛତୁଆ ଆଦି ମଧ୍ୟ ଯୋଗାଇ ଦିଆ ଜାଏ ଯାହା ଫଳରେ ମା ଓ ପିଲା ଉଭୟ ସୁସ୍ଥ ରହିବେ । ତେବେ ଏବେ ଏବେ ଆସିଛି ଆଉ ଏକ ନୂଆ ଖବର ।

ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ ପିଲା ମାନଙ୍କୁ ଯେଉଁ ମାନଙ୍କ ର ବୟସ 3-6 ବର୍ଷ ହୋଇ ଥିବ ସେମାନଙ୍କୁ ଚୁନା ମାଛ ଯୋଗାଇ ଦିଆ ଯିବ।

କେବଳ ଛୁଆ ମାନଙ୍କୁ ନୁହଁ , ଗର୍ଭବତୀ ମହିଳା ଙ୍କ ସହିତ କିଶୋରୀ ମାନଙ୍କୁ ମଧ୍ୟ ଚୁନା ମାଛ ଯୋଗାଇ ଦିଆ ଯିବ ବୋଲି ନିଷ୍ପତି ନିଆ ଯାଇଛି । ତେବେ ଏହି ଯୋଜନା ଟି ପାଇଲଟ ପ୍ରକଳ୍ପ ରେ ମୟୂରଭଞ୍ଜ ଜିଲ୍ଲା ରୁ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଏହି ଯୋଜନା ପାଇଁ ଗତକାଲି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ବସି ଥିଲା ।

ଯେଉଁ ବୈଠକ ରେ ଏହି ପ୍ରକଳ୍ପ ପାଇଁ ନିଷ୍ପତି ଗ୍ରହଣ କରା ଯାଇଥିଲା । ତେବେ ଏହି ଯୋଜନା ରେ 50 ଟି ଅଙ୍ଗନବାଡ଼ି କେନ୍ଦ୍ର ରେ ଛୁଆ , ମହିଳା ଓ କିଶୋରୀ ମାନଙ୍କୁ ଚୁନା ମାଛ ଯୋଗାଇ ଦିଆଯିବ। ତେବେ ଚୁନା ମାଛ ରେ ଅଧିକ ଭିଟାମିନ ଥିବାରୁ ଏହି ପ୍ରକଳ୍ପ ବର୍ତ୍ତମାନ ଆରମ୍ଭ କରାଯାଇ ଅଛି ।

 

ତେବେ ଏହି ଯୋଜନା ମାଧ୍ୟମ ରେ 3-6 ବର୍ଷ ଛୁଆ , ଗର୍ଭବତୀ ମହିଳା ଓ କିଶୋରୀ ମାନେ ଉଚିତ୍ ପରିମାଣ ର ଭିଟାମିନ ପାଇ ପାରିବେ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ମିଶନ ଶକ୍ତି ଓ ମତ୍ସ୍ୟ ଉତ୍ପାଦନ ୱାଇଲ୍ଡ ଫିସ ମଧ୍ୟରେ ମଧ୍ୟ ବୁଝାମଣା ହୋଇ ସାରିଛି । ତେବେ ଏହି ପ୍ରକଳ୍ପ ପାଇଁ ଗ୍ରାମ ପଞ୍ଚାୟତ ଅଧୀନ ରେ ଯେଉଁ ସବୁ ମିଶନ ଶକ୍ତି ମାଛ ଚାଷ କରୁଛନ୍ତି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଂକୁ ମଧ୍ୟ ପ୍ରଶିକ୍ଷଣ ଯୋଗାଇ ଦିଆ ଯିବ ।

ତେବେ ମହିଳା ଓ ଶିଶୁ ବିକାଶ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ସେମାନଙ୍କ ସ୍ବାସ୍ଥ୍ୟ ବିକଶିତ ହେବ ଓ ଯେଉଁ ମାନଙ୍କୁ ଉଚିତ୍ ପୁଷ୍ଟିକର ଖାଦ୍ୟ ଅଭାବ ହେଉଛି ସେହି ମାନେ ବର୍ତ୍ତମାନ ଉଚିତ୍ ପୁଷ୍ଟି ପାଇ ପାରିବେ । ତେବେ ପୁଷ୍ଟି ସାଧନ କ୍ଷେତ୍ର ରେ ଏହି ଯୋଜନା ଟି ବେଶ୍ ଉପଦୟ ବୋଲି କୁହା ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।