ସକାଳେ ଉଠି ନିଶ୍ଚିତ ଭାବରେ କରନ୍ତୁ ଏହି ୫ଟି କାମ, ଜୀବନରେ ଆସିବ ଅନେକ ପରିବର୍ତ୍ତନ

କୁହାଯାଏ ସକାଳ ହେଉଛି ପୂରା ଦିନର ରାଜା। ସକାଳ ମୁହୂର୍ତ୍ତରେ ଆମ ଶରୀର ଏବଂ ମନ ଭିତରେ ଏକ ନୂତନ ଉର୍ଜା ସୃଷ୍ଟି ହୋଇଥାଏ। ମନ ଶାନ୍ତ ଏବଂ ଆତ୍ମବିଶ୍ଵାସ ରେ ପୂର୍ଣ୍ଣ ରହିଥାଏ। ଅନେକ ସଫଳ ବ୍ୟକ୍ତି ବିଶେଷ ମାନେ ସକାଳର କିଛି ଏମିତି କାର୍ଯ୍ୟ ନିୟମିତ କରିବା ଦ୍ବାରା ଜୀବନରେ ଅନେକ କିଛି ଉପଲବ୍ଧି କୁ ହାସଲ କରି ପାରିଛନ୍ତି ଏବଂ ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି।ତେବେ ଆମେ ସକାଳେ ଯଦି କେବଳ ୫ ଟି କାମକୁ ଠିକ୍ ଭାବରେ ପ୍ରତିଦିନ କରିବା ।

ତେବେ ଆମର ଦିନ ଭଲ ଭାବରେ ଅତିବାହିତ ହେବା ସହିତ ଜୀବନରେ ଅନେକ ପରିବର୍ତ୍ତନ ଆସିବ ଏବଂ ଆମେ ଆମର ଲକ୍ଷ୍ୟସ୍ଥଳ ର ନିକଟବର୍ତ୍ତୀ ହୋଇ ପାରିବା।ଆସନ୍ତୁ ଜାଣିବା କଣ ରହିଛି ସେହି ୫ ଟି ଗୁରୁତ୍ୱପୂର୍ଣ୍ଣ କାମ ଯାହାକୁ ଆମକୁ ସକାଳେ କରିବା ଦରକାର୍।

୧) ନିଷ୍ପତ୍ତି ନିଅନ୍ତୁ- ମଣିଷର ସଠିକ ନିଷ୍ପତ୍ତି ହିଁ ତାର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।ତେବେ ଏହାଦ୍ବାରା ମଣିଷ ଆଗାମୀ ଭବିଷ୍ୟତ ପାଇଁ ଯୋଜନା ଅନୁସାରେ ଆଗକୁ ବଢ଼ିଥାଏ।ତେବେ ଏହି ନିଷ୍ପତି ଆପଣ ସକାଳ ସମୟରେ ହିଁ ନିଅନ୍ତୁ। କାରଣ ଏହି ସମୟରେ ନିଆ ଯାଉଥିବା ନିଷ୍ପତ୍ତି ସଠିକ ଏବଂ ସୁସ୍ଥ ନିଷ୍ପତି ହୋଇଥାଏ।

୨) ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ- ସକାଳେ ବିଛଣାରୁ ଉଠିବା ମାତ୍ରେ ଆପଣ ପ୍ରଥମେ ଆଖି ଖୋଲିବା ମାତ୍ରେ ଈଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କରନ୍ତୁ। କାରଣ ଆପଣ ଜୀବିତ ରହିଛନ୍ତି ଏବଂ ଏକ ଆଗାମୀ ଦିନ ଆପଣଙ୍କୁ ଅଭିନନ୍ଦନ ଜଣାଉଛି।ଆଉ ଅନେକ ଲୋକ ପୂର୍ବ ରାତିରେ ମୃତ୍ୟୁ ବରଣ କରିଥିବା ବେଳେ ଆପଣ ସୁସ୍ଥ ଅଛନ୍ତି ଏବଂ ଏକ ନୂତନ ଦିନରେ ନିଜକୁ ପ୍ରସ୍ତୁତ କରିବାକୁ ଜୀବିତ ରହିଛନ୍ତି।ତେଣୁ ଭଗବାନଙ୍କୁ ଧନ୍ୟବାଦ ନିଶ୍ଚିତ ଦିଅନ୍ତୁ।

୩) ଲୋକଙ୍କର ଭଲଗୁଣ କୁ ଦେଖନ୍ତୁ- ଯେତେ ସମ୍ଭବ ଆପଣ ଆପଣଙ୍କ ଚିନ୍ତନ ଭିତରେ ସକାରାତ୍ମକ ଭାବନା ର ଉଦ୍ରେକ କରନ୍ତୁ। ଲୋକଙ୍କ ଖରାପ୍ ଗୁଣ ବିଷୟରେ ବିଚାର ନକରି ସେମାନଙ୍କର ଭଲ ଗୁଣକୁ ଲକ୍ଷ୍ୟ କରନ୍ତୁ ଏବଂ ତାହାକୁ ନିଜ ଭିତରେ ଆଣିବା ପାଇଁ ଚେଷ୍ଟା କରନ୍ତୁ।

୪) ଭଲ ଜିନିଷ ଶୁଣନ୍ତୁ ଏବଂ ଦେଖନ୍ତୁ- ପ୍ରତିଦିନ ସକାଳେ ଉଠିବା ପରେ ଆପଣ କିଛି ସମୟ ଭଲ ପୁସ୍ତକ ସହିତ ବିତାନ୍ତୁ। ଯେଉଁ ପୁସ୍ତକରୁ ଆପଣ ନିଜକୁ ସୁଧାର କରିବା ସହିତ ଜୀବନରେ ଆତ୍ମସମ୍ମାନ ର ସହିତ ବଞ୍ଚିବାର ଜ୍ଞାନ ଅର୍ଜନ କରିବେ। ଏହାସହ ପ୍ରାକୃତିକ ପରିବେଶ ଅଥବା ସକାରାତ୍ମକ ବାତାବରଣ ଭିତରେ ନିଜର ସକାଳର ମୁହୂର୍ତ୍ତକୁ ବିତାନ୍ତୁ।

୫) ଛୋଟ ଛୋଟ କାମକୁ ଠିକ୍ ଭାବରେ କରନ୍ତୁ- ସକାଳେ ଆପଣ ଉଠିଲା ପରେ ନିଷ୍ପତି ନିଅନ୍ତୁ ଆଜି ମୋତେ ଯେଉଁ ସମୟ ମିଳିବ ମୁଁ ସମସ୍ତ ଛୋଟ ଛୋଟ କାମକୁ ସବୁ ପୂର୍ଣ୍ଣ କରିବି ଏବଂ ଭଲଭାବରେ କରିବି। ଯେମିତି ମୋ ଦ୍ବାରା କୌଣସି ତ୍ରୁଟି ହୋଇ ନଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।