ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ କିଏ ସମ୍ଭାଳିବ ତାଙ୍କ ଗାଦି, ଜାଣନ୍ତୁ କାହା ମୁଣ୍ଡରେ ଢାଳିବ ସୁନା କଳସ…

ଚାରିଆଡେ ଗୋଟିଏ ଚର୍ଚ୍ଚା କିଏ ସମ୍ଭାଳିବେ ପ୍ରଦୀପ ମହାରଥୀ ଙ୍କ ଗାଦି । କିଏ ନେବେ ପ୍ରଦୀପ ଙ୍କ ଜାଗା ? ଆଉ ତାଙ୍କ ପରିବାର ରୁ କିଏ ପିପିଲି ର ମଙ୍ଗ ଧରିବେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ସମ୍ପୂର୍ଣ ତଥ୍ୟ । ତେବେ ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ପରେ ପିପିଲି ରେ କିଏ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଜ୍ବାଇଁ ଆର୍ଧେନ୍ଦୂ ଙ୍କ ନାମ ମଧ୍ୟ ଏହି ଲିଷ୍ଟ ରେ ଯୋଡ଼ି ହୋଇ ଯାଇଛି।ତେବେ ଏଥିରେ ସାମିଲ ଥିବା ଚାରି ଜଣ ଙ୍କ ନାମ ସାମ୍ନା କୁ ଆସିଛି।

ପ୍ରଥମେ ଆସିଛି ପ୍ରଦୀପ ମହାରଥୀ ଙ୍କ ସ୍ତ୍ରୀ ପ୍ରତିଭା ମହାରଥୀ ଙ୍କ ନାମ । ଦ୍ଵିତୀୟ ରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ତୃତୀୟ ରେ ତାଙ୍କ ଝିଅ ପଲ୍ଲବୀ ମହାରଥୀ । ଚତୁର୍ଥ ରେ ତାଙ୍କ ଜ୍ବାଇଁ ଅର୍ଧେନ୍ଦୁ ଅର୍ଥାତ୍ ଆଲିଉଡ ର ହିରୋ ଅର୍ଧେନ୍ଦୁ ।

ତେବେ ଏହି ସବୁ ଭିତରେ ଏକ ତଥ୍ୟ ସାମ୍ନା କୁ ଆସିଛି ଯାହା କି ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଅର୍ଧେନ୍ଦୁ ଙ୍କୁ ନେଇ ପତ୍ନୀ ଲେଖିଛନ୍ତି କିଛି ଏମିତି କଥା ଯାହା ଫଳରେ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ଅର୍ଧେନ୍ଦୁ ନେଇ ପାରନ୍ତି ପ୍ରଦୀପ ମହାରଥୀ ଙ୍କ ଜାଗା । ପଲ୍ଲବୀ ଲେଖିଛନ୍ତି ଯେ ମୁଁ ବହୁତ୍ ଖୁସି ଯେ ମୋ ବାପା ମତେ ତୁମକୁ ଉପହାର ରୂପରେ ଦେଇଛନ୍ତି। ସେ ଆଜି ଆମ ସହିତ ନାହାନ୍ତି ସତ କିନ୍ତୁ ତାଙ୍କ ଆଶୀର୍ବାଦ ସବୁବେଳେ ଆମ ସହିତ ରହିବ।

ବାପା ତୁମକୁ ବହୁତ୍ ଭଲ ପାଆନ୍ତି ଆଉ ଉପରେ ଥାଇ ତୁମକୁ ଦେଖୁ ଥିବେ । ତୁମକୁ ଆହୁରି ଅଧିକ ଗର୍ବ ଆଣିବାକୁ ହେବ ବାପା ଙ୍କ ପାଇଁ। ଏହା ସହିତ ବାପା ସବୁବେଳେ କହୁଥିଲେ ଜ୍ବାଇଁ ବାବୁ ମୋର ଗୋଟେ ହୀରା। ତେବେ ପଲ୍ଲବୀ ଙ୍କ ର ଏହି ଲେଖା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ୍ ପରିମାଣ ରେ ଚର୍ଚ୍ଚା ହେଉଛି ।

ଏହା ସହିତ ପିପିଲି ରାଜନୀତି ରେ ଆଗାମୀ ରାଜନୀତି ର ଉତ୍ତରଦାୟିତ୍ୱ କୁ ନେଇ ଚର୍ଚ୍ଚା ଚାଲିଛି। ତେବେ ଆଗାମୀ ଦିନ ରେ ପୂର୍ବ ନିର୍ବାଚନ ରେ ପତ୍ନୀ କିମ୍ବା ପୁଅ ରୁଦ୍ର ମହାରଥୀ ନିର୍ବାଚନ ମଇଦାନ କୁ ଆସି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ତେବେ ଯଦି ପୁତ୍ର ରୁଦ୍ର ଙ୍କ କଥା କହିବା ତେବେ ସେ ପୂର୍ବରୁ ବିଜେଡି ଯୁବ ଦଳ ରେ ଏକ ପରିଚିତ ନାମ ଥିବାରୁ ପୁଅ ରୁଦ୍ର କୁ ହୁଏତ ବିଜେଡ଼ି ପାର୍ଥି କରି ପାରେ। ତେବେ ପ୍ରଦୀପ ମହାରଥୀ ଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପୂର୍ବ ରୁ ଏମିତି କିଛି ସମାଜ ସେବା ରେ ନଜର ଆସୁଥିବା ର ମିଳି ଥିବାରୁ ପୁଅ ରୁଦ୍ର ପାର୍ଥି ହେବାର ଅଧିକ ସମ୍ଭାବନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।