Breaking News ଏବେ ଏବେ ବଲିଉଡ ଜଗତରୁ ଆସିଲା ବଡ ଦୁଖଦ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହଠାତ ହେଲା ପରଲୋକ, ସାରା ଦେଶରେ ଖେଳିଗଲା ଶୋକର ଛାୟା…..

ବଲିଉଡ୍ କୁ ଲାଗିଛି ଆଉ ଏକ ଶକ୍ତ ଧକ୍କା। ପୁଣି ଖେଳିଯାଇଛି ଦୁଃଖର ଛାୟା। ଅନେକ ଲୋକପ୍ରିୟ ଅଭିନେତା ବଲିଉଡ୍ ରୁ ବିଦାୟ ନେଉଥିବା ବେଳେ ଏବେ ପୁଣି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ପ୍ରସିଦ୍ଧ ଅଭିନେତା ଫରାଜ ଖାନ୍‌।ତାଙ୍କର ନିକଟରେ ପରଲୋକ ଘଟିଛି।ତେବେ ଯାହା ସୂଚନା ରହିଛି ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ରା ୫୦ ବର୍ଷ ହୋଇଥିଲା।

ତେବେ ତାଙ୍କ ମୃତ୍ୟୁ କୁ ନେଇ ପୂଜା ଭଟ୍ଟ ସୂଚନା ଦେଇଛନ୍ତି।ତେବେ ଫରାଜଙ୍କ ମୃତ୍ୟୁ ନେଇ ଟୁଇଟର୍‌ରେ ସୂଚନା ଦେଇଛନ୍ତି ପୂଜା। ଯାହା ଶୁଣି ସମସ୍ତେ ମ୍ରିୟମାଣ ହୋଇ ପଡିଛନ୍ତି।

ତେବେ ପୂଜା ଟୁଇଟ୍‌ କରି ଏହା ଲେଖିଛନ୍ତି ଯେ, କୋହ ଭରା ହୃଦୟ ସହ ମୁଁ ଆପଣ ସମସ୍ତଙ୍କୁ ଖରାପ ଖବର ଦେଉଛି। ଆମ ଗହଣରେ ଆଉ ନାହାନ୍ତି ଫରାଜ୍ ଖାନ୍।ଏବେ ଫରାଜ ଖାନଙ୍କ ଦେହାନ୍ତ ହୋଇଛି। ଆପଣଙ୍କର ସାହାଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ।ଏହାସହ ସେ କହିଛନ୍ତି ଯେ ଫରାଜଙ୍କ ପରିବାରକୁ ଅର୍ଥ ଅଧିକ ଆବଶ୍ୟକ ଥିବାବେଳେ ଆପଣମାନେ ସମସ୍ତେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

ତେବେ ଯାହାବି ହେଉ ଅଭିନେତା ଫରାଜ ଖାନ୍ ଙ୍କ ସ୍ଥାନକୁ କେହିବି ପୂରଣ କରି ପାରିବେ ନାହିଁ। ତେବେ ଯାହା ସୂଚନା ରହିଛି ପୂଜା ଭଟ୍ଟ ଫରାଜଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ, କିନ୍ତୁ ଏବେ ତାଙ୍କର ମୃତ୍ୟୁ ହୋଇ ଯାଇଛି।ସେ ଏବେ ପରୋଲୋକ ରେ।

ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ଏବଂ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ ହେବାକୁ ଥିବାରୁ ଫରାଜଙ୍କୁ ସାହାଯ୍ୟ କରିବାକୁ ସଲମାନ ଖାନ ମଧ୍ୟ ଆଗେଇ ଆସିଥିଲେ। ତାଙ୍କୁ ସ୍ନାୟୁ ରୋଗ ଆକ୍ରାନ୍ତ କରିଥିଲା। ସୁପରଷ୍ଟାର ସଲମାନ୍ ଖାନ୍ ତାଙ୍କର ଚିକିତ୍ସା ବିଲ ସବୁ ପୈଠ କରୁଥିଲେ ବୋଲି ଖବର ମଧ୍ୟ ଆସିଥିଲା।

ତେବେ ଫରାଜ ଖାନ ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କୁ ବେଙ୍ଗାଲୁରୁ ର ଏକ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରା ଯାଇଥିଲା। ସେ ସେଠାରେ ଭେଣ୍ଟିଲେଟରରେ ମଧ୍ୟ ଥିଲେ। ସ୍ନାୟୁଗତ ରୋଗ ଯୋଗୁୁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟ ଅବସ୍ଥା ତାଙ୍କର ବହୁତ୍ ବିଗିଡି ଯାଇଥିଲା।ତେବେ ପରେ ସେ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା।

ତେବେ ଏହି ପ୍ରମୁଖ ଅଭିନେତା ଜଣଙ୍କ ଅନେକ ଫିଲ୍ମ୍ ରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଥିଲେ। ତାଙ୍କର ଅଭିନୟ ବଲିଉଡ୍ ଜଗତରେ ଏକ ସ୍ବତନ୍ତ୍ର ଛାପ ଛାଡ଼ି ଦେଇଥିଲା।ତେବେ ଏହି ଅଭିନେତା ଜଣଙ୍କ ମେହେନ୍ଦି, ଫରେବ୍‌, ଦୁଲହନ୍‌ ବନୁ ମେଁ ତେରୀ, ଚାନ୍ଦ ବୁଝ୍‌ ଗୟା ଆଦି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ।ଏବେ ସେ ଅଭିନୟ ଜଗତରେ ନାହାନ୍ତି କିନ୍ତୁ ତାଙ୍କ ଅଭିନୟ ସ୍ମୃତି ହୋଇ ସବୁବେଳେ ମନେ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।