ମାଳିକାର ଆଶ୍ଚର୍ଯ୍ୟକର ଭବିଷ୍ୟବାଣୀ ! ଓଳାଶୁଣି ଗୁମ୍ଫାରେ ହେବ ମହାଖେଳ, ବାବାଙ୍କ ନୂଆ ଚେଲେଞ୍ଜ…..

ପୁଣିଥରେ ବାବା ଦିବାକର ଦାସଙ୍କ ମୁଖରୁ ନିଃସୃତ ମାଳିକା ଶାସ୍ତ୍ର ଯାହା ୬୦୦ ବର୍ଷ ପୂର୍ବେ ମହାପୁରୁଷ ମାନଙ୍କ ଦ୍ଵାରା ବର୍ଣ୍ଣନା କରା ଯାଇଥିଲା ସେହି ବିଷୟରେ ଆମେ ଆଜି ଆଲୋଚନା କରିବା।ତେବେ ଆଜି ଆମେ ବିଷୟ ବସ୍ତୁ ରଖିଛୁ ଏକ ସ୍ଥାନ ବିଷୟରେ ଯେଉଁ ଥାନାରେ ପ୍ରତ୍ୟକ୍ଷ ଦେବୀ ମା ଓଳାଶୁଣି ବାସ କରିଥାନ୍ତି ଏବଂ ତାଙ୍କୁ ଦାକିଦେଲେ ସେ ଓଃ ବୋଲି ଶୁଣିଥାଆନ୍ତି। ଆମେ ସେହି ଓଳାଶୁଣି ଗୁମ୍ଫା ର ରହସ୍ୟ ବିଷୟରେ ଆଲୋଚନା କରିବା।

ଏହା ଏକ ପର୍ବତ। ତେବେ ମହାପୁରୁଷ କଣ ଏହି ସ୍ଥାନ ବିଷୟରେ ବର୍ଣ୍ଣନା କରି ଯାଇଛନ୍ତି ଏବଂ କଣ ସବୁ ଏଠାରେ ଘଟିବା ପାଇଁ ଯାଉଛି ଆସନ୍ତୁ ଜାଣିବା।

ମହାପୁରୁଷ ଙ୍କ ଅନୁସାରେ ଏହି ଓଳାଶୁଣି ଗୁମ୍ଫା ବା ପର୍ବତ ରେ ରହୁଥିବା ପ୍ରତ୍ୟକ୍ଷ ଦେବୀ ଙ୍କୁ ଦର୍ଶନ କରିବା ପାଇଁ ଆଗାମୀ ଦିନରେ ଚାରି ଦିଗ, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଦିଗରୁ ଭକ୍ତମାନେ ଆସିବେ ବହୁତ୍ ସଂଖ୍ୟାରେ।ଏଠାରେ ଏକ ବଡ଼ ଖେଳ ହେବ। ଏହାକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଯାଇଫୁଲ ମାଳିକାରେ ବର୍ଣ୍ଣନା କରିଛନ୍ତି।

ଆପଣ ଜାଣିଛନ୍ତି ଅରକ୍ଷିତ ଦାସ ଙ୍କ ଗୀତା ଯାହାଙ୍କ ବିଷୟରେ ଅନେକ ପ୍ରମାଣ ମିଳେ।ସେ ମଧ୍ୟ ଏ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଯିଏକି ମହି ମଣ୍ଡଳରେ ଅନେକ ସମ୍ମାନ ପାଇ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି ଜନ ମାନସରେ।ତେବେ ଜାଇଫୁଲ ମାଳିକାରେ ଯାଜପୁର ଜିଲ୍ଲା କଥା ମଧ୍ୟ ଉଲ୍ଲେଖ ରହିଛି।

ଏହା ସହିତ ଖଣ୍ଡଗିରି ର ବିଶେଷ କଥା ମଧ୍ୟ ଏଠାରେ ଉଲ୍ଲେଖ ରହିଛି। ଏହା ଭୁବନେଶ୍ୱର ର ଖଣ୍ଡଗିରି ହୋଇପାରେ ଅଥବା ଛତିଆବଟ ର ଖଣ୍ଡଗିରି ହୋଇପାରେ।ତେବେ କହିବାର ତାତ୍ପର୍ଯ୍ୟ ଜାଣନ୍ତୁ ଯାହା ମହାପୁରୁଷ ଯାଜପୁର ଏବଂ ଓଳାଶୁଣି ମାଟିର କଥା କହିଛନ୍ତି। ଆପଣ ମାନେ ପଚାରିଥିଲେ ଭକ୍ତ ଭଗବାନ ଙ୍କ ଯେଉଁ ପବିତ୍ର ମିଳନ ଘଟିବ, କେଉଁ ସବୁ ସ୍ଥାନ ମାନଙ୍କରେ ଭକ୍ତ ଙ୍କୁ ଦେଖିବାକୁ ମିଳିବ।

ତାର ପ୍ରମାଣ ମିଳିବା ପରେ ଆମେ ଆପଣଙ୍କୁ ବାବା ଦିବାକର ଦାସଙ୍କ ମାଧ୍ୟମରେ ସେ ଯେଉଁ ଅଧ୍ୟୟନ କରିଛନ୍ତି ତାହାର ବର୍ଣନା କୁ ଆପଣଙ୍କ ପାଖରେ ରଖିଲୁ।ତେବେ ଦୁଇଟି ସ୍ଥାନରେ ଭକ୍ତ ମାନେ ରହିବେ ତାହା ହେଉଛି ଓଳାଶୁଣି ଏବଂ ଯାଜପୁର ର ଖଣ୍ଡଗିରି ଠାରେ।

ଭକ୍ତ ସବୁବେଳେ ତରିବାର ବାଟ ଖୋଜିଥାଏ। ମନକୁ ଶାନ୍ତ ରଖିବା ସହିତ ଏକ ଆଧ୍ୟାତ୍ମିକତା ର ବାତାବରଣ ଭିତରେ ନିଜକୁ ହଜାଇ ଦେବାକୁ ଚେଷ୍ଟା କରିଥାଏ।ସେ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ତାର ଅସୁବିଧାରେ ପାଖରେ ସାନ୍ତ୍ଵନା ଦେବାକୁ ଛିଡ଼ା ହୋଇଥାଏ, ପୁଣି ଭକ୍ତର ଖୁସିରେ ସେ ଅଧିକ ମୋହିତ ମଧ୍ୟ ହୁଏନାହିଁ କିମ୍ବା ଅହଙ୍କାର କରେ ନାହିଁ। ଅନ୍ୟର ମଙ୍ଗଳ କାମନାରେ ନିଜ ଜୀବନର ମୂଲ୍ୟବୋଧତ୍ୱ କୁ ପ୍ରକାଶ କରିଥାଏ ସେହି ଭକ୍ତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।