ଟାର୍ଗେଟ ରେ ଓଡ଼ିଶାର ଆଉଜଣେ ଲୋକପ୍ରିୟ ଆଙ୍କର ଭବାନୀ ମହାପାତ୍ର ! ଓଟିଭି ରୁ ଦେବେ କି ଇସ୍ତଫା ?

ଦୀର୍ଘ ଦିନ ଧରି ଏକ ନିରପେକ୍ଷ, ନିର୍ଭୀକ ଗଣମାଧ୍ୟମ ଭାବରେ ଓଟିଭି ଓଡ଼ିଶାରେ ଏକ ଲୋକପ୍ରିୟ ଗଣମାଧ୍ୟମ ହୋଇ ପାରିଛି। ଦେଶ ବିଦେଶ ସହିତ ଆମ ରାଜ୍ୟର ଟିକିନିକି ଖବର କୁ ପରଖି ସେ ସମସ୍ତଙ୍କ ଆଗରେ ରଖିଥାଏ।ତେବେ ଏବେ ଦେଖିବାକୁ ମିଳୁଛି ଯେ ବହୁତ୍ ଜଣ ପ୍ରମୁଖ ଏବଂ ବିଜ୍ଞ ସାମ୍ବାଦିକତା କରୁଥିବା ବ୍ୟକ୍ତି ବିଶେଷ ମାନେ ଏବେ ଓଟିଭି ରୁ ଇସ୍ତଫା ଦେଉଛନ୍ତି, ତାହା ପୁଣି କିଛି କାରଣ ନ ଦର୍ଶାଇ।ଯାହାର ଭିତିରି କଥା କିଛି ଜାଣିବାକୁ ମିଳୁନାହିଁ।

ଶାନ୍ତି ଭୂଷଣ ଏବଂ ଅପୂର୍ବ ରଞ୍ଜନ ପଣ୍ଡା ଙ୍କ ପରେ ଏବେ ମୋଷ୍ଟ୍ ପପୁଲାର ଆଙ୍କର ଭବାନୀ ମହାପାତ୍ର ମଧ୍ୟ ଓଟିଭି ରୁ ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ତେବେ କଣ ପାଇଁ ଜଣେ ପରେ ଜଣେ ସାମ୍ବାଦିକ ମାନେ ଓଟିଭି ରୁ ବିଦାୟ ନେଉଛନ୍ତି ତାକୁ ନେଇ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।ତେବେ ସତରେ କଣ ଓଟିଭି ହେଉଛି କି ସରକାର ଙ୍କ ଆକ୍ରୋଶ ର ଶିକାର ଏବଂ ଯଦି ଏହା ହେଉଥାଏ ତାହେଲେ କିଏ ପକାଉଛି ଓଟିଭି ଗଣ ମାଧ୍ୟମ ଉପରେ ଏଭଳି ଚାପ।ବାସ୍ତବରେ ଗଣମାଧ୍ୟମ ର କଣ୍ଠରୋଧ ହେଉଛି କି ?

କାହିଁକି ଓଟିଭି ଛାଡୁଛନ୍ତି ଜଣେ ପରେ ଜଣେ ସାମ୍ବାଦିକ। ଓଟିଭି ର ସାମ୍ବାଦିକ ଙ୍କୁ ହଇରାଣ କରୁଛି କି ପୋଲିସ ପ୍ରଶାସନ?ଏହା ହେଉଛି ପ୍ରକୃତ କାରଣ ନା ଭୟରେ ଓଟିଭି ତ୍ୟାଗ କରୁଛନ୍ତି ସାମ୍ବାଦିକ ମାନେ।ଏହା ମଧ୍ୟ କୁହା ଯାଉଛି ଯେ ଓଟିଭି ରେ ବଢୁଛି କି ଦୁର୍ନୀତି ର ଗନ୍ଧ। କାହିଁକି ବଡ଼ ବଡ଼ ସାମ୍ବାଦିକ ଛାଡୁଛନ୍ତି ଓଟିଭି ଏହାର କାରଣ କଣ କିଛି ବୁଝା ପଡୁନାହିଁ କାହାକୁ।

ତେବେ ଏବେ ପୁଣି ଭବାନୀ ଙ୍କ ଭଳି ଲୋକପ୍ରିୟ ଆଙ୍କର ଓଟିଭି ଛାଡ଼ିବା ପରି ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅନେକ କଳ୍ପନା ଆରମ୍ଭ ହୋଇ ଯାଇଛି।ଏହି ଘଟଣାରୁ ଏହା ଅନୁମାନ କରାଯାଇ ପାରେ ଯେ ଓଟିଭି କୁ ଦମନ କରିବାକୁ ହେଉଛି କି କିଛି ଷଡ଼ଯନ୍ତ୍ର। କିଛିଦିନ ହେଲା ଦେଖିବାକୁ ମିଳୁଛି ଓଟିଭି ଏବଂ ଓଡ଼ିଶା ସରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।  ବିଭିନ୍ନ ପ୍ରକାର ମାମଲାରେ ଏବେ ଛନ୍ଦି ହୋଇ ପଡିଛି ଓଟିଭି ଗଣମାଧ୍ୟମ।ତେବେ ଏଥିପାଇଁ କଣ ଡରରେ ଭୟଭୀତ ହୋଇ ଯାଇଛନ୍ତି ଗଣମାଧ୍ୟମର ପ୍ରତିନିଧି ମାନେ।

ନା ତାଙ୍କ ଉପରେ କିଛି ଚାପ ପଡ଼ୁଛି କେଉଁ ଅଦୃଶ୍ୟ ଶକ୍ତିର। ଦେଖିବାକୁ ମିଳୁଛି କି ଭବାନୀଙ୍କ ଶୋ ପରେ ତାଙ୍କୁ ଅନେକ ଖରାପ୍ କମେଣ୍ଟ ମଧ୍ୟ ଦେଉଛନ୍ତି ଲୋକେ। ଅନେକ ପ୍ରକାର ଅଭିଯୋଗ ମଧ୍ୟ ଆଣୁଛନ୍ତି ତାଙ୍କ ନାମରେ।ତେବେ ସତ କଣ ପରେ ଜଣା ପଡ଼ିବ। ଉଠୁଥିବା ଖବର ଭବାନୀଙ୍କ ଓଟିଭି ଛାଡ଼ିବାକୁ ନେଇ,ଯେଉଁ ଚର୍ଚ୍ଚା ହେଉଛି ତାହାର ସତ୍ୟତା ଆଗାମୀ ଦିନରେ ସାମ୍ନା କୁ ଆସିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।