ମାତ୍ର ୭ ଦିନରେ ମିଳିବ ଡ୍ରାଇଭିଂ ଲାଇସେନ୍ସ ! ଦେଖନ୍ତୁ କିପରି ଘରେ ବସି ସହଜ ରେ କରିବେ ଆବେଦନ….

୭ ଦିନ ରେ ଡ୍ରାଇଭିଂ ଲାଇସେନ୍ସ! ଦୌଡ଼ିବାକୁ ପଡିବନୀ ଅଫିସ, କି ଲାଗିବା କୁ ପଡ଼ିବ ନି ଲାଇନ।ଘରେ ବସି ଡିଏଲ ପାଇଁ କରନ୍ତୁ ଆବେଦନ।ଆବେଦନ ର ସପ୍ତାହେ ଭିତରେ ଘରେ ପହଞ୍ଚିବ ଡିଏଲ। ସାଧାରଣତଃ ଗାଡ଼ି ଚଳାଇବା ପାଇଁ ହେଲେ,ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ବା ଡିଏଲ ରହିବା ନିହାତି ଜରୁରୀ।ବିନା ଡିଏଲ ରେ ଗାଡ଼ି ଚଳେଇବା ବେଆଇନ ଘୋଷିତ ହେବା ସହ ଏଥି ପାଇଁ ଗାଡ଼ି ଚାଳକ ଙ୍କ ପାଖରୁ ମୋଟା ଅଙ୍କର ଜୋରିମାନା ଆଦାୟ କରି ଥାଏ  ।

ତେଣୁ ଆପଣ ଯଦି ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡ଼ି ଚଳାଉ ଥାଆନ୍ତି,ତାହେଲେ ତୁରନ୍ତ ଡିଏଲ ବନାଇ ନିଅନ୍ତୁ।ନଚେତ ଅନେକ ଅସୁବିଧା ରେ ପଡ଼ି ପାରନ୍ତି।

ତେବେ ଡ୍ରାଇଭିଂ ଲାଇସେନ୍ସ କୁ ନେଇ ଉତ୍ତର ପ୍ରଦେଶ ସରକାର ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ।ଯାହା ଫଳରେ ଆବେଦନ କରିବାର ମାତ୍ର ୭ ଦିନ ମଧ୍ୟରେ ଆବେଦନ କାରୀ ଙ୍କ ଘରେ ପହଞ୍ଚିବ ଡ୍ରାଇଭିଂ ଲାଇସେନ୍ସ।ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେ ଚାଳକ ଙ୍କୁ ଅନେକ ଦିନ ଅପେକ୍ଷା କରିବା ପାଇଁ ପଡ଼ିବ ନାହିଁ, କିମ୍ବା ଦୀର୍ଘ ସମୟ ଧରି ଲମ୍ବା ଧାଡ଼ି ରେ ଆଉ ଛିଡ଼ା ହେବାକୁ ପଡ଼ିବ ନାହିଁ।କାହିଁକି ନା ପରିବହନ ବିଭାଗ ର ଏପରି ୨୪ ଟି ସେବାକୁ ଶେଷ କରିବା ପାଇଁ ଉତ୍ତର ପ୍ରଦେଶ ର ସରକାର ୭ ଦିନର ସମୟ ସୀମା ଧାର୍ଯ୍ୟ କରିଛନ୍ତି।

ଅର୍ଥାତ ଏଣିକି ଡ୍ରାଇଭିଂ ଲାଇସେନ୍ସ ତଥା ପରିବହନ ବିଭାଗ ସହ ଜଡ଼ିତ କୌଣସି ବି କାର୍ଯ୍ୟ କୁ ଆର୍ଟିଓ (RTO) ୭ ଦିନ ମଧ୍ୟରେ ଶେଷ କରିବା ପାଇଁ ପଡ଼ିବ।କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ, ଗାଡ଼ି ର ରେଜିଷ୍ଟ୍ରେସନ ପ୍ରକ୍ରିୟା କୁ ମଧ୍ୟ ସରଳିକରଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର।ଫଳରେ ଗାଡ଼ି ର ରେଜିଷ୍ଟ୍ରେସନ ପାଇଁ ମାଲିକ ଙ୍କୁ ଏବେ ଆଉ ଆର୍ଟିଓ ଅଫିସ ରେ ଚକର କାଟିବାକୁ ପଡ଼ିବ ନାହିଁ।ଗାଡ଼ି କିଣିବା ସମୟରେ ହିଁ ଗାଡ଼ି ମାଲିକ ଙ୍କୁ ତୁରନ୍ତ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ କରା ଯିବ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କୁ ପ୍ରଥମେ ଉତ୍ତର ପ୍ରଦେଶ ର ଦୁଇଟି ସହର ରେ ଲାଗୁ କରି ଦିଆ ଯାଇଛି।ଯଦି କୌଣସି ଚାଳକ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଆର୍ଟିଓ ଅଫିସ ଯାଉଛନ୍ତି, ତାହେଲେ ତାଙ୍କୁ ଏଥି ପାଇଁ ପ୍ରଥମେ ଟୋକନ ନେବା ପାଇଁ ପଡ଼ିବ।ଯାହା ଦ୍ୱାରା ଆବେଦନ କାରୀ ଙ୍କୁ ଆଉ ଆର୍ଟିଓ ଅଫିସରେ ଘଣ୍ଟା ଘଣ୍ଟା ଧରି ଲାଇନ ରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।

ଏହି ଦୁଇଟି ସହର ରେ ଏହି ଯୋଜନା ସଫଳ ହେଲେ,ଏହାକୁ ସାରା ରାଜ୍ୟରେ ଲାଗୁ କରିବା ପାଇଁ ଯୋଗୀ ସରକାର ଲକ୍ଷ୍ୟ ରଖିଛନ୍ତି।ଏହା ଦ୍ବାରା ସମସ୍ତ ଉତ୍ତର ପ୍ରଦେଶ ରାଜ୍ୟର ଲୋକ ମାନେ ଅତି ସହଜରେ ଡ୍ରାଇଭିଂ ଲାଇସେନ୍ସ ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।