ଦେଖନ୍ତୁ ଭିଡ଼ିଓ । ବେଣୁ ମଉସା ନିର୍ବାଚନରେ ହାରିବାକୁ ନେଇ ରାଣୀ ପଣ୍ଡା ଙ୍କ ନାଲି ଆଖିର ପ୍ରତିକ୍ରିୟା ଶୁଣିଲେ ହୋଇଯିବେ ଅବାକ……

ସରିଛି ବାଲେଶ୍ୱର ଉପନିର୍ବାଚନ। ହେଲେ ଏହା ଛାଡ଼ି ଯାଇଛି ଅନେକ ଅନୁଭୂତି ଏବଂ ଅକୁହା କଥା।ତେବେ ବାଲେଶ୍ୱର ଉପନିର୍ବାଚନ ଜଣେ ପ୍ରାର୍ଥୀଙ୍କ ପାଇଁ ଚର୍ଚ୍ଚାରେ ଥିଲା। ସେ ହେଉଛନ୍ତି ବେଣୁଧର ବାରିକ। ଯିଏ ସେହି ସମୟରେ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ସେନସେଶନ୍ ପାଲଟି ଯାଇଥିଲେ।

ଯାହାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ରାଣୀ ପଣ୍ଡା ଙ୍କ ସହିତ ଅନେକ ଜଣାଶୁଣା ବ୍ୟକ୍ତିତ୍ବ ଏବଂ ସମାଜସେବୀ। ତେବେ ସୋଶାଲ୍ ମିଡିଆରେ ବିଜେଡି ଓ ବିଜେପିଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଏହି ସ୍ଵାଧୀନ ପ୍ରାର୍ଥୀ ବେଣୁ ମଉସା।

ତେବେ ନିର୍ବାଚନ ଫଳାଫଳ ପାରେ ବେଣୁ ମଉସାଙ୍କୁ କେତେ ଭୋଟ୍‌ ମିଳିଲା, ତାକୁ ନେଇ ସବୁ ଆଡେ ଚର୍ଚ୍ଚା। ବେଣୁ ମଉସାଙ୍କୁ ମାତ୍ର ୧୨୦୦+ ଭୋଟ୍ ମିଳିଛି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ।ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ବେଣୁ ମଉସାଙ୍କୁ ନେଇ ସୋଶାଲ୍ ମିଡିଆରେ ଖୁବ୍ ପ୍ରଶଂସା ମିଳିଥିଲା।

ଏପରିକି ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ନିର୍ବାଚନୀ ଯୁଦ୍ଧରେ ବେଣୁ ମଉସା ବହୁ ପଛରେ ପଡ଼ି ଯାଇଛନ୍ତି।ବିଜେଡି ତା’ର ଅଗ୍ରଣୀ ଭୂମିକା କାଏମ୍ ରଖିଛି। ବିଜେଡି ଭୋଟରେ ଆଗରେ ଥିବା ବେଳେ ବିଜେପି ମଧ୍ୟ ଭଲ ମତଦାନ ପାଇ ୨ୟରେ ରହିଛି। ସେହିପରି କଂଗ୍ରେସ ନୈରାଶ୍ୟ ଜନକ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛି।

କିନ୍ତୁ ଚର୍ଚ୍ଚା ବଢ଼ିଛି ବେଣୁ ମଉସା ଙ୍କୁ ନେଇ। ଯାହାକୁ ନେଇ ରାଣୀ ପଣ୍ଡା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ବେଣୁ ମଉସା ହାରିବର ପ୍ରସଙ୍ଗ କୁ ନେଇ।ସେ କହିଛନ୍ତି ବେଣୁ ମଉସା ଅନ୍ୟ ଦଳ ମାନଙ୍କ ଭଳି ମଦ, ମାଂସ, ଟଙ୍କା ବାଣ୍ଟିବା ରେ ସଫଳ ହୋଇ ପାରିଲେ ନାହିଁ। ଯେଉଁ ଭଳି ଭାବରେ ଅନ୍ୟ ଦଳ ମାନେ ବିଡା ବିଡା ଟଙ୍କା ବାଣ୍ଟି ଲୋକଙ୍କୁ କିଣିବାକୁ ସକ୍ଷମ ହୋଇ ପାରିଲେ ।

ସେହି କ୍ଷେତ୍ରରେ ବେଣୁ ମଉସା ଙ୍କୁ ତାହା ସମ୍ଭବ ହୋଇ ପାରିଲେ ନାହିଁ। ମୋର ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ବେଣୁ ମଉସା ଙ୍କ ପାଇଁ। କିନ୍ତୁ ମୋତେ ମିଳିଲା କଣ। ମୁଁ ନିଶ୍ୱାର୍ଥାପର ଭାବେ ତାଙ୍କର ଅବସ୍ଥା ଦେଖି ଏବଂ ସଂଗ୍ରାମୀ ମନୋଭାବ ଦେଖି ତାଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିଲି।

ଆଉ ଏମିତିରେ ସେ ତାଙ୍କର ଦୃଢ଼ ଇଛାଶକ୍ତି କାରଣରୁ ସିମ୍ପାଥି ଦୃଷ୍ଟିରୁ ଆପାତଃ ୧୫ ହଜାର ରୁ ଅଧିକ ଭୋଟ ପାଇଥାନ୍ତେ। କିନ୍ତୁ ଆଉ ଅନ୍ୟ ମାନେ ଯେଉଁ ଶସ୍ତା ପବ୍ଲିଶିଟି ପାଇଁ ତାଙ୍କୁ କାର ରେ ବୁଲାଇଲେ ସେମାନେ କଣ କରିଛନ୍ତି ବେନୁ ମଉସା ଙ୍କ ପାଇଁ। ନିଜର ପ୍ରଚାର କରିବା ଛଡା ସେମାନେ ଆଉ କିଛି କଲେ କି। ଯାହାକୁ ନେଇ ଆଜି ବେଣୁ ମଉସା ପରାଜୟ ବରଣ କଲେ।ସେ ଏହା କହିବା ସମୟରେ ବହୁତ୍ ଉତ୍ତେଜିତ ମଧ୍ୟ ଜଣା ପଡୁଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।