ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ । ଶାଶୁ – ଶଶୁରଙ୍କ ଘରେ ବୋହୂର ରହିବାର ଅଧିକାର ଅଛି, ଜାଣନ୍ତୁ ଐତିହାସିକ ରାୟ ବିଷୟରେ…..

ଆସିଲା ନୂଆ ନିୟମ। ବିବାହିତ ମହିଳାଙ୍କ ପାଇଁ ସୁପ୍ରିମକୋର୍ଟ ନେଲେଐତିହାସିକ ନିଷ୍ପତ୍ତି। ଏବେ ସମସ୍ତ ବିବାହିତ ମହିଳା ପାଇବେ ସମାନ ଆଇନ୍ ର ଲାଭ, ଯାହାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି। ବିବାହ ପରେ ଘରୋଇ ହିଂସା ଅଧିନିୟମ ଅନୁସାରେ ବୋହୂଙ୍କୁ ନିଜ ସ୍ବାମୀଙ୍କ ବାପା-ମା ଅର୍ଥାତ ଶାଶୁ-ଶ୍ବଶୁରଙ୍କ ଘରେ ରହିବାର ଅଧିକାର ରହିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି।

ସୁଚନା ଅନୁସାରେ ଯାହା ଜଣା ପଡିଛି ଏହି ନିୟମ ପାଇଁ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତା ରେ ଏକ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ମାମଲାରେ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠର ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି।

ବୋହୂ ମାନଙ୍କ ଶାଶୁ ଘରେ ରହିବା ର ଏହି ଐତିହାସିକ ରାୟ ଦେଇଛନ୍ତି। ପୂର୍ବରୁ ଥିବା ନିୟମ କୁ ପରିବର୍ତ୍ତନ କରାଯାଇ ଏହି ନୂତନ ନିୟମ ସଂସ୍କରଣ କରା ଯାଇଛି।ତେବେ ଏହା ଉଲ୍ଳେଖନୀୟ ଯେ, ତରୁଣ ବାତ୍ରାଙ୍କ ମାମଲାରେ ଦୁଇ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ ଯେ, ଆଇନ ଅନୁସାରେ ରେ ଝିଅ, ତାଙ୍କର ସ୍ବାମୀଙ୍କ ବାପା-ମାଙ୍କ ସମ୍ପତ୍ତିରେ ରହି ପାରିବେ ନାହିଁ।

ଯାହାକୁ ଏବେ ପରିବର୍ତ୍ତନ କରାଯାଇ ଏହାକୁ ଏବେ ୩ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ପୂର୍ବ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ଏହାକୁ ନେଇ କୋର୍ଟ କହିଛନ୍ତି, ସ୍ବାମୀଙ୍କ ଭିନ୍ନ ଭିନ୍ନ ସମ୍ପତ୍ତିରେ ନୁହେଁ, ବରଂ ଶାଶୁ-ଶ୍ବଶୁରଙ୍କ ସମ୍ପତ୍ତିରେ ବୋହୂର ଅଧିକାର ରହିଛି। କାରଣ ସେ ବାହା ହୋଇ ସେ ଘରକୁ ସେ ଆସିଛି ଏବଂ ସେ ଘରର ବୋହୁ।

ତେଣୁ ତା ସ୍ୱାମୀର ଯେତିକି ଅଧିକାର ରହିଛି ସେତିକି ଅଧିକାର ସ୍ତ୍ରୀ ର ମଧ୍ୟ ରହିଛି। ତେବେ ସୂଚନା ଅନୁସାରେ ଗତ ଗୁରୁବାର ଦିନ ଏହି ମାମଲାରେ ଏହି ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ସହ ୬-୭ ଟି ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। ବୋହୁ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ତାର ଶାଶୁ ଶ୍ଵଶୁର ଙ୍କ ସମ୍ପତ୍ତିରେ ସଂପୂର୍ଣ୍ଣ ଅଧିକାର ରହିଛି।

ତେବେ ସୁପ୍ରିମକୋର୍ଟ ଏହି ଘଟଣା ଉପରେ ଶୁଣାଣି କରିବା ସହିତ ଉତ୍ତରପ୍ରଦେଶ ର ହାଥରସ୍ ମାମଲାରେ ଗୁରୁବାର ଦିନ ମଧ୍ୟ ଶୁଣାଣି କରିଛନ୍ତି। ଏହାଛଡା ପୀଡ଼ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବାକୁ ଉତ୍ତରପ୍ରଦେଶ ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଅନ୍ୟପଟେ ଏହି ଦୁଷ୍କର୍ମ ମାମଲାର ଟ୍ରାଏଲ୍ ଦିଲ୍ଲୀରେ କରିବା ପାଇଁ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋର୍ଟରେ ଅପିଲ୍‌ କରା ଯାଇଥିବା ବେଳେ, ସୁପ୍ରିମକୋର୍ଟ କହିଛନ୍ତି ଯେ ସରକାର, ପୀଡ଼ିତା ଓ ଅଭିଯୁକ୍ତଙ୍କ କଥା ବିଚାର କୁ ନିଆ ଯାଇଛି ଏବଂ ସେହି ଅନୁସାରେ କାର୍ଯ୍ୟାନଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଏଥିରେ ଆଉ କାହାର କଥା ଶୁଣିବାର କିଛି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।