ଦେଖନ୍ତୁ ଭିଡ଼ିଓ । ପୁଣି ସାମ୍ନାକୁ ଆସିଲେ ଅନୁଭବ ହାତ ଯୋଡି କହିଲେ ଏମିତି……

କରନା ମହାମାରୀ ଏମିତି ଭାବରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ଯାହା ପାଇଁ ସାଧାରଣ ଜନ ସାଧାରଣ ଙ୍କ ପାଖରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ମଧ୍ୟ ଏଥିରେ ଅତିଷ୍ଟ ହୋଇ ପଡିଲେଣି।ଏକ ଅଜଣା ଭୟ ସମସ୍ତଙ୍କ ନିକଟରେ ରହିଛି। ଓଡ଼ିଶାରେ ଏହାକୁ ଏକ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ସରକାର ଅନେକ ଚେଷ୍ଟା କରି ଆସୁଛନ୍ତି। ସାରା ଭାରତରେ ଏକ ପ୍ରକାର ତାଣ୍ଡବ ରଚିବାରେ ଲାଗିଛି ଏହି କରନା ଭାଇରାସ୍।

ତେବେ ଏହାକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ପ୍ରଶାସନ ଏଥିପାଇଁ ଅନେକ ପ୍ରୟାସ ଜାରି ରଖିଛି। ଆଉ ଏହି ସମୟରେ କରନାକୁ ମୁକାବିଲା କରିବା ପାଇଁ ସାରା ଭାରତରେ ଉଦାହରଣ ପାଲଟିଛି ଓଡ଼ିଶା।

ଯାହାକୁ ନେଇ କେନ୍ଦ୍ରାପଡ଼ା ର ସାଂସଦ ଶ୍ରୀ ଅନୁଭବ ମହାନ୍ତି ଏକ ଭିଡିଓ ବାର୍ତ୍ତା ନିକଟରେ ଜାରି କରିଛନ୍ତି।ସେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କରନା କୁ ପ୍ରତିହତ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ମାନ କୁ ଉଚ୍ଚ ପ୍ରଶଂସା କରିବା ସହିତ ତାହା ସାରା ଦେଶରେ ସମସ୍ତଙ୍କ ପାଇଁ ଏକ ଉଦହରଣ ପାଲଟିଛି ବୋଲି କହିଛନ୍ତି।

କରନା କୁ ପ୍ରତିହତ କରିବାରେ , ଉତ୍ତମ ପଦକ୍ଷେପ ନେବାରେ, ଲୋକଙ୍କୁ ସଚେତନ ଦେବାରେ ଏବଂ ଆକ୍ରାନ୍ତ ମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଏବଂ ଆରୋଗ୍ୟ ହାରରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ଓଡ଼ିଶାରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କହିବାକୁ ଗଲେ କରନା ଭଳି ମାରାତ୍ମକ ମହାମାରୀ ସହିତ ଓଡ଼ିଶା ଦୃଢ଼ ଭାବରେ ଲଢେଇ କରିଛି ଏବଂ ସାରା ଦେଶରେ ଲଢେଇ ରେ ଆଗୁଆ ମଧ୍ୟ ରହିଛି। ସାଂସଦ ଅନୁଭବ ମହାନ୍ତି ଆହୁରି କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲାରେ କରନା କୁ ପ୍ରତିହତ କରିବାରେ ଲୋକେ ସହଯୋଗ ଏବଂ ସମର୍ଥନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ସେ ସମସ୍ତଙ୍କୁ ଏକ ନିବେଦନ କରିଛନ୍ତି ଯାହା ଆମର ମୁଖ୍ୟମନ୍ତ୍ରୀ ଆଗରୁ ମଧ୍ୟ ବହୁତ୍ ଥର କରି ସାରିଛନ୍ତି ତାହା ହେଉଛି ପ୍ଲାଜମା ଦାନ କରିବା ଏବଂ ଲୋକଙ୍କ ଜୀବନ ବଞ୍ଚାଇବା ଏହି ସଙ୍କଟ ସମୟରେ। ଯେଉଁ ପାଇଁ ସେ ସମସ୍ତ ସ୍ୱଇଛୁକ ଭାଇ ଭଉଣୀ ମାନଙ୍କୁ ଏଥିପାଇଁ ଅନୁରୋଧ କରିଛନ୍ତି।

ସେ ଆହୁରି କହିଛନ୍ତି ପ୍ଲାଜମା ଦାନ କରିବାରେ ଓଡ଼ିଶାରେ ପୋଲିସ ଭାଇ ମାନେ ୪୦୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଏହାକୁ ଦାନ ଦେଇ ଲୋକଙ୍କ ଜୀବନ ବଞ୍ଚାଇ ଥିବା ବେଳେ ସେମାନେ ଲକ୍ଷ୍ୟ ରଖିଛନ୍ତି କିପରି ଭାବରେ ଏହି ସଂଖ୍ୟା ୫୦୦ କୁ ଛୁଇଁବ। ସେଥିପାଇଁ ସେ କେନ୍ଦ୍ରାପଡ଼ା ର ପୋଲିସ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ମହାନ୍ କରିବା ପାଇଁ ଆଗେଇ ଆସିବା ପାଇଁ।

ଯାହା ଫଳରେ ଆମେ ଏକ କରନା ମୁକ୍ତ କେନ୍ଦ୍ରାପଡ଼ା ସହିତ କରନା ମୁକ୍ତ ଓଡ଼ିଶା ଗଠନ କରି ପାରିବା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ସ୍ବପ୍ନ କୁ ପୂରଣ ମଧ୍ୟ କରିପାରିବା।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।