ଦେଖନ୍ତୁ ଭିଡ଼ିଓ ! ଭାରତୀୟ ଅଧିନାୟକ ବିରାଟ କୋହଲି ଙ୍କ ଜନ୍ମ ଦିନରେ ଅନୁଷ୍କା ଶର୍ମା କଲେ ଏମିତି…..ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ……

ବିରାଟ କୋହଲି, ଯିଏକି ବର୍ତ୍ତମାନ କ୍ରିକେଟ ଜଗତର ଏକ ଜଣାଶୁଣା ଲୋକପ୍ରିୟ ଚେହେରା। ଯୁବପିଢି ମାନଙ୍କର ସେ ପାଲଟି ଛନ୍ତି କ୍ରିକେଟ୍ ଆଇକନ୍ ଏବଂ ପ୍ରଥମ ପସନ୍ଦର ଖେଳାଳୀ।ସେ ହେଉଛନ୍ତି ଅନେକ ଯୁବ ଖେଳାଳୀ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ।ତେବେ ଭାରତୀୟ କ୍ରିକେଟ ଟିମର ବର୍ତ୍ତମାନ ସମୟର ସଫଳ କ୍ୟାପଟେନ ବିରାଟ କୋହଲିଙ୍କର ଜନ୍ମଦିନ ନିକଟରେ ପାଳନ ହୋଇଛି  କ୍ରିକେଟ ଜଗତର ଅନେକ ମହାରଥୀ ଙ୍କ ଦ୍ଵାରା।

ନଭେମ୍ବର ୫ ତାରିଖ ହେଉଛି ତାଙ୍କର ଜନ୍ମ ଦିବସ। ଚଳିତ ବର୍ଷ ସେ ତାଙ୍କର ୩୨ ତମ ଜନ୍ମ ଦିବସ ପାଳନ କରିଛନ୍ତି। ତେବେ କ୍ୟାପଟେନ କୋହଲି ଅଧିକାଂଶ ସମୟରେ ଆଙ୍ଗରି ୟଙ୍ଗ ମ୍ୟାନର ଲୁକରେ ନଜର ଆସିଥାନ୍ତି।

ଆକର୍ଷଣୀୟ ଲୁକ ଦେଉଥିବା ଏହି ଯୁବ ଖେଳାଳୀ ଜଣଙ୍କର ଖେଳିବା ଶୈଳୀ କିନ୍ତୁ ଖୁବ ନିଆରା ଏବଂ ଚିତାକାର୍ଷକ ଅଟେ। ଯେତେବେଳେ ସେ ମୈଦାନକୁ ଥରେ ବ୍ୟାଟ ଧରି ଓଲ୍ହାଇ ଆସିଥାନ୍ତି ସେତେବେଳେ ଯେମିତି ରନ ବର୍ଷା ଆରମ୍ଭ ହୋଇପଡେ ପଡ଼ିଆରେ । ଖୁବ କମ ସମୟ ମଧ୍ୟରେ ନିଜ ସପକ୍ଷରେ ଅନେକ ରେକର୍ଡ ଯୋଡ଼ିଛନ୍ତି ବିରାଟ।

ଯାହାକୁ ହୁଏତ ଭାଙ୍ଗିବା ଏତେଟା ସହଜ ନୁହେଁ। ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ଅଧ୍ୟବସାୟ ବଳରେ ନିଜର ଖେଳ ମାଧ୍ୟମରେ ସେ ଆଜି ଭାରତୀୟ ମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତେବେ ଏହା କୁହାଯାଇ ପାରେ କ୍ୟାପଟେନ ବିରାଟ ହେଉଛନ୍ତି ଏକ ମାତ୍ର ବ୍ୟାଟ୍ସମ୍ୟାନ ଯିଏ ଲଗାତାର ଭାବରେ ଚାରିଟି ସିରିଜରେ ଚାରି ଚାରିଟି ଦ୍ବି ଶତକ ତାଙ୍କ ନାମରେ ହାସଲ କରିଛନ୍ତି ।

୨୦୧୬ ରୁ ଆରମ୍ଭ କରି ୨୦୧୭ ପର୍ଯ୍ଯ୍ୟନ୍ତ ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ ଟି ଟେଷ୍ଟ ସିରିଜରେ ବିରାଟ ଏହି ବିରଳ ରେକର୍ଡ ନିଜ ନାଁରେ କରିଛନ୍ତି, ଯାହାକୁ ଭାଙ୍ଗିବା ପ୍ରାୟତଃ କାଠିକର ପାଠ ଅଟେ।ତେବେ ଏହି ଭଳି ଜଣେ ଗୌରବ କୁ ଭାରତୀୟ ମାନେ ଭାରତୀୟ କ୍ରିକେଟ୍ ଟିମ୍ ରେ ପାଇ ବାସ୍ତବରେ ଗୌରବ ଅନୁଭବ କରିବା ସ୍ୱାଭାବିକ ।

ତେବେ ନିକଟରେ ତାଙ୍କ ଜନ୍ମ ଦିବସ କୁ ଭାରତୀୟ କ୍ରିକେଟ ପ୍ରେମୀ ପାଳନ କରିଥିବା ବେଳେ ଆଇପିଏଲ ରେ ତାଙ୍କର ଅାରସିବି ଟିମ୍ ର ଖେଳାଳୀ ମାନେ ବହୁତ୍ ଧୁମ୍ ଧାମରେ ପାଳନ କରିଛନ୍ତି। ଆରସିବି ଟିମ୍ ର ସମସ୍ତ ଖେଳାଳୀ ତାଙ୍କୁ ଜନ୍ମ ଦିନର ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହିତ ବର୍ଥ ଡେ କେକ ମଧ୍ୟ କାଟିଛନ୍ତି। ବିରାଟ ଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଏହି ଜନ୍ମ ଦିବସ ପାଳନ ଅବସର ରେ ଯୋଗ ଦେଇଥିଲେ।

ଅନ୍ୟ ଖେଳାଳୀ ମାନେ ମଧ୍ୟ ବିରାଟ ଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ତେବେ କ୍ୟାପଟେନ କୋହଲି ଆଗକୁ ଏମିତି ଆହୁରି ଅନେକ ବିରଳ ରେକର୍ଡ କରନ୍ତୁ ତାଙ୍କ ଜନ୍ମଦିନରେ ଆମ ତରଫରୁ ଏତିକି ଶୁଭ କାମନା ଏବଂ ଭଗବାନ ଙ୍କ ନିକଟରେ ପ୍ରାର୍ଥନା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।